Advertisment

ବିଜେଡିକୁ ଧକ୍କା: ବବିଙ୍କୁ ଚକମା ଦେଲେ ବିଶ୍ୱ, ବିଜେପିରେ ମିଶିଲେ ବରୀ ବ୍ଲକ ଅଧ୍ୟକ୍ଷ

ବିଶ୍ୱଙ୍କ ଘନିଷ୍ଠ ଅଶୋକ ବିଜେପିରେ ସାମିଲ ହେବାପରେ ଖୋଦ୍ ବିଶ୍ୱ ଏବେ ବବିଙ୍କୁ ଚକମା ଦେଇଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

BJP

BJP

Advertisment

ବିଜେଡିର ତଥାକଥିତ ପ୍ରଭାବଶାଳୀ ନେତା ପ୍ରଣବପ୍ରକାଶ ଦାସ ଏବେବି ଦଳୀୟ ମାମଲାରେ ମାମଲାତି ଦେଖାଉଥିବାବେଳେ ଆଜି ତାଙ୍କ ନିଜ ଜିଲ୍ଲା ଯାଜପୁରରେ ବିଜେଡିକୁ ଶକ୍ତଧକ୍କା ଲାଗିଛି । ବରୀରେ ନିଜର ବିଧାୟକ ଥାଇ ମଧ୍ୟ ଦଳକୁ ସୁରକ୍ଷିତ ରଖିବାରେ ସକ୍ଷମ ହୋଇପାରିନି ବିଜେଡି । ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ୀ ନିଜର ବହୁ ସମର୍ଥକଙ୍କ ସହ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ବବିଙ୍କ ଖାସ୍ ଅନୁଗତ ବିଶ୍ୱରଞ୍ଜନ ମଲ୍ଳିକ ଚଳିତ ନିର୍ବାଚନରେ ‘ସର୍ବାଧିକ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିବା ବିଜେଡି ବିଧାୟକ’ ବୋଲି ଡିଣ୍ଡିମ ପିଟୁଥିବାବେଳେ ଆଜି ତାଙ୍କର ଘନିଷ୍ଠ ଅଶୋକ କୁମାର ଗେଡ଼ୀ ବିଜେପିରେ ସାମିଲ ହୋଇଛନ୍ତି । ଆଉ ବିଶ୍ୱଙ୍କ ଘନିଷ୍ଠ ଅଶୋକ ବିଜେପିରେ ସାମିଲ ହେବାପରେ ଖୋଦ୍ ବିଶ୍ୱ ଏବେ ବବିଙ୍କୁ ଚକମା ଦେଇଥିବା ବିଜେଡି ମହଲରେ ଚର୍ଚ୍ଚା ହେଉଛି ।

Advertisment

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ବରୀ ବ୍ଲକ ଅଧ୍ୟକ୍ଷ ଅଶୋକ କୁମାର ଗେଡ଼ୀ ବିଜେଡି ପରିତ୍ୟାଗ କରି ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ସହ ମନ୍ଦାରୀ ପଂଚାୟତ ସରପଂଚ ଧୀରେନ୍ଦ୍ର ଜେନା ଓ ସମିତି ସଭ୍ୟ ଧୀରେନ୍ଦ୍ର ଦାସ, ଅନ୍ୟାସପୁର ପଂଚାୟତ ସଭ୍ୟ ରମେଶ ସାହୁ, କାଳିମାଟିଆ ପଂଚାୟତ ସରପଂଚ ରଶ୍ମୀତା ପରିଡ଼ା ଓ ସମିତି ସଭ୍ୟ ପ୍ରିୟଙ୍କା ଦାସ, ଅଙ୍ଗାଳ ପଂଚାୟତ ସରପଂଚ ଶକୁନ୍ତଳା ମଲ୍ଲିକ ଓ ସଭ୍ୟ ସ୍ୱପ୍ନାରାଣୀ ସେଠୀ, ଅଟିରା ପଂଚାୟତ ସଭ୍ୟ ପ୍ରୀତିରଞ୍ଜନ ଜେନା, ଉଦୟନାଥପୁର ପଂଚାୟତ ସଭ୍ୟା ନିର୍ଝାରିଣୀ ସାମଲ, କିମ୍ଭିରିଆପାଳ ପଂଚାୟତ ସଭ୍ୟା କାବେରୀ ମଲ୍ଲିକ, ବରୀ ପଂଚାୟତ ସଭ୍ୟ ସଞ୍ଜିବ ଜେନା, ବାଲିଆ ପଂଚାୟତ ସଭ୍ୟା ମାନସୀ ଦାସ,ବାଲିବିଲି ପଂଚାୟତ ସଭ୍ୟା ସୁଧାଂଶୁବାଳା ସାମଲଙ୍କ ସମେତ ଗୋଳକୁଣ୍ଡ ପଂଚାୟତ ସରପଂଚ ସବିତା ବେହେରା, ଇଷାଣପୁର ପଂଚାୟତ ସରପଂଚ ମାମିନା ଦାସ, ଚନ୍ଦନପୁର ପଂଚାୟତ ସରପଂଚ ଚପଳା ମଲ୍ଲ ପ୍ରମୁଖ ବିଜେପିରେ ସାମିଲ ହୋଇଛନ୍ତି । ଏହି ସମସ୍ତ ନିର୍ବାଚିତ ଜନପ୍ରତିନିଧିôମାନେ ବିଜେଡି ସମର୍ଥିତ ଥିଲେ । ଏହି ସରପଂଚ ଓ ସମିତି ସଭ୍ୟଙ୍କ ବହୁ ସମର୍ଥକ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି । ସମସ୍ତଙ୍କୁ ଦଳର ରାଜ୍ୟ ସଭାପତି ମନମୋହନ ସାମଲ ଟୋପି ଓ ଉତ୍ତରୀୟ ଦେଇ ସ୍ୱାଗତ କରିଥିଲେ । ଏହି ମିଶ୍ରଣପର୍ବରେ ବିଜେପିର ବରିଷ୍ଠ ନେତାମାନେ ଉପସ୍ଥିତ ଥିଲେ । ଏହି ମିଶ୍ରଣ ପରେ ୨୯ଟି ପଂଚାୟତ ବିଶିଷ୍ଟ ବରୀ ପଂଚାୟତ ସମିତିରେ ବିଜେପିର ପଲା ଭାରି ହୋଇଛି ।

ତେବେ ସାଧାରଣ ନିର୍ବାଚନର ମାତ୍ର ୨ମାସ ପରେ ବରୀରେ ଏଭଳି ସମୂହ ବିଜେଡି ଛାଡ଼ିବା ପଛରେ ବିଶ୍ୱରଞ୍ଜନଙ୍କ ଭୂମିକା ଥିବା ଚର୍ଚ୍ଚା ହେଉଛି । ତାଙ୍କର ଆଚରଣ ଓ ଉଚ୍ଚାରଣକୁ ନେଇ ଏହି ଜନପ୍ରତିନିଧିମାନେ ଅତିଷ୍ଠ ହୋଇ ଦଳ ଛାଡ଼ିଥିବା ଜଣାପଡ଼ିଛି । ବବିଙ୍କ ଚକ୍ରାନ୍ତ ଯୋଗୁ ଗତଥରର ବିଧାୟିକା ସୁନନ୍ଦା ଦାସଙ୍କୁ ଚଳିତ ନିର୍ବାଚନରେ ଦଳୀୟ ଟିକେଟ୍ ମିଳିନଥିଲା । ବବି ନିଜର ଖାସ୍ ଅନୁଗତ ବିଶ୍ୱରଞ୍ଜନଙ୍କୁ ଟିକେଟ୍ ଦେଇଥିଲେ । ବିଜେଡିର ଗଡ଼ ଯାଜପୁର ଜିଲ୍ଲାର ୭ଟି ବିଧାନସଭା ଆସନ ମଧ୍ୟରୁ ବିଜେଡି ମାତ୍ର ୩ଟି ଆସନକୁ ନିଜ ପାଖରେ ରଖିବାରେ ସକ୍ଷମ ହୋଇଛି । ଏବେ ବ୍ଲକ ଅଧ୍ୟକ୍ଷମାନେ ନିଜର ସମର୍ଥକମାନଙ୍କ ସହ ଦଳ ଛାଡ଼ିବା ବିଜେଡିର ଅଡ଼ୁଆ ବଢ଼ାଇବାରେ ଲାଗିଛି । ଉଲ୍ଲେଖଯୋଗ୍ୟ, ଆଜି ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣପର୍ବରେ ଭୁବନେଶ୍ୱର ମହାନଗର ନିଗମର ୩୭ନମ୍ବର ୱାର୍ଡର କର୍ପୋରେଟର ବନ୍ଦିତା ପାଲଙ୍କ ସମେତ ଭୁବନେଶ୍ୱର ସେଂଟ୍ରାଲର ବହୁ ଆଗଧାଡ଼ିର ବିଜେଡି ନେତା ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ସେହିପରି ରାୟଗଡ଼ା ଜିଲ୍ଲା ବରିଷ୍ଠ ବିଜେଡି ନେତା ୟାଲା ଭେଙ୍କଟେଶ୍ୱର ରାଓ, ଆଦିବାସୀ ସମାଜ ସଭାପତି ଓ ଲାମ୍ପ ସଭାପତି ଚକ୍ରଧର ବିଡିକା, ଡମ ସମାଜ ସଭାପତି ତଥା ଟ୍ରକ ୟୁନିଅନ୍ ସଭାପତି ଧନିରାମ ନାଏକ ପ୍ରମୁଖ ବିଜେପିରେ ଯୋଗ ଦେଇଛନ୍ତି ।

Advertisment

ସୂଚନାଯୋଗ୍ୟ, ଆସନ୍ତା ୨୨ତାରିଖରେ ରାଜ୍ୟରେ ୬ଟି ବ୍ଲକରେ ଅଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ହେବା ପାଇଁ ବିଜ୍ଞପ୍ତି ଜାରି ହୋଇଛି । ଏହି ସମସ୍ତ ୬ଟି ବ୍ଲକ ଅଧ୍ୟକ୍ଷ ପଦବୀ ବିଜେଡି ପାଖରେ ଥିଲା, ଯାହାକୁ ପୁଣିଥରେ ନିଜ ଦଖଲକୁ ନେବା ବିଜେଡି ପାଇଁ କଷ୍ଟକର ହେବ ବୋଲି ଚର୍ଚ୍ଚା ହେଉଛି ।

BjD Pranab Prakash Das
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe