Advertisment

‘ବିଜେଡିର ବହୁ ନେତା ଓ ମନ୍ତ୍ରୀ କଂଗ୍ରେସ ସହ ଯୋଗସୂତ୍ର ରଖିଛନ୍ତି’

ସୋମବାର ଦିନ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ।

ଅଦ୍ୟତନ ହୋଇଛି
undefined

Sura Routray

Advertisment

ବିଜେଡିର ନେତା ଓ ମନ୍ତ୍ରୀ କଂଗ୍ରେସ ସହ ସମ୍ପର୍କରେ ଅଛନ୍ତି। ବ୍ୟକ୍ତିଗତ ଭାବେ ୭ରୁ ୮ଜଣ ବିଧାୟକ ଓ ମନ୍ତ୍ରୀ ମୋ ସହ ଯୋଗସୂତ୍ର ରଖିଛନ୍ତି। ଆଜି ଏପରି କହିଛନ୍ତି ଜଟଣୀ ବିଧାୟକ ସୁରେଶ ରାଉତ ରାୟ।

Advertisment

ସେ ଆହୁରି କହିଛନ୍ତି, ବିଜେଡ଼ିରେ ପ୍ରବଳ ଗୋଷ୍ଠୀ କନ୍ଦଳ ରହିଛି। ଏହି ନେତାମାନେ ବିଜେଡିରେ ଟିକେଟ୍ ନପାଇଲେ କଂଗ୍ରେସକୁ ଆସିବେ।

ଗୋଟେ ଗୋଟେ ନିର୍ବାଚନ ମଣ୍ଡଳୀରେ ଏକାଧିକ ଆଶାୟୀ ଥିବାବେଳେ ଅନେକ ଅସନ୍ତୁଷ୍ଟ ଅଛନ୍ତି। ଏଥର ବିଜେଡିର ବଡ଼ ବଡ଼ ମନ୍ତ୍ରୀମାନଙ୍କୁ ଟିକେଟ ଦିଆଯାଉ ନଥିବା ଶୁଣାଯାଉଛି। ସେହି ମନ୍ତ୍ରୀମାନେ ସେମାନଙ୍କ ପୁଅମାନଙ୍କୁ ପୂରାଇବାକୁ ଚେଷ୍ଟା କରୁଛନ୍ତି। ଯଦି ସେମାନଙ୍କ ପୁଅ ରାଜନୀତିକୁ ନ ଆସିବେ, ତାହାହେଲେ ସେମାନେ କଂଗ୍ରେସ ଦଳକୁ ପଳାଇ ଆସିବେ ବୋଲି ପ୍ରସ୍ତାବ ରଖିଛନ୍ତି।

Advertisment

କଂଗ୍ରେସ ବିଧାୟକ ଆହୁରି କହିଛନ୍ତି, ବଳଭଦ୍ର ମାଝୀ ଭଳିଆ ଲୋକ ମିଳିବ ନାହିଁ। ସେ ବିଜେଡିରୁ ମୂଳରୁ ରହି ଆସିଛନ୍ତି। ବିଜେଡିରେ ଏକଛତ୍ରବାଦ ଶାସନ ଚାଲିଥିବାରୁ ସେ ସେହି ଦଳରେ ଆଉ ରହିପାରିଲେ ନାହିଁ।

ସୂଚନାଯୋଗ୍ୟ, ସୋମବାର ଦିନ ପୂର୍ବତନ ବିଧାୟକ ତଥା ମନ୍ତ୍ରୀ ବଳଭଦ୍ର ମାଝୀ ବିଜେଡିରୁ ଇସ୍ତଫା ଦେଇଥିଲେ। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ବିଜେଡିରୁ ଇସ୍ତଫା ଦେବା ପରେ ବଳଭଦ୍ର କହିଥିଲେ, ବିଜୁ ଜନତା ଦଳରେ କୋଟେରୀ ଗ୍ରୁପ୍‌ ସକ୍ରିୟ ଅଛନ୍ତି। ପ୍ୟାରୀଙ୍କ ପାଖରେ ଯେଉଁ କୋଟେରୀ ଥିଲେ, ଏବେ ପାଣ୍ଡିଆନଙ୍କ ପାଖରେ ଅଛି। ସେହି କୋଟେରୀ ଥିବା ପର୍ଯ୍ୟନ୍ତ ମୋତେ କେବେ ବି ସୁଯୋଗ ମିଳିବନି।

Congress BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe