Advertisment

ସୁଶାନ୍ତଙ୍କୁ ଝାରସୁଗୁଡ଼ା ମାଡିବା ମନା !

ଝାରସୁଗୁଡ଼ା ଉପନିର୍ବାଚନ ପ୍ରକ୍ରିୟାରୁ ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରେ ଉଭୟ ଝାରସୁଗୁଡ଼ା ଓ ଭଟଲୀ ରହିଥିଲେ ବି ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ଉପନିର୍ବାଚନ ପ୍ରକ୍ରିୟାରୁ ବିଜେଡି ଦୂରେଇ ରଖିବାକୁ ନେଇ ପଶ୍ଚିମଓଡ଼ିଶା ରାଜନୀତି ସରଗରମ ହୋଇଛି।

Advertisment

ଝାରସୁଗୁଡ଼ା ଉପନିର୍ବାଚନ ପ୍ରକ୍ରିୟାରୁ ପଶ୍ଚିମ ଓଡ଼ିଶାର ପ୍ରଭାବଶାଳୀ ନେତା ସୁଶାନ୍ତ ସିଂଙ୍କୁ ବିଜେଡି ଦୂରେଇ ରଖିଛି । ବରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀର ୭ଟି ବିଧାନସଭା ଆସନ ମଧ୍ୟରେ ଉଭୟ ଝାରସୁଗୁଡ଼ା ଓ ଭଟଲୀ ରହିଥିଲେ ବି ଭଟଲୀ ବିଧାୟକ ସୁଶାନ୍ତ ସିଂଙ୍କୁ ଉପନିର୍ବାଚନ ପ୍ରକ୍ରିୟାରୁ ବିଜେଡି ଦୂରେଇ ରଖିବାକୁ ନେଇ ପଶ୍ଚିମଓଡ଼ିଶା ରାଜନୀତି ସରଗରମ ହୋଇଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ଦୁଇଦିନ ତଳେ ଦଳର ୩ଜଣ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ଦେବୀପ୍ରସାଦ ମିଶ୍ର ଓ ଶାରଦା ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ୱ ନ୍ୟସ୍ତ କରିବା ପରେ ଆଜି ଆଉ ୫ମନ୍ତ୍ରୀଙ୍କ ସମେତ ମୋଟ ୧୨ଜଣଙ୍କୁ ବ୍ଲକ ଓ ମ୍ୟୁନିସପାଲଟି ଦାୟିତ୍ୱ ଦେଇଛି । କିନ୍ତୁ ଏହି ତାଲିକାରୁ ସୁଶାନ୍ତ ସିଂଙ୍କୁ ଦଳ ଦୂରେଇ ରଖିଥିଲେ ମଧ୍ୟ ତାଙ୍କର ଘନିଷ୍ଠ ସହଯୋଗୀ ମନ୍ତ୍ରୀ ଟୁକୁନି ସାହୁ ଓ ସରୋଜ ମେହେରଙ୍କୁ ଯଥାକ୍ରମେ କିରମିରା ଓ କୋଲାବିରା ବ୍ଲକର ଦଳୀୟ ନିର୍ବାଚନ ପରିଚାଳନା ଦାୟିତ୍ୱ ନ୍ୟସ୍ତ କରିଛି ।

Advertisment
Odisha BjD Susant Sing Jharsuguda Bypoll
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe