Advertisment

କାଲି ପାଇଥିଲେ ମନ୍ତ୍ରୀ ପଦ, ଆଜି କହିଲେ- ଛାଡ଼ିଦେବି

ଗତକାଲି ମନ୍ତ୍ରୀପଦ ପାଇଥିବା ଜଣେ ନେତା ଜଲଦି ଏହାକୁ ଛାଡ଼ିଦେବେ ବୋଲି ଘୋଷଣା କରିଛନ୍ତି।

bjp-mp suresh-gopi

bjp-mp suresh-gopi

Advertisment

ମୋଦିଙ୍କ ୩.୦ ମନ୍ତ୍ରିମଣ୍ଡଳର ନୂଆ ଇନିସଂ ଗତକାଲିଠୁ ଆରମ୍ଭ ହୋଇଛି। ଏଥିରେ ୭୧ ଜଣଙ୍କୁ ସ୍ଥାନ ମିଳିଥିବା ବେଳେ ବହୁ ପୁରୁଖା ନେତା ମନ୍ତ୍ରୀପଦ ନ ପାଇ ନିରାଶ ହୋଇଛନ୍ତି। ମାତ୍ର ଗତକାଲି ମନ୍ତ୍ରୀପଦ ପାଇଥିବା ଜଣେ ନେତା ଜଲଦି ଏହାକୁ ଛାଡ଼ିଦେବେ ବୋଲି ଘୋଷଣା କରିଛନ୍ତି। ଏହି ମନ୍ତ୍ରୀଜଣକ ହେଲେ କେରଳର ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀ।

Advertisment

ଗତକାଲି ମୋଦିଙ୍କ ନୂଆ ମନ୍ତ୍ରିମଣ୍ଡଳର ସଦସ୍ୟ ରାଷ୍ଟ୍ରପତି ଭବନରେ ଆୟୋଜିତ ଭବ୍ୟ ସମାରୋହରେ ଶପଥ ଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରେ ସୁରେଶ ଗୋପୀ ରାଷ୍ଟ୍ର ମନ୍ତ୍ରୀ ରୂପେ ଶପଥ ନେଇଛନ୍ତି। ସୁରେଶ ଗୋପୀ କେରଳ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ଲୋକପ୍ରିୟ କଳାକାର ହୋଇଥିବା ବେଳେ ଚଳିତ ଥର ରାଜ୍ୟର ଏକମାତ୍ର ବିଜେପି ସାଂସଦ ରୂପେ ନିର୍ବାଚିତ ହୋଇଛନ୍ତି।

ମାତ୍ର ଏହାପରେ ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇ ସୁରେଶ ଗୋପୀ କହିଛନ୍ତି, ସେ କେବେ ବି ମନ୍ତ୍ରୀ ପଦ ପାଇଁ ଦାବି କରି ନ ଥିଲେ କି ଆଶାୟୀ ନ ଥିଲେ। ତେଣୁ ଏହି ପଦରୁ ଖୁବ୍‌ ଶୀଘ୍ର ମୁକ୍ତି ମିଳିବ ବୋଲି ସେ ଆଶା କରିଛନ୍ତି।

Advertisment

ଏହା ପଛର କାରଣ ବିଷୟରେ ସେ କହିଛନ୍ତି, ମୁଁ ବହୁ ଫିଲ୍ମ ସାଇନ୍‌ କରି ଦେଇଥିବା ବେଳେ ତାହାକୁ ସମ୍ପୂର୍ଣ୍ଣ କରିବା ମୋ’ ଦାୟିତ୍ୱ। ତେଣୁ ଏକ ସଙ୍ଗେ ମନ୍ତ୍ରୀ ପଦ ସହ କଳାକାର କାମ ତୁଲାଇବା ଖୁବ୍‌ କଠିନ । ମନ୍ତୀ ପଦ ସମ୍ଭାଳିବା ଖୁବ୍‌ ଦାୟିତ୍ୱସମ୍ପନ୍ନ କାମ । ତେଣୁ ମୁଁ କେବଳ କଳାକାର ରୂପେ ସକ୍ରିୟ ରହିବି। ଏଥିସହ ମୋ’ ସଂସଦୀୟ କ୍ଷେତ୍ର ତ୍ରୀଶୁର ପାଇଁ କାମ ଜାରି ରଖିବି।

ନିଜ ନିଷ୍ପତ୍ତିକୁ ନେଇ ତ୍ରୀଶୁରବାସୀଙ୍କର କୌଣସି ଅସୁବିଧା ହେବନି ବୋଲି କହିଛନ୍ତି ସୁରେଶ ଗୋପୀ। କାରଣ ଜଣେ ସାଂସଦ ରୂପେ ମୁଁ ନିହାତି ରୂପେ ସେମାନଙ୍କ ନିକଟରେ ଛିଡ଼ା ହେବି, ସେମାନଙ୍କ ପାଇଁ କାମ କରିବି ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ସୁରେଶ। ମାତ୍ର କୌଣସି ବି ପରିସ୍ଥିତିରେ ଫିଲ୍ମରେ କାମ କରିବା ଛାଡ଼ି ପାରିବିନି ବୋଲି ସେ କହିଛନ୍ତି।

ସୁରେଶ ଗୋପୀ ଲୋକସଭା ନିର୍ବାଚନ ଜିତିବା ପୂର୍ବରୁ ରାଜ୍ୟସଭା ସାଂସଦ ଭାବେ କାର୍ଯ୍ୟ କରି ସାରିଛନ୍ତି। ଗତ ୨୦୧୬ ମସିହାରେ ସେ ରାଜ୍ୟସଭାକୁ ମନୋନୀତ ହୋଇଥିବା ବେଳେ ତାଙ୍କ କାର୍ଯ୍ୟକାଳ ୨୦୨୨ ମସିହାରେ ସମାପ୍ତ ହୋଇଥିଲା।

ଜଣେ ଶିଶୁ କଳାକାର ରୂପେ ନିଜ କ୍ୟାରିଅର ଆରମ୍ଭ କରିଥିବା ସୁରେଶ ଗୋପି ଏବେ କେରଳ ଇଣ୍ଡଷ୍ଟ୍ରିରେ ଏକ ପରିଚିତ ନାମ । ତେଣୁ ଜଣେ ସାଂସଦ ରୂପେ ସେ ନିଜ କ୍ଷେତ୍ରପାଇଁ କାମ କରିବା ସହ ଫିଲ୍ମରେ ଅଭିନୟ ବି ଜାରି ରଖିବେ ବୋଲି ସ୍ପଷ୍ଟ କରିଛନ୍ତି । ସେ ବହୁ ଫିଲ୍ମରେ କାମ କରିଥିବା ବେଳେ ବହୁ ଟିଭି ଶୋ’ ହୋଷ୍ଟ ବି କରିଛନ୍ତି ସୁରେଶ ଗୋପୀ ୧୯୯୮ ମସିହାରେ ଫିଲ୍ମ ‘କଲିୟାଟ୍ଟମ’ ପାଇଁ ରାଷ୍ଟ୍ରୀୟ ପୁରସ୍କାର ହାତେଇବାରେ ସକ୍ଷମ ହୋଇଛନ୍ତି।

ଚଳିତ ଲୋକସଭା ନିର୍ବାଚନରେ କେରଳରେ କଂଗ୍ରେସ ୧୪ ସିଟ୍‌ ହାତେଇଥିବା ବେଳେ Indian Union Muslim League ଖାତାକୁ ୨ଟି ସିଟ୍‌ ଯାଇଛି। ଏଥିସହ ବିଜେପି ଓ କମ୍ୟୁନିଷ୍ଟ ପାର୍ଟି ଗୋଟିଏ ଲେଖାଏ ସିଟ୍‌ରେ ସନ୍ତୁଷ୍ଟ ରହିଛନ୍ତି।

PM Modi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe