Advertisment

ସୁରଙ୍କୁ ପୁତ୍ରମୋହ ମହଙ୍ଗା ପଡ଼ିଲା, ଦଳରୁ ବହିଷ୍କାର କଲା କଂଗ୍ରେସ

ଏଆଇସିସି ପକ୍ଷରୁ ପ୍ରେସ ରିଲିଜ୍‌ ଜରିଆରେ ଦିଆଯାଇଛି ସୂଚନା।

ଅଦ୍ୟତନ ହୋଇଛି
undefined

Sura Routray

Advertisment

ବିଧାୟକ ସୁରେଶ କୁମାର ରାଉତରାୟଙ୍କୁ ପୁତ୍ରମୋହ ମହଙ୍ଗା ପଡ଼ିଛି । ନିଜକୁ ସଚ୍ଚୋଟ କଂଗ୍ରେସ ବୋଲି ଦାବି କରି ବିଜେଡିର ସାଂସଦ ପ୍ରାର୍ଥୀ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ପ୍ରଚାର କରିବାକୁ କଂଗ୍ରେସ ଗୁରୁତ୍ୱର ସହ ନେଇଛି । ତାଙ୍କୁ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ଦଳରୁ ବହିଷ୍କାର କରିଛି । ସୁରଙ୍କ ଦୋମୁହାଁ ଚରିତ୍ର ପଦାରେ ପଡ଼ିବା ସହ ତାଙ୍କର ରାଜନୀତିକ କ୍ୟାରିୟର ଶେଷାର୍ଦ୍ଧରେ କଂଗ୍ରେସରୁ ଏଭଳି ଅପମାନିତ ହେବାକୁ ପଡ଼ିଛି ।

Advertisment

ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳଙ୍କ ଦ୍ୱାରା ଜାରି ୩ଧାଡ଼ିଆ ପ୍ରେସ୍ ରିଲିଜରେ, ସୁରେଶ କୁମାର ରାଉତରାୟଙ୍କୁ ବିଶୃଙ୍ଖଳିତ ଓ ଦଳବିରୋଧୀ କାର୍ଯ୍ୟ ପାଇଁ ତତ୍କାଳ ପ୍ରଭାବରୁ ୬ବର୍ଷ ନିମନ୍ତେ ବହିଷ୍କାର କରାଯାଇଛି । ଏହା ସୁରଙ୍କ ପାଇଁ ଶକ୍ତଧକ୍କା ହୋଇଛି । କଂଗ୍ରେସରେ ରହି ନିଜ ପୁଅ ବିଜେଡି ପ୍ରାର୍ଥୀ ମନ୍ମଥଙ୍କ ସପକ୍ଷରେ ଭୋଟ ସଂଗ୍ରହ କରିବାର ଫର୍ମୂଲା ମଧ୍ୟ ସୁରଙ୍କ ଫେଲ ମାରିଛି । ଏପଟେ କଂଗ୍ରେସ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ନିଜର ଭୋଟବ୍ୟାଙ୍କକୁ ସୁରକ୍ଷିତ ରଖିବା ପାଇଁ ଅଣ୍ଟା ଭିଡ଼ିଛି ।

ସୂଚନାଯୋଗ୍ୟ, ସାନପୁଅ ମନ୍ମଥଙ୍କ ପାଇଁ ସୁର ପ୍ରଚାର କରୁଥିଲେ ମଧ୍ୟ ବାରମ୍ବାର ଏହାକୁ ଖଣ୍ଡନ କରି ଆସୁଥିଲେ । କଂଗ୍ରେସ ପକ୍ଷରୁ ତାଙ୍କୁ ୨ଥର କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା । ମାତ୍ର ସେ ଏହି ନୋଟିସକୁ ପ୍ରତ୍ୟାଖ୍ୟାନ କରି ସେ ଦଳ ବିରୋଧୀ କାର୍ଯ୍ୟ କରୁନାହାନ୍ତି ବୋଲି ସଫେଇ ଦେଇଥିଲେ । ଏପରିକି କଂଗ୍ରେସ ତାଙ୍କୁ ଦଳରୁ ବିଦା କଲେ ପରିସ୍ଥିତି ଭୟଙ୍କର ହେବ ବୋଲି ଓଲଟା ଚେତାବନୀ ଦେଇଥିଲେ । ସୁର ୨୦୧୯ରେ କଂଗ୍ରେସ ଟିକେଟରେ ଜଟଣୀରୁ ବିଧାୟକ ଭାବେ ବିଜୟୀ ହୋଇଥିଲେ ।

Advertisment

ସୁରଙ୍କୁ କଂଗ୍ରେସ ବହିଷ୍କାର କରିବା ପରେ ମନ୍ମଥଙ୍କୁ ପ୍ରାର୍ଥୀ କରିଥିବା ବିଜେଡିର ରାଜନୀତିକ ସମୀକରଣ ଫେଲ୍ ମାରିବା ଏକରକମ ସ୍ପଷ୍ଟ ହୋଇଯାଇଛି।

ଦଳରୁ ୬ ବର୍ଷ ପାଇଁ ବହିଷ୍କୃତ ହେବା ପରେ ସୁର କହିଛନ୍ତି, ମୁଁ ବିଲ୍‌କୁଲ୍ ପୁଅ ପାଇଁ ପ୍ରଚାର କରିନି। ଏଆଇସିସିର ପ୍ରେସିଡେଣ୍ଟ ଅତି ଖୁସି ହୋଇ ମୋତେ ୬ ବର୍ଷ ପାଇଁ ଯେଉଁ ବାସନ୍ଦ କରିଛନ୍ତି, ସେଥିପାଇଁ ତାଙ୍କୁ ଅଭିନନ୍ଦନ। କେଉଁଠି କି ଦୋଷ କଲି ଯେ ମୋତେ ୬ ବର୍ଷ ପାଇଁ ବହିଷ୍କାର କରାଯାଇଛି, ସେ ନେଇ ମୁଁ ତାଙ୍କୁ ନୋଟିସ୍ ଜରିଆରେ ପଚାରିବି। ସେ ଯାହା କରିବେ ଖାତିର ନାହିଁ। ମୁଁ ମଲା ଯାଏଁ କଂଗ୍ରେସରେ ରହିବି। ମୁଁ କଂଗ୍ରେସ ପାଇଁ କାମ କରିବି। ମୋ ଜୀବନଟା କଂଗ୍ରେସ। ଯେଉଁମାନେ ଏବେ ଓଡ଼ିଶାରେ କଂଗ୍ରେସରେ ଅଛନ୍ତି ସତେ ଯେମିତି ଭାରି ନୀତି ଓ ଆଦର୍ଶରେ ଅଛନ୍ତି। ୫୦ ବର୍ଷରୁ ଅଧିକ ସମୟ ଧରି ମୁଁ କଂଗ୍ରେସ ପାଇଁ କାମ କରିଛି। ଯଦି ମୋ ପୁଅ ଅଲଗା ଦଳରୁ ଟିକେଟ ପାଇଲା ବୋଲି ମୋତେ ବାହାର କରି ଦିଆଗଲା, ତା’ହେଲେ ଅଭିନନ୍ଦନ। କିଛି ଆପତ୍ତି ନାହିଁ କି ଖାତିର ନାହିଁ। ଏନେଇ କୌଣସି ପ୍ରକାର ଦୁଃଖ ବି ନାହିଁ। ପୁଅ ଟିକେଟ ପାଇଲା ବୋଲି ମୋତେ ଦଳରୁ କାଢ଼ି ଦେବା ଘୋର ଲଜ୍ଜାଜନକ କଥା। ମୁଁ କେବେ କିଛି ବିଶୃଙ୍ଖଳିତ କାର୍ଯ୍ୟ କରିନି।

Congress Suresh Kumar Routray Sura Raoutray
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe