Advertisment

Bihar Election: ବିଦ୍ରୋହୀଙ୍କ ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ, ନିଲମ୍ବନ ପରେ ଦଳ ଛାଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କୁ ବିଜେପି ନିଲମ୍ବିତ କରି କାରଣ ଦର୍ଶାଅ ନୋଟିସ ପଠାଇଥିଲା। ହେଲେ ସେ ଏହାର ଜବାବ ଦେବା ବଦଳରେ ସିଧା ଦଳକୁ ବାଏବାଏ କହିଛନ୍ତି।

RK-singh

ଆରକେ ସିଂହ, ଅଶୋକ ଓ ଉଷା

Advertisment

ବିହାର ବିଧାନସଭା ନିର୍ବାଚନ(Bihar Election)ରେ ରେକର୍ଡ ବିଜୟ ପରେ ଏବେ ବିଜେପି ବିଦ୍ରୋହୀଙ୍କ ବିରୋଧରେ ଅଭିଯାନ ଆରମ୍ଭ କରିଦେଇଛି। ବିଜୟର ଦିନକ ପରେ ବିଜେପି ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କୁ ନିଲମ୍ବିତ କରାଯାଇଛି। ଶ୍ରୀ ସିଂହଙ୍କ ବ୍ୟତୀତ ନିର୍ବାଚନ ପୂର୍ବରୁ ବିଦ୍ରୋହୀ ଟ୍ୟାଗ ପାଇଥିବା ଆଉ ୨ ନେତାଙ୍କ ବିରୋଧରେ ବିଜେପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆରକେ ସିଂହଙ୍କ ବ୍ୟତୀତ ବିଜେପି କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିବା ଦୁଇ ନେତା ହେଲେ ଅଶୋକ ଅଗ୍ରୱାଲ ଓ କତିହାର ମେୟର ଉଷା ଅଗ୍ରୱାଲ। 

Advertisment

ପୂର୍ବତନ କେନ୍ଦ୍ରମନ୍ତ୍ରୀ ଆରକେ ସିଂହଙ୍କୁ ବିଜେପି ନିଲମ୍ବିତ କରି କାରଣ ଦର୍ଶାଅ ନୋଟିସ ପଠାଇଥିଲା। ହେଲେ ସେ ଏହାର ଜବାବ ଦେବା ବଦଳରେ ସିଧା ଦଳକୁ ବାଏବାଏ କହିଛନ୍ତି। ତାଙ୍କୁ ବିହାର ବିଜେପିର ରାଜ୍ୟ ମୁଖ୍ୟାଳୟ ଇନଚାର୍ଜ ଅରବିନ୍ଦ ଶର୍ମା ଆଜି ସକାଳେ ନିଲମ୍ବନ ସମ୍ପର୍କରେ ଅବଗତ କରାଇବା ସହ କାରଣ ଦର୍ଶାଅ ନୋଟିସ କରିଥିଲେ। ଏଥିସହ କାହିଁକି ତାଙ୍କୁ ଦଳରୁ ବହିଷ୍କାର କରା ନ ଯିବ, ତା’ର କାରଣ ଗୋଟିଏ ସପ୍ତାହ ମଧ୍ୟରେ କହିବାକୁ ନିର୍ଦ୍ଦେଶ ଦେଇଥିଲେ। ସମାନ ନୋଟିସ ଅଶୋକ ଓ ଉଷାଙ୍କୁ ମଧ୍ୟ ପଠା ଯାଇଥିଲା। 

ଏଥିରେ ଲେଖାଯାଇଛି, “ଆପଣ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ଥିଲେ। ଏହା ଶୃଙ୍ଖଳା ପରିସର ମଧ୍ୟରେ ଆସୁଛି। ଏହାକୁ ଦଳ ଅତ୍ୟନ୍ତ ଗୁରୁତର ସହ ନେଇଛି। ଏହା ଦଳକୁ କ୍ଷତି ପହଞ୍ଚାଇଛି। ଏଥିପାଇଁ ଆପଣଙ୍କୁ ଦଳରୁ ନିଲମ୍ବନ କରାଯାଉଛି ଓ କାହିଁକି ଆପଣଙ୍କୁ ବହିଷ୍କାର କରା ନ ଯିବ, ତା’ର ଉତ୍ତର ଗୋଟିଏ ସପ୍ତାହ ମଧ୍ୟରେ ରଖିବାକୁ କୁହାଯାଉଛି।” 

Advertisment

ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ ଏହି ୩ ନେତାଙ୍କ ନିଲମ୍ବନ କେବଳ ଗୋଟିଏ ପ୍ରକ୍ରିୟା। ବାସ୍ତବରେ ସେମାନଙ୍କୁ ଗୋଟିଏ ସପ୍ତାହ ପରେ ବିଧିବଦ୍ଧ ଭାବେ ବହିଷ୍କାର କରାଯିବ। 

ଅରାର ପୂର୍ବତନ ସାଂସଦ ଆରକେ ସିଂହ ଏକଦା କେନ୍ଦ୍ରରେ ମନ୍ତ୍ରୀ ଥିଲେ। ୨୦୨୪ ଲୋକସଭା ନିର୍ବାଚନ ହାରିବା ପରଠାରୁ ସେ ବିଜେପି ଓ ବିହାର ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଚାଲିଥିଲେ। ରାଜ୍ୟରେ ଏନଡିଏର ନେତୃତ୍ୱ ଉପରେ ସେ ପ୍ରଶ୍ନ ଉଠାଇଥିଲେ।

ବିହାରର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ସେ ଅଧିକ ବିରୋଧ କରୁଥିଲେ। ଏହାକୁ ନେଇ ବିଜେପି ସହ ତାଙ୍କର ତିକ୍ତତା ଲାଗି ରହିଥିଲା। ରାଜ୍ୟରେ ଏକାଧିକ ପ୍ରକଳ୍ପରେ ଦୁର୍ନୀତୀ ହୋଇଥିବା ମଧ୍ୟ ସେ ଅଭିଯୋଗ ଆଣି ହଇଚଇ ସୃଷ୍ଟି କରିଥିଲେ। 

ବିଧାନ ପରିଷଦ ସଦସ୍ୟ ଅଶୋକ ଅଗ୍ରୱାଲ ବିଜେପି(Bjp)ର ବରିଷ୍ଠ ନେତା। କିନ୍ତୁ ତାଙ୍କ ପୁଅ ସୌରଭ ଅଗ୍ରୱାଲ ଚଳିତ ବିହାର ନିର୍ବାଚନରେ ଭିଆଇପି ଟିକେଟରୁ ଲଢ଼ିଥିଲେ। ଏହି ସମୟରେ ଅଶୋକ ଦଳ ବିରୋଧରେ ଯାଇ ପୁଅ ସୌରଭଙ୍କ ପାଇଁ ପ୍ରଚାର କରିଥିଲେ। ଏଥିଯୋଗୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି। ମେୟର ଉଷା ଅଗ୍ରୱାଲ ମଧ୍ୟ ଦଳ ବିରୋଧୀ କାର୍ଯ୍ୟରେ ଲିପ୍ତ ରହି ନିଲମ୍ବିତ ହୋଇଛନ୍ତି। 

Bjp Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe