Advertisment

ଶପଥ ନେଲେ ସମର୍ଥକ, ତୁଷାରକାନ୍ତିଙ୍କ ପାଇଁ କଣ୍ଟା ସାଜିବେ କି ସୁରେନ୍ଦ୍ର

ସୁରେନ୍ଦ୍ର ସେଠୀ ୨୦୧୪ରେ ବିଜେଡି ଟିକେଟରେ କାକଟପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

Political Workers

Political Workers

Advertisment

ପୁରୀ ଜିଲ୍ଲା କାକଟପୁର ବିଧାନସଭା ଆସନରୁ ପୁଣି ଥରେ ବିଜେଡି ଟିକେଟରେ ପ୍ରାର୍ଥୀ ହେବାକୁ ଆଶା ରଖିଥିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। କିନ୍ତୁ ଦଳ ତାଙ୍କୁ ନିରାଶ କରିଛି। ୨୦୧୯ରେ ଦଳ ତାଙ୍କୁ ଟିକେଟ ଦେଇ ନଥିଲା। ତାଙ୍କ ବଦଳରେ ଦଳ ତୁଷାରକାନ୍ତି ବେହେରାଙ୍କୁ ପ୍ରାର୍ଥୀ କରିଥିଲା। ଏଥର ମଧ୍ୟ ଦଳ ତୁଷାରକାନ୍ତିଙ୍କ ଉପରେ ଭରସା କରିଛି। ଅନ୍ୟପକ୍ଷରେ ଟିକେଟ ନପାଇବାରୁ କ୍ଷୁବ୍ଧ ହୋଇଛନ୍ତି ସୁରେନ୍ଦ୍ର। କୌଣସି ଦଳ ପକ୍ଷରୁ ହେଉ ଅବା ସ୍ୱାଧୀନ ଭାବେ ହେଉ ସେ ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି।

Advertisment

କେବଳ ସୁରେନ୍ଦ୍ର ନୁହନ୍ତି, ତାଙ୍କର ସମର୍ଥକମାନେ ମଧ୍ୟ ଦଳ ଉପରେ କ୍ଷୁବ୍ଧ ହୋଇଛନ୍ତି। ସେମାନେ ସୁରେନ୍ଦ୍ରଙ୍କ ସମର୍ଥନରେ ମେଳି କରିଛନ୍ତି। ଗତକାଲି ଭୁବନେଶ୍ୱରରେ ଆୟୋଜିତ ଏକ ବୈଠକରେ ସୁରେନ୍ଦ୍ରଙ୍କୁ ଜିତାଇବାକୁ ଶତାଧିକ ସମର୍ଥକ ଓ କର୍ମୀ ନେଇଛନ୍ତି ଶପଥ। ଏହି ବୈଠକରେ ଅସନ୍ତରଙ୍ଗ, କାକଟପୁର, ଗୋପ ବ୍ଲକରୁ ୪୦ରୁ ଅଧିକ ସରପଞ୍ଚ, ସମିତି ସଭ୍ୟଙ୍କ ସହିତ କାକଟପୁର ଏବଂ ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ରହିଥିଲେ।

ଏହି ସମର୍ଥକମାନେ ସବୁ ସ୍ଥିତିରେ ସୁରେନ୍ଦ୍ରଙ୍କ ପଛରେ ରହିବେ ବୋଲି କହିଛନ୍ତି। ସୁରେନ୍ଦ୍ରଙ୍କୁ ଜିତାଇ ବିଧାନସଭାକୁ ପଠାଇବାକୁ ସେମାନେ ପଣ କରିଛନ୍ତି। ତେବେ ସୁରେନ୍ଦ୍ର ଓ ତାଙ୍କ ସମର୍ଥକମାନେ ତୁଷାରକାନ୍ତି ବେହେରାଙ୍କ ବାଟ ଓଗାଳି ପାରୁଛନ୍ତି ନା ନାହିଁ, ତାହା ପରବର୍ତ୍ତୀ ସମୟରେ ଜଣାପଡ଼ିବ।

Advertisment

ସୁରେନ୍ଦ୍ର ଗତକାଲି କହିଥିଲେ, କାକଟପୁରବାସୀଙ୍କ ହୃଦୟ କାନ୍ଦୁଛି। ପ୍ରାର୍ଥୀ ହୋଇଥିବା ବ୍ୟକ୍ତି କାକଟପୁର ଯାଆନ୍ତିନି। ସେ ଭୁବନେଶ୍ୱରରେ ରହନ୍ତି। ଲୋକଙ୍କ ସୁଖଦୁଃଖରେ ସେ ନଥା’ନ୍ତି। ଲୋକେ ତାଙ୍କୁ ଦେଖିବାକୁ ପାଆନ୍ତିନି। ୨୦୧୯ରେ ଟିକେଟ ନପାଇ ମଧ୍ୟ ମୁଁ ଦଳ ସହିତ ଅଛି। ଅନ୍ୟ ଦଳରୁ ଅଫର ଥିଲେ ମୁଁ ବିଜେଡି ପାଇଁ କାମ କରୁଥିଲି। ଦଳ ଅବିଚାର କରିଛି। ଲୋକଙ୍କୁ ପଚାରି ପରବର୍ତ୍ତୀ ପଦକ୍ଷେପ ନେବି। ଅନ୍ୟ କୌଣସି ଦଳ ବା ସ୍ୱାଧୀନ ଭାବେ ଲଢ଼ିବି।

ସୂଚନାଯୋଗ୍ୟ, ସୁରେନ୍ଦ୍ର ସେଠୀ ୨୦୧୪ରେ ବିଜେଡି ଟିକେଟରେ କାକଟପୁରରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୮୯,୯୬୩ ଖଣ୍ଡ ଭୋଟ ପାଇଥିଲେ। ଅନ୍ୟପକ୍ଷରେ ସେହିବର୍ଷ ତୁଷାରକାନ୍ତି ବେହେରା ବିଜେପି ଟିକେଟରେ ତାଙ୍କ ବିପକ୍ଷରେ ଲଢ଼ି ମାତ୍ର ୧୨,୦୯୩ ଖଣ୍ଡ ଭୋଟ୍ ପାଇ ତୃତୀୟ ସ୍ଥାନରେ ରହିଥିଲେ।  

BjD Tusharkanti Behera
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe