Advertisment

କଳିଙ୍ଗ ଷ୍ଟାଡିୟମ ଆଥଲେଟିକ୍ ଟ୍ରାକରେ ଗାଡ଼ି ବୁଲିବା ଘଟଣା, ସଫେଇ ଦେଲେ କ୍ରୀଡ଼ା ମନ୍ତ୍ରୀ

କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲିବାର ଦୃଶ୍ୟ ସାମ୍ନାକୁ ଆସିବା ପରେ ବିଜେପି ସରକାରକୁ ଟାର୍ଗେଟ କରିଥିଲେ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା। ଜବାବ ଦେଲେ କ୍ରୀଡ଼ାମନ୍ତ୍ରୀ।

Government Vehicle in Running Track

Government Vehicle in Running Track

Advertisment

କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲିବା ଘଟଣାକୁ ନେଇ ତେଜିଛି ରାଜନୀତି। ଏ ସମ୍ପର୍କରେ ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ନିଜ ଏକ୍ସ ହ୍ୟାଣ୍ଡେଲରେ ଉଦବେଗ ପ୍ରକାଶ କରିବା ପରେ ଏହାର ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। କିଛି ଜରୁରୀ ପରିସ୍ଥିତି ପାଇଁ ଏଭଳି ଘଟିଥିବା କହିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ।

Advertisment

କଳିଙ୍ଗ ଷ୍ଟାଡିୟମର ରନିଂ ଟ୍ରାକରେ ସରକାରୀ ଗାଡ଼ି ବୁଲେଇବାର ଭିଡିଓ ସାମ୍ନାକୁ ଆସିବା ପରେ ଏନେଇ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି ବିରୋଧୀ। ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତୁଷାରକାନ୍ତି ବେହେରା ଏ ସମ୍ପର୍କରେ ଉଦବେଗ ପ୍ରକାଶ କରି ଶନିବାର ନିଜ ଏକ୍ସ ହ୍ୟାଣ୍ଡେଲରେ ଲେଖିଥିଲେ ଯେ, ନବୀନଙ୍କ ଶାସନ କାଳରେ ଏହା ଅନ୍ତର୍ଜାତୀୟ ଆଥଲେଟଙ୍କ ଦୌଡ଼ିବା ଟ୍ରାକ୍ ଥିଲା। ହେଲେ ଏବେ ଏହା ଶାସକ ଦଳର ନେତାଙ୍କ ଗାଡ଼ି ବୁଲାଇବା ଟ୍ରାକରେ ପରିଣତ ହୋଇଛି। ତେବେ ଏହା ସମସ୍ତ କ୍ରୀଡ଼ାବିତମାନଙ୍କ ପାଇଁ ଅତ୍ୟନ୍ତ ନିରାଶାଜନକ ଏବଂ ଓଡ଼ିଶା ପାଇଁ ଲଜ୍ୟାଜନକ କଥା।

ପୂର୍ବତନ କ୍ରୀଡ଼ା ମନ୍ତ୍ରୀଙ୍କ ସମାଲୋଚନା ପରେ ଆଜି ଏ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି କ୍ରୀଡ଼ା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ସେ କହିଛନ୍ତି ଯେ, ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ତାଙ୍କର ଦାୟିତ୍ୱ ଅପସରଣ ପରେ ଟିକେ ଅଧିକ ସକ୍ରିୟ ହେଇଥିବା ଜଣାପଡୁଛି। ସେଥିପାଇଁ ତାଙ୍କୁ ଧନ୍ୟବାଦ। କିଛି ଜରୁରୀ ପରିସ୍ଥିତି ଓ ଅସ୍ୱାଭାବିକ ପରିସ୍ଥିତି ଥିଲା, ସେଥିପାଇଁ ଟ୍ରାକରେ ଗାଡ଼ି ଛିଡ଼ା ହେଇଥିଲା। ଖେଳାଳି ଓ କର୍ମଚାରୀଙ୍କ ଗୋପନୀୟତା ଦୃଷ୍ଟିରୁ ଏହାକୁ କୁହାଯିବ ନାହିଁ। ପୂର୍ବରୁ ଅନେକ ଶୀର୍ଷ ନେତୃତ୍ୱ କଳିଙ୍ଗ ଷ୍ଟାଡିୟମ୍ ଆସିଛନ୍ତି, ଗାଡ଼ି ବାହାରେ ରଖି ଭିତରକୁ ଆସନ୍ତି। ତେଣୁ କିଛି ଜରୁରୀ ପରିସ୍ଥିତି ପାଇଁ ଏହା ଘଟିଛି ବୋଲି ମନ୍ତ୍ରୀ କହିଛନ୍ତି।

Advertisment
BjD Bjp Kalinga Stadium Suryabanshi Suraj
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe