ଝାରସୁଗୁଡ଼ାରେ ଡେରା ପକାଇଛନ୍ତି ସୁଶାନ୍ତ ସିଂ, ପ୍ରଚାର ମନା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନ ସରଗରମ ରହିଥିବାବେଳେ ପଶ୍ଚିମଓଡ଼ିଶାର ପ୍ରଭାବଶାଳୀ ବିଜେଡି ବିଧାୟକ ସୁଶାନ୍ତ ସିଂ ଏବେ ଝାରସୁଗୁଡ଼ାରେ ଡେରା ପକାଇଥିଲେ ବି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିପାରୁନଥିବା ଜଣାପଡ଼ିଛି ।

mla sushant singh PhotoOR

ବିଧାୟକ ସୁଶାନ୍ତ ସିଂହ

Ordigital Desk
  • Published: Saturday, 06 May 2023
  • Updated: 06 May 2023, 10:05 PM IST

Sports

Latest News

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରଚାର ମଇଦାନ ସରଗରମ ରହିଥିବାବେଳେ ପଶ୍ଚିମଓଡ଼ିଶାର ପ୍ରଭାବଶାଳୀ ବିଜେଡି ବିଧାୟକ ସୁଶାନ୍ତ ସିଂ ଏବେ ଝାରସୁଗୁଡ଼ାରେ ଡେରା ପକାଇଥିଲେ ବି ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିପାରୁନଥିବା ଜଣାପଡ଼ିଛି । ବିଜେଡି ପ୍ରାର୍ଥୀ ଦୀପାଳି ଦାସଙ୍କ ସପକ୍ଷରେ ପ୍ରଚାର ମଇଦାନକୁ ଓହ୍ଲାଇବାକୁ ଶ୍ରୀ ସିଂଙ୍କୁ ଦଳ ପକ୍ଷରୁ ବାରଣ କରାଯାଇଥିବା ଚର୍ଚ୍ଚା ହେଉଛି । 

ମିଳିଥିବା ସୂଚନା ଅନୁସାରେ, ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣା ପରଠୁ ନବଙ୍କ ସମର୍ଥକମାନେ ସୁଶାନ୍ତ ସିଂଙ୍କୁ ଖୋଲା ବିରୋଧ କରୁଥିବାରୁ ସେ ଝାରସୁଗୁଡ଼ା ଉପନିର୍ବାଚନ ପ୍ରଚାର ମଇଦାନରୁ ଦୂରେଇ ରହିଛନ୍ତି । ଯଦିଓ ଶ୍ରୀ ସିଂଙ୍କୁ ଦଳ ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ଦେଇଛନ୍ତି ତଥାପି ତାଙ୍କୁ ପ୍ରଚାର ମଇଦାନକୁ ଓହ୍ଲାଇବା ଉପରେ ବାରଣ କରାଯାଇଥିବା ଚର୍ଚ୍ଚା ହେଉଛି । ଖାସ୍ ଏହି କାରଣରୁ ଶ୍ରୀ ସିଂ ଗତ କିଛିଦିନ ଧରି ଝାରସୁଗୁଡ଼ାରେ ଡେରା ପକାଇ ଲୁଚାଛପାରେ ରହିଛନ୍ତି । ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ରହୁଥିବା ହୋଟେଲ ରୁମରେ ସେ ଅଧିକାଂଶ ସମୟ ବିତାଉଥିବା ଜଣାପଡ଼ିଛି ।

Also Read

ବିଜେଡି ସୂତ୍ର ଅନୁସାରେ, ସୁଶାନ୍ତ ସିଂଙ୍କ ପ୍ରତି ନବଙ୍କ ସମର୍ଥକମାନଙ୍କ ମଧ୍ୟରେ ଆକ୍ରୋଶ ରହିଥିବାରୁ ଉପନିର୍ବାଚନ ପ୍ରଚାର ସମୟରେ ତାଙ୍କୁ ଝାରସୁଗୁଡ଼ା ନଯିିବାକୁ ଦଳ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ଏହାକୁ ବେଖାତିର କରି ଶ୍ରୀ ସିଂ ଗତ କିଛିଦିନ ଧରି ଝାରସୁଗୁଡ଼ାରେ ଡେରା ପକାଇବା ସହ ଅଧିକାଂଶ ସମୟ ସଂଗଠନ ସମ୍ପାଦକ ପ୍ରଣବପ୍ରକାଶଙ୍କ ସହ ବିତାଉଛନ୍ତି । ପ୍ରଣବ ନିଜେ ପ୍ରଚାର ମଇଦାନକୁ ଯାଉନଥିବାବେଳେ ହୋଟେଲରେ ସୁଶାନ୍ତ ତାଙ୍କ ସହ ଛାଇ ଭଳି ରହୁଥିବାରୁ ନବଙ୍କ ସମର୍ଥକମାନେ ସନ୍ଦେହରେ ରହିଛନ୍ତି । ସୁଶାନ୍ତଙ୍କୁ ଝାରସୁଗୁଡ଼ା ପ୍ରଚାରରେ ସାମିଲ ନହେବାକୁ ଦଳ ପକ୍ଷରୁ ତାଗିଦ୍ ସତ୍ତ୍ୱେ ସେ କାହିଁକି ପଡ଼ି ରହିଛନ୍ତି ଓ ପ୍ରଣବପ୍ରକାଶଙ୍କ ସହ ଛାଇ ଭଳି ରହିବା ପଛରେ କ’ଣ କାରଣ ରହିଛି ତାକୁ ନେଇ ନବଙ୍କ ସମର୍ଥକମାନେ ଆଶଙ୍କାରେ ପଡ଼ିଛନ୍ତି ।

ବିଜେଡିରେ ବଢ଼ୁଥିବା ଆଭ୍ୟନ୍ତରୀଣ ଗୋଷ୍ଠୀକନ୍ଦଳ ଓ ପରସ୍ପର ପ୍ରତି ସନ୍ଦେହର ମାହୋଲ ଭିତରେ ସୁଶାନ୍ତଙ୍କ ଝାରସୁଗୁଡ଼ାରେ ଉପସ୍ଥିତି ନବଙ୍କ ସମର୍ଥକମାନଙ୍କୁ ହତୋତ୍ସାହିତ କରିଥିବା ଚର୍ଚ୍ଚା ହେଉଛି । ଏପଟେ ସ୍ଥାନୀୟ ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ମଧ୍ୟ ପ୍ରଚାର ମଇଦାନରୁ ଦୂରେଇ ରହିଛନ୍ତି । ଶ୍ରୀମତୀ ମହାନ୍ତି କାହିଁକି ଦୂରେଇ ରହିଛନ୍ତି ତାକୁ ନେଇ ନାନାଦି ଚର୍ଚ୍ଚା ଲାଗି ରହିଥିଲାବେଳେ ତା’ର ପ୍ରଭାବ ଝାରସୁଗୁଡ଼ା ବିଜେଡିର ପୁରୁଖା କର୍ମୀମାନଙ୍କ ଉପରେ ପଡ଼ୁଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ବିଜେଡି ପ୍ରାର୍ଥୀ ଦୀପାଳିଙ୍କ ସପକ୍ଷରେ ଭୋଟ ଭିକ୍ଷା ପାଇଁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରବିବାର ଝାରସୁଗୁଡ଼ା ଯାଉଥିବାବେଳେ ସ୍ଥାନୀୟ ଦଳୀୟ କର୍ମୀଙ୍କ ମଧ୍ୟରେ ରହିଥିବା ସନ୍ଦେହ ଓ ଅସନ୍ତୋଷ ବିଜେଡି ପାଇଁ ଚିନ୍ତାର କାରଣ ପାଲଟିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story