Advertisment

୧୦ ବର୍ଷ ପରେ ବିଜେପି ଛାଡ଼ି ଶରଦ ପାୱାରଙ୍କ ପାଖକୁ ଫେରିଲେ ସୂର୍ଯ୍ୟକାନ୍ତା ପାଟିଲ

୧୯୭୦ରୁ ଜନସଂଘରୁ ସୂର୍ଯ୍ୟକାନ୍ତା ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାର କିଛି ବର୍ଷ ପରେ ସେ କଂଗ୍ରେସକୁ ଆସିଥିଲେ ଓ ୮ ବର୍ଷ ଧରି କର୍ପୋରେଟର ଭାବେ କାମ କରିଥିଲେ।

Suryakanta Patil

Suryakanta Patil

Advertisment

କିଛି ଦିନ ତଳେ ବିଜେପି ଛାଡ଼ିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସୂର୍ଯ୍ୟକାନ୍ତା ପାଟିଲ ଆଜି ଶରଦ ପାୱାରଙ୍କ ଏନସିପିରେ ସାମିଲ ହୋଇଛନ୍ତି। ଦୀର୍ଘ ୧୦ ବର୍ଷ ପରେ ସେ ଶରଦ ପାୱାରଙ୍କ ପାଖକୁ ଫେରିଛନ୍ତି। ୨୦୧୪ରେ ସେ ଶରଦ ପାୱାରଙ୍କୁ ଛାଡ଼ି ବିଜେପିରେ ସାମିଲ ହୋଇଥିଲେ।

Advertisment

ଏବେ କିନ୍ତୁ ସେ ଦଳକୁ ଫେରିଛନ୍ତି। ଶନିବାର ସୂର୍ଯ୍ୟକାନ୍ତା ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ଆଜି ସେ ଏନସିପିର ଶରଦ ପାୱାର ଗୋଷ୍ଠୀରେ ମିଶିଛନ୍ତି।

ନାନ୍ଦେଦ, ହିଙ୍ଗୋଲି, ପରଭାନୀ, ବୀଡ ଓ ଅନ୍ୟ ଜିଲ୍ଲାରେ ସୂର୍ଯ୍ୟକାନ୍ତାଙ୍କର ବେଶ ଦବଦବା ରହିଛି। ତେଣୁ ଏହା ଶରଦ ପାୱାରଙ୍କ ଦଳକୁ ଆଗାମୀ ବିଧାନସଭା ନିର୍ବାଚନରେ ସହାୟକ ହେବ ବୋଲି କୁହାଯାଉଛି।

Advertisment

ସୂର୍ଯ୍ୟକାନ୍ତା ନିଜର ଇସ୍ତଫା ପତ୍ରରେ ଲେଖିଥିଲେ ଯେ ସେ ବିଜେପିର ମହାରାଷ୍ଟ୍ର ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେଙ୍କୁ ଭେଟିବାକୁ ଚାହିଁଥିଲେ। କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି ମିଳି ନଥିଲା। ବିଜେପି ଛାଡ଼ିବା ପରେ ସେ କହିଥିଲେ “ବିଗତ ୧୦ ବର୍ଷ ମଧ୍ୟରେ ମୁଁ ବହୁତ କିଛି ଶିଖିଛି। ମୁଁ ଦଳକୁ ଏଥିପାଇଁ ଧନ୍ୟବାଦ ଜଣାଉଛି।”

୧୯୭୦ରୁ ଜନସଂଘରୁ ସୂର୍ଯ୍ୟକାନ୍ତା ନିଜର ରାଜନୀତିକ କ୍ୟାରିୟର ଆରମ୍ଭ କରିଥିଲେ। ଏହାର କିଛି ବର୍ଷ ପରେ ସେ କଂଗ୍ରେସକୁ ଆସିଥିଲେ ଓ ୮ ବର୍ଷ ଧରି କର୍ପୋରେଟର ଭାବେ କାମ କରିଥିଲେ।

୧୯୮୦ରେ ହାଡଗାଓଁରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୧୯୮୬ରେ କଂଗ୍ରେସ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ୧୯୯୧, ୧୯୯୮ ଓ ୨୦୦୪ରେ ସେ ଲୋକସଭା ସାଂସଦ ରହିଥିଲେ।

୨୦୦୯ରେ ସେ ଏନସିପିକୁ ଆସିବା ସହ ଲୋକସଭା ନିର୍ବାଚନ ଲଢ଼ି ପରାସ୍ତ ହୋଇଥିଲେ। ୨୦୧୪ରେ ସେ ବିଜେପିରେ ସାମିଲ ହୋଇ ଦଳ ପାଇଁ କାମ କରିଥିଲେ। ସେ ହିଙ୍ଗୋଲି-ନାନ୍ଦେଦ ନିର୍ବାଚନ ମଣ୍ଡଳୀରୁ ୪ଥର ଲୋକସଭା ଓ ଥରେ ବିଧାନସଭାକୁ ଯାଇଥିଲେ।

ୟୁପିଏ ସରକାରରେ ସୂର୍ଯ୍ୟକାନ୍ତା ଗ୍ରାମୀଣ ବିକାଶ ଓ ସଂସଦୀୟ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

Maharashtra Sharad Pawar Suryakanta Patil
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe