Advertisment

ଶନିବାର ନିଲମ୍ବିତ, ସୋମବାର ସାଂସଦଙ୍କ ସଭାରେ ଅତିଥି

ଶନିବାର ନିଲମ୍ବିତ ହୋଇଥିବା ୫ ନେତା ସୋମବାର ଖୋର୍ଦ୍ଧାରେ ଆୟୋଜିତ ସଦସ୍ୟତା ଗ୍ରହଣ ଅଭିଯାନ କାର୍ଯ୍ୟକ୍ରମରେ ଅତିଥି ହୋଇ ମଞ୍ଚରେ ବସିଥିବା ଦେଖିବାକୁ ମିଳିଥିଲା।

ଅଦ୍ୟତନ ହୋଇଛି
BJP

BJP

Advertisment

ବିଶୃଙ୍ଖଳିତ ଆଚରଣ ପାଇଁ ପୂର୍ବତନ ବିଜେପି ଖୋର୍ଦ୍ଧା ଜିଲ୍ଲା ସଭାପତି ନିକୁଞ୍ଜ ପଟ୍ଟନାୟକଙ୍କ ସମେତ ୫ ଜଣଙ୍କୁ ଶନିବାର ନିଲମ୍ବିତ କରାଯାଇଥିଲା। ହେଲେ ସୋମବାର ଖୋର୍ଦ୍ଧାରେ ହୋଇଥିବା ସାଂସଦ ଅପରାଜିତା ଷଡଙ୍ଗୀଙ୍କ ସଭାରେ ସମସ୍ତଙ୍କୁ ଅତିଥି ଭାବେ ମଞ୍ଚରେ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି।

Advertisment

କିଛି ଦିନ ତଳେ ଖୋର୍ଦ୍ଧା ଜୟଦେବ ନିର୍ବାଚନମଣ୍ଡଳୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ କି ବାତ୍‌ କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲସିଂ ତୋମାର ଓ କେନ୍ଦ୍ରାପଡା ସାଂସଦ ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ହେଲେ ଭୁବନେଶ୍ଵର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ଦେଖିବାକୁ ମିଳିନଥିଲା। ଯେଉଁଥିପାଇଁ ସାଂସଦଙ୍କ କିଛି ସମର୍ଥକ ମନ କି ବାତ୍‌ କାର୍ଯ୍ୟକ୍ରମରେ ହଟଗୋଳ କରିଥିଲେ। ଦଳୀୟ କାର୍ଯ୍ୟକ୍ରମରେ ବିଶୃଙ୍ଖଳିତ ଆଚରଣ ପାଇଁ ବିଜେପି ଖୋର୍ଦ୍ଧା ଜିଲ୍ଲାର ପୂର୍ବତନ ସଭାପତି ନିକୁଞ୍ଜ ପଟ୍ଟନାୟକଙ୍କ ସମେତ ମୋଟ ୫ ଜଣଙ୍କୁ ଦଳରୁ ନିଲମ୍ବନ କରାଯାଇଥିଲା।

ଶନିବାର ନିଲମ୍ବିତ ହୋଇଥିବା ୫ ନେତା ସୋମବାର ଖୋର୍ଦ୍ଧାରେ ଆୟୋଜିତ ସଦସ୍ୟତା ଗ୍ରହଣ ଅଭିଯାନ କାର୍ଯ୍ୟକ୍ରମରେ ଅତିଥି ହୋଇ ମଞ୍ଚରେ ବସିଥିବା ଦେଖିବାକୁ ମିଳିଥିଲା। ସବୁଠାରୁ ବଡ଼କଥା ହେଲା ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଓ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ସହିତ ଏହି ନିଲମ୍ବିତ ନେତାମାନେ ମଞ୍ଚରେ ବସିଥିଲେ। ଆଉ ଜଣେ ପରେ ଜଣେ ଅଭିଭାଷଣ ମଧ୍ୟ ଦେଇଥିଲେ। ତେବେ ଜିଲ୍ଲାର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର ଅନୁପସ୍ଥିତ ରହିଥିଲେ।

Advertisment

ଜିଲ୍ଲା ସଭାପତି ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି, ସଭାରେ ଯୋଗଦେବା ପାଇଁ ଖୋର୍ଦ୍ଧାର ବିଧାୟକ ଡାକିଥିଲେ। କିନ୍ତୁ ଉକ୍ତ ସଭାରେ ନିଲମ୍ବିତ ନେତାମାନେ ଉପସ୍ଥିତ ରହୁଥିବା ଜାଣିବାକୁ ପାଇଥିଲି। ତେଣୁ ଦଳର ଜଣେ ଶୃଙ୍ଖଳିତ ସଦସ୍ୟ ଭାବେ ଦୂରେଇ ରହିଥିଲି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ରିପୋର୍ଟ- ଖୋର୍ଦ୍ଧାରୁ ବଳରାମ ଲେଙ୍କା

Bjp Aparajita Sadangi Khorda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe