ପ୍ରଶାସନିକ ବ୍ୟତିକ୍ରମ: ସିଏମଓରେ କାର୍ଯ୍ୟ ଆରମ୍ଭ କଲେ ସୁରେଶ, ଫାଙ୍କା ପଡ଼ିଛି ମୁଖ୍ୟମନ୍ତ୍ରୀଙ୍କ ସଚିବ ପଦ

୨୦୦୦ ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ଅକ୍ଟୋବର ୨୩ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପରଠୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ବ୍ୟକ୍ତିଗତ ସଚିବ ପଦ ଖାଲି ପଡ଼ିଛି ।

Suresh Mohapatra

ସୁରେଶ ଚନ୍ଦ୍ର ମହାପାତ୍ର (ଫାଇଲ ଫଟୋ)

Ordigital Desk
  • Published: Monday, 20 November 2023
  • Updated: 20 November 2023, 06:09 PM IST

Sports

Latest News

ଓଡ଼ିଶା ଇତିହାସରେ ପ୍ରଥମଥର ପାଇଁ ଏଭଳି ପ୍ରଶାସନିକ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଦୀର୍ଘ ୨୮ଦିନ ଧରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଚିବ ଓ ବ୍ୟକ୍ତିଗତ ସଚିବ ଖାଲି ପଡ଼ିଛି । କିନ୍ତୁ ସରକାର ଏଥିପ୍ରତି ଗୁରୁତ୍ୱ ନଦେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ରେ ଅବସରପ୍ରାପ୍ତ ଅଫିସରଙ୍କୁ ଥଇଥାନ କରିବାରେ ବେଶୀ ଆନ୍ତରିକତା ଦେଖାଉଛନ୍ତି । ଏପରିକି ସିଏମଓରେ ୫ଜଣ ଓଏସଡି ଥିବାବେଳେ ପୁଣିଜଣେ ଓଏସଡି ଭାବେ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ ମଧ୍ୟ ନିଯୁକ୍ତି ମିଳିଛି । ଦେଶରେ ଓଡ଼ିଶା ଏକମାତ୍ର ରାଜ୍ୟ ଯାହାର ମୁଖ୍ୟମନ୍ତ୍ରୀଙ୍କର ନିଜସ୍ୱ ସଚିବ କିମ୍ବା ବ୍ୟକ୍ତିଗତ ସଚିବ କେହି ନାହାନ୍ତି ବୋଲି ପାୱାର କରିଡରରେ ଚର୍ଚ୍ଚା ।

ସୂଚନା ଅନୁସାରେ, ୨୦୦୦ ବ୍ୟାଚ୍ ଆଇଏଏସ୍ ଭିକେ ପାଣ୍ଡିଆନ ଅକ୍ଟୋବର ୨୩ତାରିଖରେ ସରକାରୀ ଚାକିରିରୁ ଅବସର ନେବା ପରଠୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ବ୍ୟକ୍ତିଗତ ସଚିବ ପଦ ଖାଲି ପଡ଼ିଛି । ଯେକୌଣସି ରାଜ୍ୟର ମୁଖ୍ୟମନ୍ତ୍ରୀ ସଚିବ ଓ ବ୍ୟକ୍ତିଗତ ସଚିବ ଅତ୍ୟନ୍ତ ସମ୍ବେଦନଶୀଳ ଓ ଗୁରୁତ୍ୱପୂର୍ଣ୍ଣ ହୋଇଥିଲେ ମଧ୍ୟ ଓଡ଼ିଶା ସରକାର ୨୮ଦିନ ପରେ ବି ଏହି ପଦକୁ ପୂରଣ କରୁନାହାନ୍ତି । ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ଅଫିସର ନାହାନ୍ତି କିମ୍ବା କାହାରିକୁ ଅସ୍ଥାୟୀ ଭାବେ ଏହି ଦାୟିତ୍ୱ ମଧ୍ୟ ନ୍ୟସ୍ତ ହୋଇନାହିଁ । ପ୍ରଶାସନିକ ବ୍ୟବସ୍ଥା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ଯେଉଁ ଫାଇଲ୍ ଯାଏ ତାହା ତାଙ୍କର ସଚିବଙ୍କ ମାଧ୍ୟମରେ ଯିବାର ନିୟମ ଅଛି । ଏବେ କିନ୍ତୁ ତାଙ୍କ ସଚିବ ଓ ବ୍ୟକ୍ତିଗତ ସଚିବ ନଥିବାରୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ରାଜ୍ୟ ଶାସନର ଗୁରୁତ୍ୱପୂର୍ଣ୍ଣ ଓ ସମ୍ବେଦନଶୀଳ ଫାଇଲ୍ କାହା ମାଧ୍ୟମରେ ଯାଉଛି ତାହା ଜଣାପଡ଼ିନି । ମୁଖ୍ୟମନ୍ତ୍ରୀ ଯେଉଁ ଫାଇଲ ଉପରେ ଦସ୍ତଖତ କରୁଛନ୍ତି ସେ ଫାଇଲରେ ଥିବା ତଥ୍ୟ ସମ୍ପର୍କରେ କିଏ ତାଙ୍କୁ ଆବଶ୍ୟକ ତଥ୍ୟ ଅବଗତ କରାଉଛି ତାହା ବି ରହସ୍ୟଜନକ ହୋଇ ରହିଛି । ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ, କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ଓ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ କାର୍ଯ୍ୟାଳୟ ଯଦି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଚାହୁଁଥିବେ ଅବାପୁଣି କୌଣସି ଚିଠିପତ୍ର ଦେଉଥିବେ ତା’ର ଉତ୍ତର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ କିଏ ଦେଉଥିବେ ତାହା ବି ଅସ୍ପଷ୍ଟ । ତେଣୁ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀକୁ ସରକାର କାହିଁକି ପୂରଣ କରୁନାହାନ୍ତି ଓ ଏଭଳି ପ୍ରଶାସନିକ ବ୍ୟତିକ୍ରମ ମାଧ୍ୟମରେ କି ସନ୍ଦେଶ ଦେବାକୁ ପ୍ରୟାସ ହେଉଛି ତାକୁ ନେଇ ଏବେ ନାନାଦି ଚର୍ଚ୍ଚା ଚାଲିଛି ।

ଏପଟେ ପୂର୍ବତନ ମୁଖ୍ୟସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଓଇଆଇସିରୁ ଆଣି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଥଇଥାନ କରାଯାଇଛି । ଶ୍ରୀ ମହାପାତ୍ର ମାତ୍ର ୮ମାସ ତଳେ ଓଇଆରସି ଅଧ୍ୟକ୍ଷ ଭାବେ ଯୋଗ ଦେଇଥିଲେ । ସେ ୨୦୨୭ ଫେବୃୟାରୀ ପର୍ଯ୍ୟନ୍ତ ସେଠାରେ କାର୍ଯ୍ୟ କରିଥାନ୍ତେ । ମାତ୍ର ଶ୍ରୀ ମହାପାତ୍ର ଅଚାନକ ଏହି ପଦରୁ ଇସ୍ତଫା ଦେବାର କିଛିଘଣ୍ଟା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ମୁଖ୍ୟ ପରାମର୍ଶଦାତା ବା ଉପଦେଷ୍ଟା ଭାବେ ନିଯୁକ୍ତି ପାଇଛନ୍ତି । ଆଜି ବିଧିବଦ୍ଧ ଭାବେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟରେ ସେ କାର୍ଯ୍ୟ ଆରମ୍ଭ କରିଛନ୍ତି । ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ(ସିଏମଓ)ର ମୁଖ୍ୟ ପରାମର୍ଶଦାତା ଥିବା ଆର.ବାଲକ୍ରିଷ୍ଣନଙ୍କୁ କେବଳ ସ୍ପେଶାଲ ଇନିସିଏଟିଭି(ମୁଖ୍ୟ ଉପଦେଷ୍ଟା) ଭାବେ କାର୍ଯ୍ୟ କରିବେ । ଶ୍ରୀ ମହାପାତ୍ର ଦାୟିତ୍ୱ ନେବାପରେ ଶ୍ରୀ ବାଲକ୍ରିଷ୍ଣନ ସିଏମଓ ପରିବର୍ତ୍ତେ ଆଜିଠୁ ଖାରବେଳ ନଗରସ୍ଥିତ କାର୍ଯ୍ୟାଳୟକୁ ସ୍ଥାନାନ୍ତର ହୋଇଛନ୍ତି । ଯଦିଓ ବରିଷ୍ଠତା ଦୃଷ୍ଟିରୁ ଶ୍ରୀ ମହାପାତ୍ରଙ୍କଠୁ ଶ୍ରୀ ବାଲକ୍ରିଷ୍ଣନ ଉପରେ ଅଛନ୍ତି । କିନ୍ତୁ ସେଥିପ୍ରତି ବିଶେଷ ଗୁରୁତ୍ୱ ନଦେଇ ସିଏମଓରେ ଦୁଇଜଣ ବରିଷ୍ଠ ଅବସରପ୍ରାପ୍ତ ଆଇଏଏସ ଅଫିସରଙ୍କୁ ସମାନ ପାହ୍ୟାରେ ମୁଖ୍ୟ ପରାମର୍ଶଦାତା ଭାବେ ନିଯୁକ୍ତି ଦିଆଯାଇଛି । ଯାହାକି ଭବିଷ୍ୟତରେ ସିଏମଓରେ ପ୍ରଶାସନିକ ଛକାପଞ୍ଝା ସୃଷ୍ଟି କରିବାର ଆଶଙ୍କା ରହିଛି ।

Also Read

ସେହିପରି ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ୩ଜଣ ଓ ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟର ଓଏସଡି ଭାବେ ୨ଜଣ ଅବସରପ୍ରାପ୍ତ ଅଫିସର କାର୍ଯ୍ୟ କରୁଛନ୍ତି । ଏବେ ଓଏଏସ୍ ରବୀନ୍ଦ୍ର କୁମାର ସେଠୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଓଏସଡି ଭାବେ ନିଯୁକ୍ତି ମିଳିଛି । ସେ ଉପବାଚସ୍ପତିଙ୍କ ବ୍ୟକ୍ତିଗତ ସଚିବ ଭାବେ କାର୍ଯ୍ୟ ତୁଲାଉଥିଲେ ।

ଅବଶ୍ୟ ଶ୍ରୀ ପାଣ୍ଡିଆନ ସ୍ୱେଚ୍ଛାକୃତ ଅବସର ନେବା ପରେ ରାଜ୍ୟ ସରକାର ତାଙ୍କୁ କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା ସହ ଫାଇଭ-ଟି ଓ ନବୀନ ଓଡ଼ିଶା ଦାୟିତ୍ୱ ଦେଇଛନ୍ତି । ସିଏମଓରେ ଥିବା ଅଫିସରମାନେ ତାଙ୍କୁ ହିଁ ରିପୋର୍ଟ କରିବେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ସଚିବ ଓ ବ୍ୟକ୍ତିଗତ ସଚିବ ଦାୟିତ୍ୱରେ ସିଏମଓରେ କିଏ ତୁଲାଉଛନ୍ତି ତଥା ଏହି ପଦବୀକୁ କାହିଁକି ପୂରଣ କରାଯାଉନି ତାକୁ ନେଇ ସାଧାରଣରେ ଚର୍ଚ୍ଚା ଜୋର ଧରିଛି । ଅବଶ୍ୟ ସିଏମଓରେ ସ୍ୱତନ୍ତ୍ର ସଚିବ ପାହ୍ୟାରେ କାର୍ଯ୍ୟ କରୁଥିବା ଅଫିସରମାନେ ଏବେ ବିଭିନ୍ନ ଫାଇଲ୍ ସିଧାସଳଖ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପଠାଉଛନ୍ତି ବୋଲି ଜଣାପଡ଼ିଛି ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ୱେବସାଇଟ୍ ଅନୁସାରେ, ଏବେ ମୁଖ୍ୟମନ୍ତ୍ରୀଙ୍କ କେହି ବ୍ୟକ୍ତିଗତ ସଚିବ କିମ୍ବା ସଚିବ(ବରିଷ୍ଠ ପାହ୍ୟାର ଅଧିକାରୀ) ନାହାନ୍ତି । ସିଏମଓ ଅଫିସର ତାଲିକାରେ ଶୀର୍ଷରେ ଶ୍ରୀ ପାଣ୍ଡିଆନଙ୍କୁ ଫାଇଭ-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ସ୍ଥାନ ମିଳିଛି । ତାଙ୍କ ତଳକୁ ଅବସରପ୍ରାପ୍ତ ଆଇଏଏସ୍ ଆର.ବାଲକ୍ରିଷ୍ଣନ(ମୁଖ୍ୟ ଉପଦେଷ୍ଟା, ସିଏମଓ), ଆଇଏଏସ୍ ଆର.ଭିନିଲ କ୍ରିଷ୍ଣା(ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ), ଆଇପିଏସ୍ ଡିଏସ୍ କୁଟ୍ଟେ(ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ), ଆଇଏଏସ୍ ରୂପାରୋଶନ ସାହୁ(ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ), ଅବସରପ୍ରାପ୍ତ ଆଇଆରଟିଏସ୍ ମନୋଜ କୁମାର ମିଶ୍ର (ମୁଖ୍ୟମନ୍ତ୍ରୀଙ୍କ ଓଏସଡି), ଅବସରପ୍ରାପ୍ତ ଆଇଏଏସ୍ ପ୍ରଦୀପ୍ତ କୁମାର ମହାପାତ୍ର(ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଓଏସଡି), ଅବସରପ୍ରାପ୍ତ ଓଏଏସ୍ ଗୋପବନ୍ଧୁ ଦାଶ(ମୁଖ୍ୟମନ୍ତ୍ରୀଙ୍କ ଆବାସିକ କାର୍ଯ୍ୟାଳୟ ଓଏସଡି), ଅବସରପ୍ରାପ୍ତ ଓଏଏସ୍ ରୀତାରାଣୀ ମହାପାତ୍ର(ମୁଖ୍ୟମନ୍ତ୍ରୀଙ୍କ ଓଏସଡି) ଓ ଅବସରପ୍ରାପ୍ତ ବିଷ୍ଣୁପ୍ରସାଦ ମିଶ୍ର (ମୁଖ୍ୟମନ୍ତ୍ରୀଙ୍କ ଓଏସଡି) ଭାବେ କାର୍ଯ୍ୟରତ ଅଛନ୍ତି । ସେହିପରି ଓଏଏସ୍ ଅଫିସର ଲାଲା ମନୋଜ କୁମାର ରାୟ, ଆଦିତ୍ୟ ମହାପାତ୍ର, ଶୁଭ୍ରାଂଶୁ ମିଶ୍ର ଓ ମନୋଜ ସ୍ୱାଇଁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଓ ଯୁଗ୍ମ ସଚିବ ଭାବେ କାର୍ଯ୍ୟରତ ଅଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story