Advertisment

ବ୍ରଜରାଜନଗରରୁ ଜିତିଲେ ସୁରେଶ ପୂଜାରୀ!

ବ୍ରଜରାଜନଗର ବିଧାନସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ସୁରେଶ ପୂଜାରୀ ଜିତି ଯାଇଥିବା ସୂଚନା ଆସୁଛି। ସେ ୨୬ ହଜାରରୁ ଅଧିକ ଭୋଟରେ ଜିତିଥିବା ଜଣାଯାଇଛି।

ଅଦ୍ୟତନ ହୋଇଛି
Suresh Pujari

Suresh Pujari

Advertisment

ବ୍ରଜରାଜନଗର ବିଧାନସଭା ଆସନରୁ ବିଜେପି ଟିକେଟରୁ ପ୍ରାର୍ଥୀ ହୋଇଥିବା ସୁରେଶ ପୂଜାରୀ ଜିତି ଯାଇଥିବା ସୂଚନା ଆସୁଛି। ସେ ୨୬ ହଜାରରୁ ଅଧିକ ଭୋଟରେ ଜିତିଥିବା ଜଣାଯାଇଛି। ଏଠାରୁ ବିଜେଡି ପୁଣି ଥରେ ସ୍ୱର୍ଗତ କିଶୋର ମହାନ୍ତିଙ୍କ ପତ୍ନୀ ଅଳକା ମହାନ୍ତିଙ୍କୁ ପ୍ରାର୍ଥୀ କରିଥିଲା। ମାତ୍ର ତାଙ୍କୁ ପଛରେ ପକାଇ ସୁରେଶ ବାଜି ମାରି ନେଇଥିବା ଜଣାଯାଇଛି। ଏହା ସହିତ ସୁରେଶ ପୂଜାରୀ ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଛନ୍ତି।

Advertisment

ଏହା ପୂର୍ବରୁ ୨୦୧୯ ସାଧାରଣ ନିର୍ବାଚନରେ ସୁରେଶ ପୂଜାରୀ ବିଜେପି ଟିକେଟରୁ ବରଗଡ଼ ଲୋକସଭା ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ଏଥର ଦଳ ତାଙ୍କୁ ବିଧାନସଭାରୁ ପ୍ରାର୍ଥୀ କରିଥିବା ବେଳେ ସେ ବିଜୟୀ ହୋଇଛନ୍ତି।

ବରଗଡ଼ ଲୋକସଭା ଆସନରୁ ବିଜେପି ଏଥର ପ୍ରଦୀପ ପୁରୋହିତଙ୍କୁ ପ୍ରାର୍ଥୀ କରିଥିବା ବେଳେ ସେ ବି ଆଗରେ ଥିବା ଜଣାଯାଇଛି।

Advertisment

ଚଳିତ ବିଧାନସଭା ନିର୍ବାଚନରେ ବିଜେପି ପ୍ରଦର୍ଶନ ବେଶ୍‌ ଉତ୍ସାହଜନକ ରହିଛି। ବିଜେପି ୭୪ ସିଟ୍‌ରେ ଆଗରେ ଥିବା ବେଳେ ବିଜେଡି ୫୫, କଂଗ୍ରେସ ୫ ଓ ଅନ୍ୟାନ୍ୟ ୨ ଆସନରେ ଆଗୁଆ ଅଛନ୍ତି।

Bjp Election Results Odisha Assembly Election 2024 Election Results 2024
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe