Advertisment

ନିରାଶ ହୋଇ BJD ଛାଡ଼ିଲେ ସୁରେନ୍ଦ୍ର ସେଠୀ

ଟିକେଟ୍‌ ପାଇନଥିଲେ ମଧ୍ୟ ସଙ୍ଗଠନ ସମ୍ଭାଳି ଥିଲେ ସୁରେନ୍ଦ୍ର ସେଠୀ। ହେଲେ ନିର୍ବାଚନ ପରେ ତୁଷାରକାନ୍ତି ବେହେରାଙ୍କ ସହିତ ତାଙ୍କର ଜତିପାତ ପଡ଼ିଲା ନାହିଁ।

ଅଦ୍ୟତନ ହୋଇଛି
Surendra Sethi

Surendra Sethi

Advertisment

ନିରାଶ ହୋଇ BJD ଛାଡ଼ିଲେ ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ। ଆଜି ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ନିଜର ଇସ୍ତଫାପତ୍ର ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ଟିକେଟ ନମିଳିବାରୁ ଅସନ୍ତୋଷ ଝାଡ଼ି ସେ ବିଜେଡି ଛାଡ଼ିଥିବା ଜଣାପଡ଼ିଛି। ତେବେ ସେ କେଉଁ ଦଳକୁ ଯିବେ, ସେ ସମ୍ପର୍କରେ କିଛି ଜଣାପଡ଼ି ନାହିଁ।

Advertisment

୨୦୧୪ ମସିହାରେ ପୁରୀ ଜିଲ୍ଲା କାକଟପୁର ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ସୁରେନ୍ଦ୍ର ସେଠୀ। ସେ କଂଗ୍ରେସର ରବୀନ୍ଦ୍ର କୁମାର ସେଠୀଙ୍କୁ ୪୧ ହଜାରରୁ ଊର୍ଦ୍ଧ୍ୱ ଭୋଟ୍‌ରେ ପରାସ୍ତ କରିଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ସେ ପ୍ରମୁଖ ଦାବିଦାର ଥିଲେ। ହେଲେ ଦଳ ତାଙ୍କର ଟିକଟ କାଟି ବିଜେପିରୁ ପ୍ରାର୍ଥୀ ହୋଇଥିବା ତୁଷାରକାନ୍ତି ବେହେରାଙ୍କୁ ଛିଡ଼ା କରିଥିଲା। ଆଉ ସେହି ନିର୍ବାଚନରେ ଶ୍ରୀ ବେହେରା ବିଜୟୀ ହୋଇ ରାଜ୍ୟ ମନ୍ତ୍ରି ମଣ୍ଡଳରେ ସ୍ଥାନ ପାଇଥିଲେ।

ସେପଟେ ଟିକେଟ୍‌ ପାଇନଥିଲେ ମଧ୍ୟ ସଙ୍ଗଠନ ସମ୍ଭାଳି ଥିଲେ ସୁରେନ୍ଦ୍ର ସେଠୀ। ହେଲେ ନିର୍ବାଚନ ପରେ ତୁଷାରକାନ୍ତି ବେହେରାଙ୍କ ସହିତ ତାଙ୍କର ଜତିପାତ ପଡ଼ିଲା ନାହିଁ। ଉଭୟଙ୍କ ଭିତରେ ଶୀତଳ ଯୁଦ୍ଧ ଆରମ୍ଭ ହୋଇଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଉଭୟ ପୃଥକ୍‌ ପୃଥକ୍‌ ସମାବେଶ କରିଥିବା ଦେଖିବାକୁ ମିଳିଥିଲା। ତେବେ ପଞ୍ଚାୟତ ନିର୍ବାଚନ ବେଳେ ଉଭୟଙ୍କ ଭିତରେ ଲାଗି ରହିଥିବା ଛକାପଞ୍ଝା ଚରମ ସୀମାରେ ପହଞ୍ଚିଥିଲା। ତୁଷାରଙ୍କୁ ଚକ୍‌ମା ଦେଇ ସୁର ସେଠୀ ଗୋଷ୍ଠୀ କିଛି ବ୍ଲକକୁ ଅକ୍ତିଆର କରିଥିଲେ। ଏହାପରେ ତୁଷାରଙ୍କ ସମସ୍ୟା ବଢ଼ିଥିଲା। ପ୍ରତ୍ୟେକ ସଭାରେ ତୁଷାରଙ୍କୁ ବିରୋଧ କରାଯାଇଥିଲା। ଏପରିକି ସୁର ଓ ତୁଷାରଙ୍କ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହେଉଥିବା ଦେଖିବାକୁ ମିଳିଥିଲା।

Advertisment

ତେବେ ୨୦୨୪ ନିର୍ବାଚନ ପାଇଁ ଉଭୟ ନିଜ ସପକ୍ଷରେ ଯୁକ୍ତି ବାଢ଼ିଥିଲେ। ପ୍ରାର୍ଥୀ ହେବା ପାଇଁ ଆଶାୟୀ ଥିଲେ। ହେଲେ ବିଜେଡି ସୁପ୍ରିମୋ ସୁରଙ୍କୁ ଚକ୍‌ମା ଦେଇ କାକଟପୁରରୁ ତୁଷାରଙ୍କୁ ପ୍ରାର୍ଥୀ କରିଥିଲା। ଏହି ଘୋଷଣା ପରେ ସୁରଙ୍କ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଖୋଲାଖୋଲି ଭାବେ ବିରୋଧ କରିଥିଲେ। ପ୍ରାର୍ଥୀ ପରିବର୍ତ୍ତନ କରିବା ପାଇଁ ଚାପ ପକାଇଥିଲେ। ମାତ୍ର ସେମିତି କିଛି ଘଟିନଥିଲା। ଯାହାଫଳରେ ଆଜି ସୁର ବିଜେଡିରୁ ଇସ୍ତଫା ଦେଇଛନ୍ତି।

BjD Puri 2024 General Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe