ସୁରଙ୍କ ଅଶାଳୀନ କଟାକ୍ଷ, ଶ୍ରୀମୟୀ ପଢ଼ାଇଲେ ସଂସ୍କାରର ପାଠ; ବିଜେଡି ନିରବ

ସୁର ଆଜି ଗଣମାଧ୍ୟମରେ ନିଜର ପୁଅକୁ ସମର୍ଥନ କରି ସିଧାସଳଖ ଶ୍ରୀମୟୀଙ୍କୁ ଆକ୍ଷେପ କରି କହିଥିଲେ ଯେ, “ଶ୍ରୀମୟୀ ମିଶ୍ର ତୁମେ ଜଣେ ନାରୀ, ତୁମେ ଜଣେ ନାରୀ ବୋଲି ଆଗେ ନିଜକୁ ନିଜେ କୁହ।

Sura

ସୁରେଶ କୁମାର ରାଉତରାୟ ଓ ଶ୍ରୀମୟୀ ମିଶ୍ର (ଫାଇଲ ଫଟୋ)

Ordigital Desk
  • Published: Thursday, 03 October 2024
  • Updated: 03 October 2024, 10:55 PM IST

Sports

Latest News

ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ଆଜି ନିଜ ପୁଅ ମନ୍ମଥ ରାଉତରାଙ୍କୁ ସମର୍ଥନ କରିବା ଆଳରେ ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଅଶାଳୀନ ଭାଷାରେ ଟିପ୍ପଣୀ କରିଛନ୍ତି । ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ଭିତରକୁ ଏଂଟ୍ରି ମାରି ସୁର ଏଭଳି ଟୀକାଟିପ୍ପଣୀ କରିଥିବାବେଳେ ଦଳ ନିରବତା ଅବଲମ୍ବନ କରିଛି । ଏପଟେ ସୁରଙ୍କୁ ଶାଳୀନତା ଓ ସଂସ୍କାରର ପାଠ ପଢ଼ାଇଛନ୍ତି ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ର । ଗଣମାଧ୍ୟମରେ ସୁର ନିଜ ପୁଅ ଭୁବନେଶ୍ୱରର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟଙ୍କୁ ସମର୍ଥନ କରି ଶ୍ରୀମୟୀଙ୍କ ପ୍ରତି ଦେଇଥିବା ଟିପ୍ପଣୀ ଉପରେ ଆଜି ଶ୍ରୀମୟୀ କଡ଼ା ପ୍ରତିକ୍ରିୟା ବ୍ୟକ୍ତ କରିଛନ୍ତି। ଜଣେ ମହିଳାଙ୍କ ବିଷୟରେ କିଛି ନଜାଣି ଟିପ୍ପଣୀ ଦେବା କେତେଦୂର ଠିକ୍ ତାହା ସାଧାରଣ ଲୋକେ ବିଚାର କରନ୍ତୁ ବୋଲି କହିବା ପରେ ବିଜେଡିର ଆଭ୍ୟନ୍ତରୀଣ କନ୍ଦଳ ବଢ଼ିବାରେ ଲାଗିଥିବା ଜଣାପଡ଼ିଛି ।

ବିଜେଡି ମୁଖପାତ୍ର ତଥା ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ପର୍ଯ୍ୟବେକ୍ଷକ ଶ୍ରୀମୟୀ ମିଶ୍ର ଗୁରୁବାର ତାଙ୍କ ସୋସିଆଲ ମିଡିଆ ମାଧ୍ୟମରେ ବରିଷ୍ଠ ନେତା ସୁର ରାଉତରାୟଙ୍କୁ ସିଧାସଳଖ ଟାର୍ଗେଟ୍ କରିଛନ୍ତି । ଶ୍ରୀମୟୀ ଲେଖିଛନ୍ତି ଯେ “ ଆଜିଠାରୁ ନବରାତ୍ର ପୂଜା ଆରମ୍ଭ ହେଉଛି । ମା’ଙ୍କ ଆଗମନ ପାଇଁ ସମସ୍ତେ ଅପେକ୍ଷାରତ । ଆମ ସଂସ୍କୃତିରେ ଘରର ଝିଅ-ବୋହୂ-ଭଉଣୀ ଓ ନାତୁଣୀଙ୍କୁ ସମ୍ମାନ ଦେବାର ପରମ୍ପରା ରହିଛି । ଆଜି ଗଣମାଧ୍ୟମରୁ ଜାଣିଲି କି ମୋର ଜେଜେତୁଲ୍ୟ ସୁର ଅଜା ମୋ ନାରୀତ୍ୱ ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି । ଖାଲି ସେତିକି ନୁହେଁ ମୋ ବ୍ୟବହାରକୁ ନେଇ ମଧ୍ୟ ମତେ ତାଗିଦ୍ କଲା ଭଳି ମନ୍ତବ୍ୟ ରଖିଛନ୍ତି । ତାଙ୍କୁ ମୁଁ କେବେ ଅସମ୍ମାନ କରିନି । ତେଣୁ ତାଙ୍କ କଥାଟା ମୋତେ କଷ୍ଟ ଦେଇଛି । ମୋ’ ଜେଜେ କି ଅଜା ମତେ ଏଭଳି ବ୍ୟବହାର କେବେ କରିନାହାନ୍ତି । ଝିଅବୋହୂଙ୍କ ବିଷୟରେ ବାହାରେ ଆଲୋଚନା ନକରିବା ହେଲା ଆମ ଓଡ଼ିଆ ଘରର ସଂସ୍କାର । କିନ୍ତୁ ପବିତ୍ର ନବରାତ୍ରରେ ଜଣେ ମହିଳାଙ୍କ ବିଷୟରେ କିଛି ନଜାଣି ଟିପ୍ପଣୀ ଦେବା କେତେଦୂର ଠିକ୍ ତାହା ଆପଣମାନେ ବିଚାର କରନ୍ତୁ ବୋଲି ଶ୍ରୀମୟୀ ଲେଖିଛନ୍ତି।

Also Read

ସୁର ଆଜି ଗଣମାଧ୍ୟମରେ ନିଜର ପୁଅକୁ ସମର୍ଥନ କରି ସିଧାସଳଖ ଶ୍ରୀମୟୀଙ୍କୁ ଆକ୍ଷେପ କରି କହିଥିଲେ ଯେ, “ଶ୍ରୀମୟୀ ମିଶ୍ର ତୁମେ ଜଣେ ନାରୀ, ତୁମେ ଜଣେ ନାରୀ ବୋଲି ଆଗେ ନିଜକୁ ନିଜେ କୁହ। ପୁରୁଷଙ୍କୁ ସମ୍ମାନ ଦିଅ । ମନ୍ମଥ ରାଉତରାୟଙ୍କ ଷ୍ଟାଣ୍ଡାର୍ଡ କ’ଣ ଜାଣିଛ ବୋଲି ପ୍ରଶ୍ନ କରିବା ସହ ମନ୍ମଥଙ୍କ ଶିକ୍ଷାଗତ ଯୋଗ୍ୟତା କେତେ ବୋଲି ପଚାରିଛନ୍ତି। ନାରୀ ହୋଇ ଯଦି ଉଦ୍ଧତଗିରି କରିବ, ନାକ-କାନ କାଟି ଛାଡ଼ି ଦିଆଯିବ। ଆମକୁ ଯଦି କେହି ନାରୀଜାତି କି ନରଜାତି ଅସମ୍ମାନ କରିବ ତା’ର ଜବାବ ଆମେ ୩ ଘଣ୍ଟା ମଧ୍ୟରେ ଦେବୁ। କୌଣସି ପୁଲିସର ଦରକାର ପଡ଼ିବ ନାହିଁ ବୋଲି ସୁର ଚେତାବନୀ ଦେଇଛନ୍ତି । ତେବେ ସାମ୍ବାଦିକମାନେ ଶ୍ରୀମୟୀ ଜଣେ ଉଚ୍ଚଶିକ୍ଷିତା ବୋଲି କହିବାରୁ ସୁର ଉତକ୍ଷିପ୍ତ ହୋଇ ସେ ତା’ ପାଠ ତା ଘରେ ରଖୁ । ଶ୍ରୀମୟୀଙ୍କ ପ୍ରତି ସୋସିଆଲ ମିଡିଆରେ ମନ୍ମଥଙ୍କ ଫ୍ୟାନକ୍ଲବରୁ ଅଶାଳୀନ ଟିପ୍ପଣୀ ଦିଆଯାଉଥିବାକୁ ସୁର ଫାଙ୍କି ଦେବା ସହ ତାଙ୍କ ପୁଅ ଏଭଳି କରେନି ବୋଲି କହିଛନ୍ତି । ତାଙ୍କ ବଡ଼ପୁଅ ନିଜ ପତ୍ନୀଙ୍କ ସହ ଭଲରେ ଚଳୁଥିବାବେଳେ ମନ୍ମଥଙ୍କ ନାଁରେ କେତେବେଳେ ଅର୍ଚ୍ଚନା ନାଗ ତ ଆଉ କିଏ କାହିଁକି ଯୋଡ଼ି ହେଉଛନ୍ତି ଓ ନାରୀମାନଙ୍କ ପ୍ରତି କାହିଁକି ସେ ବାରମ୍ବାର ଖରାପ ଆଚରଣ ପ୍ରଦର୍ଶନ କରୁଛନ୍ତି ବୋଲି ଗଣମାଧ୍ୟମର ପ୍ରଶ୍ନରେ ସୁର ସେସବୁ ମିଛକଥା କହି ଫାଙ୍କି ଦେଇଥିଲେ ।

ତେବେ ଏସବୁ ମଧ୍ୟରେ ସୁରଙ୍କ ସିଧାସଳଖ ଗଣମାଧ୍ୟମରେ ଶ୍ରୀମୟୀଙ୍କ ପ୍ରତି ଅଶାଳୀନ ଭାଷାରେ ଟିପ୍ପଣୀ ସହ ଚେତାବନୀ ଦେଇଥିଲେ ମଧ୍ୟ ତାଙ୍କ ଦଳ ବିଜେଡି କିଭଳି ଚୁପ୍ ରହିଛି ତାକୁ ନେଇ ପ୍ରଶ୍ନ ଉଠିଛି । ମହିଳାଙ୍କ ସୁରକ୍ଷା କଥା କହୁଥିବା ଦଳ ବିଜେଡି ଏବେ ନିଜର ଜଣେ ନେତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍ ସହ ଧମକାଇବାକୁ ପ୍ରୟାସ କରାଯାଉଥିବାକୁ ଦେଖିବି ନିରବ ରହିବାକୁ ନେଇ ସାଧାରଣରେ ନିନ୍ଦା କରାଯାଉଛି । ଦଳୀୟ ସାଂଗଠନିକ ବୈଠକକୁ ସର୍ବସାଧାରଣକୁ ଆଣି ସୁରଙ୍କ ଭଳି ଜଣେ ବରିଷ୍ଠ ନେତା ନିଜ ନାତୁଣୀ ବୟସର ଜଣେ ମହିଳାଙ୍କୁ ଏଭଳି ଅଶାଳୀନ ମନ୍ତବ୍ୟ ଦେବାକୁ ସାଧାରଣରେ ନାପସନ୍ଦ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story