Advertisment

ସ୍ୱାତୀଙ୍କ ବିରୁଦ୍ଧରେ ବୈଭବ କୁମାରଙ୍କ ପାଲଟା ଅଭିଯୋଗ; ମୋତେ ଅଶାଳୀନ ଭାଷା କହିଛନ୍ତି, ଧମକ ଦେଇଛନ୍ତି

କେଜ୍ରିୱାଲଙ୍କ ବାସଭବନରେ ଘଟିଥିବା ଘଟଣାକୁ ନେଇ ସ୍ୱାତୀ ମାଲିୱାଲି ମିଛ କହୁଥିବା ଅଭିଯୋଗ କରିଛନ୍ତି ବୈଭବ କୁମାର।

author-image
Debibandita Barick
Bibhav Kumar & Swati Maliwal

Bibhav Kumar & Swati Maliwal

ଆପର ଆଭ୍ୟନ୍ତରୀଣ ମାମଲା ଦିନକୁ ଦିନ ବିବାଦୀୟ ମୋଡ଼ ନେଉଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ବିରୁଦ୍ଧରେ ଦଳର ରାଜ୍ୟସଭା ସାଂସଦ ସ୍ୱାତୀ ମାଲିୱାଲି ଅସଦାଚରଣ ଓ ମାଡ଼ ମାରିଥିବା ଅଭିଯୋଗ ଆଣିବା ପରେ ପାଲଟା ଏତଲା ଦେଇଛନ୍ତି ବୈଭବ କୁମାର। 

Advertisment

କେଜ୍ରିୱାଲଙ୍କ ବାସଭବନରେ ଘଟିଥିବା ଘଟଣାକୁ ନେଇ ସ୍ୱାତୀ ମାଲିୱାଲି ମିଛ କହୁଥିବା ବୈଭବ କୁମାର ଅଭିଯୋଗ କରିଛନ୍ତି। ଏଥିସହ ସେ ତାଙ୍କ ଉପରେ ଅଯଥା ଚାପ ପକାଇବାକୁ ଚେଷ୍ଟା କରୁଛନ୍ତି ଏବଂ ଘଟଣା ଦିନ ତାଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିବା କହିଛନ୍ତି।

ସେ ତାଙ୍କ ଅଭିଯୋଗରେ କହିଛନ୍ତି ଯେ, "ମେ ୧୩ରେ ଘଟଣା ଦିନ ମାଲିୱାଲି କେଜ୍ରିୱାଲଙ୍କ ବାସଭବନରେ ଅନଧିକୃତ ପ୍ରବେଶ କରିବା ପରେ ତାଙ୍କୁ ଅଶାଳୀନ ଭାଷାରେ ଗାଳିଗୁଲଜ କରିଥିଲେ। ସାଂସଦଙ୍କୁ ଅଟକାଇବା ପାଇଁ ତୁମର ସାହସ କେମିତି ହେଲା, ତୁମର ଔକାତ କେତେ ବୋଲି କହିଥିଲେ।" 

Advertisment

ସେ ଆହୁରି କହିଛନ୍ତି ସ୍ୱାତୀ ମାଲିୱାଲ ତାଙ୍କୁ ଧମକ ଦେଇ କହିଥିଲେ, "ମୁଁ ତୁମକୁ ଦେଖିନେବି... ଏପରି ମିଛ କେସରେ ଫସାଇବି, ଜୀବନ ଭରି ଜେଲରେ ରହିବ।"

ସେପଟେ ସ୍ୱାତୀ ମାଲିୱାଲ ପ୍ରତିକ୍ରିୟା ରଖି, ଏହା ଆପର ୟୁଟର୍ଣ୍ଣ ବୋଲି କହିଛନ୍ତି। କେଜ୍ରିୱାଲଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜକୁ ଟାମ୍ପରିଂ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।   

ପ୍ରକାଶ ଥାଉକି, ସ୍ୱାତୀ ମାଲିୱାଲଙ୍କ ଅଭିଯୋଗ କ୍ରମେ ସେ ଗତ ସୋମବାର(ମେ ୧୩ରେ) ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ। ଡ୍ରଇଂ ରୁମରେ ଅପେକ୍ଷା କରିଥିବା ବେଳେ ବୈଭବ କୁମାର ସେଠାରେ ପହଞ୍ଚି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ପ୍ରତିବାଦ କରିବାରୁ ବୈଭବ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ସେ ବାରମ୍ବାର ଚାପୁଡ଼ା, ବିଧା, ଗୋଇଠା ମାରିଥିବା ସ୍ୱାତୀ ଅଭିଯୋଗ କରିଛନ୍ତି।

Arvind Kejriwal AAP Swati Maliwal Arvind Kejriwal PA Bibhav Kumar