Advertisment

ପୁଅ ପାଇଁ ଭୋଟ୍‌ ମାଗିଲେ ସୁର; ଭିଡିଓ ଭାଇରାଲ୍‌ ପରେ ଅସ୍ୱୀକାର କଲେ

ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ହେଉଥିଲା। ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେଠି ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ।

Congress

Congress

Advertisment

ବିଜେଡିରୁ ଭୁବନେଶ୍ୱର ଲୋକସଭା ପ୍ରାର୍ଥୀ ହୋଇଥିବା ପୁଅ ପାଇଁ ଭୋଟ୍‌ ମାଗିବେ ନାହିଁ ବୋଲି ପୂର୍ବରୁ କହିଥିଲେ କଂଗ୍ରେସର ବରିଷ୍ଠ ବିଧାୟକ ସୁର ରାଉତରାୟ। ହେଲେ ଆଜି ପୁତ୍ର ମୋହରେ ପଡ଼ି ପୁଅ ପାଇଁ ଭୋଟ ମାଗୁ ମାଗୁ ବିଜେଡି ପାଇଁ ପ୍ରଚାର କରିଛନ୍ତି। ଯାହାର ଭିଡିଓ ଭାଇରାଲ୍‌ ହେବା ପରେ ଏବେ ଅସ୍ୱୀକାର କରିଛନ୍ତି ସୁର ରାଉତରାୟ।

Advertisment

ଉତ୍ତର ଭୁବନେଶ୍ୱର ନିର୍ବାଚନମଣ୍ଡଳୀରେ ଏକ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ହେଉଥିଲା। ସେହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ କଂଗ୍ରେସ ବିଧାୟକ ସୁର ରାଉତରାୟ। ସେଠି ସ୍ଥାନୀୟ ବିଜେଡି ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିଲେ। ସୁର ଭାଷଣ ଛଳରେ ସୁଶାନ୍ତଙ୍କୁ ପ୍ରଶଂସା କରିବା ସହ ସେ ହିଁ ବେଷ୍ଟ ବୋଲି କହିଥିଲେ। ତା’ସହ ତାଙ୍କ ପୁଅ ଓ ସୁଶାନ୍ତ ରାଉତଙ୍କୁ ଡବଲ ଶଙ୍ଖ ଚିହ୍ନରେ ଭୋଟ୍ ଦେବାକୁ କହିଥିଲେ।

ସୁର କଥା ଛଳରେ ଆହୁରି ମଧ୍ୟ କହିଥିଲେ, ମୋ ପୁଅ ଆସି କହିଲା, ପାଣ୍ଡିଆନ୍‌ ଭାଇ ଓ ନବୀନବାବୁ ମୋତେ ଡାକି କହୁଛନ୍ତି ଏମ୍‌ପିରେ ଠିଆ ହେବା ପାଇଁ। ଏ କଥା ଶୁଣିଲା ପରେ ମୁଁ ତାକୁ କହିଲି, ଏହେ ଜଗନ୍ନାଥ ଗୋଟିଏ ଏଡେ ବଡ଼ ସୁଯୋଗ ଦେଇଛନ୍ତି, ମାଡ଼ି ଯାଆ... କହିଲି। ସୁରଙ୍କ ଏହି ଭାଷଣ ଶୁଣିଲା ପରେ ସେଠାରେ ହାସ୍ୟରୋଳ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେବାରେ ଲାଗିଛି।

Advertisment

ବିଧାୟକ ସୁର ରାଉତରାୟଙ୍କ ଏପରି ଅପିଲ୍‌ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ। ସେ କହିଛନ୍ତି, ସେ ଯିଏ ହୁଅନ୍ତୁନା କାହିଁକି, ଦଳର ଶୃଙ୍ଖଳା ଭଙ୍ଗ କଲେ କାର୍ଯ୍ୟାନୁଷ୍ଠାନ ହେବ।

Congress BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe