Advertisment

କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ମାଡ଼ ମାରିବା ଘଟଣା; ସ୍ୱାତୀ ମାଲୱାଲିଙ୍କ ମୁହଁରେ ଲାଗିଛି ଆଘାତ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସ୍ୱାତୀ।

Swati Maliwal

Swati Maliwal

Advertisment

ମେଡିକୋ-ଲିଗାଲ୍ କେସ୍ ରିପୋର୍ଟ ଅନୁସାରେ ଆପ୍ ସାଂସଦ ସ୍ୱାତୀ ମାଲୱାଲିଙ୍କ ମୁହଁରେ ଆଭ୍ୟନ୍ତରୀଣ ଆଘାତ ଲାଗିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ତାଙ୍କୁ ଅସଦାଚରଣ କରିବା ସହ ମାଡ଼ ମାରିଥିବା ଅଭିଯୋଗ କରିଥିଲେ ସ୍ୱାତୀ। ଏହାପରେ ଦିଲ୍ଲୀ ଏମ୍ସରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇଥିଲା। 

Advertisment

ଆଜି ଦିଲ୍ଲୀ ଏମ୍ସରେ ସ୍ୱାତୀ ମାଲୱାଲିଙ୍କର ତିନି ଘଣ୍ଟା ଧରି ଡାକ୍ତରୀ ପରୀକ୍ଷା କରାଯାଇଥିଲା। ଏହାପରେ ତାଙ୍କ ମୁହଁରେ ଆଘାତ ଲାଗିଥିବା ଜଣାପଡିଛି।

ପ୍ରକାଶ ଥାଉକି, ଦିଲ୍ଲୀ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା ତଥା ଆପ୍ ରାଜ୍ୟସଭା ସାଂସଦ ସ୍ୱାତୀ ମାଲୱାଲି ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବୈଭବ କୁମାରଙ୍କ ବିରୁଦ୍ଧରେ ଅସଦାଚରଣ ଓ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି। ଘଟଣାର ୪ ଦିନ ପରେ ସେ ଏନେଇ ଦିଲ୍ଲୀ ପୁଲିସରେ  ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗପତ୍ରରେ ସ୍ୱାତୀ ଉଲ୍ଲେଖ କରିଛନ୍ତି ଯେ, ଗତ ସୋମବାର ସେ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ଭେଟିବା ପାଇଁ ତାଙ୍କ ବାସଭବନକୁ ଯାଇଥିଲେ। ଡ୍ରଇଂ ରୁମରେ ଅପେକ୍ଷା କରିଥିବା ବେଳେ ବୈଭବ କୁମାର ସେଠାରେ ପହଞ୍ଚି ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ। ସେ ପ୍ରତିବାଦ କରିବାରୁ ବୈଭବ ତାଙ୍କୁ ମାଡ଼ ମାରିଥିଲେ। ଏପରିକି ସେ ବାରମ୍ବାର ଚାପୁଡ଼ା, ବିଧା, ଗୋଇଠା ମାରିଥିବା ସ୍ୱାତୀ ଅଭିଯୋଗ କରିଛନ୍ତି।

ଅଭିଯୋଗ କ୍ରମେ ପୁଲିସ ବୈଭବ କୁମାରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିବା ସହ ସ୍ୱାତୀଙ୍କ ଡାକ୍ତରୀ ପରୀକ୍ଷା କରାଇଛି। ଗତକାଲି ପୁଲିସ୍‌ ବୈଭବ କୁମାରଙ୍କୁ ଖୋଜିବାକୁ ତାଙ୍କ ଘରକୁ ଯାଇଥିବା ବେଳେ ତାଙ୍କୁ ପାଇନଥିଲା। 

Arvind Kejriwal AAP Swati Maliwal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe