Advertisment

ସାମ୍ବାଦିକମାନଙ୍କୁ ଚା’ ପିଇବାକୁ ନିଅ: ଚର୍ଚ୍ଚାରେ ବିଜେପି ନେତାଙ୍କ ବୟାନ

ମହାରାଷ୍ଟ୍ରର ଅହମଦନଗରରେ ବିଜେପି ବ୍ଲକ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ଚନ୍ଦ୍ରଶେଖର ଦଳର ନେତାମାନଙ୍କୁ ବିଜେପି ବିରୋଧରେ ରିପୋର୍ଟ କରୁଥିବା ସାମ୍ବାଦିକମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି।

BJP

BJP

Advertisment

ସାମ୍ବାଦିକମାନଙ୍କୁ ଚା’ ପିଇବାକୁ ନିଅ। ମୁଁ କ’ଣ କହିବାକୁ ଚାହୁଁଛି, ତୁମେମାନେ ବୁଝି ପାରୁଥିବ। ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେଙ୍କ ଏପରି ବୟାନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ସେ ଦଳର କର୍ମକର୍ତ୍ତାଙ୍କୁ ସିଧାସଳଖ ସାମ୍ବାଦିକମାନଙ୍କୁ ନିଜ ଆଡ଼କୁ ନେବା ପାଇଁ ନିର୍ଦ୍ଦେଶ ଦେବା ଘଟଣାକୁ ନେଇ ବିବାଦ ଦେଖାଯାଇଛି। ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କିମ୍ବା ବିଜେପି ସମ୍ପର୍କରେ କୌଣସି ପ୍ରକାରର ସାଂଘାତିକ ରିପୋର୍ଟ ଯେମିତି ସାମ୍ବାଦିକମାନେ ପ୍ରକାଶ ନ କରିବେ, ସେଥିପାଇଁ ସେ ଦଳୀୟ କର୍ମକର୍ତ୍ତାଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ମହାରାଷ୍ଟ୍ରର ଅହମଦନଗରରେ ବିଜେପି ବ୍ଲକ କର୍ମକର୍ତ୍ତାଙ୍କୁ ସମ୍ବୋଧନ କରି ଚନ୍ଦ୍ରଶେଖର ଦଳର ନେତାମାନଙ୍କୁ ବିଜେପି ବିରୋଧରେ ରିପୋର୍ଟ କରୁଥିବା ସାମ୍ବାଦିକମାନଙ୍କ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି। ଏପରି ସାମ୍ବାଦିକମାନଙ୍କ କାର୍ଯ୍ୟକଳାପ ସମ୍ପର୍କରେ ତଥ୍ୟ ଯୋଗାଡ଼ କରି ରିପୋର୍ଟ ଦେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

Advertisment

ଭାଇରାଲ ହେଉଥିବା ଅଡିଓ କ୍ଲିପରେ ଚନ୍ଦ୍ରଶେଖର କହୁଛନ୍ତି ଯେ “ଛୋଟ ଛୋଟ ଭିଡିଓ ସାମ୍ବାଦିକମାନେ ନ୍ୟୁଜ ପୋର୍ଟାଲ ଚଳାଉଛନ୍ତି। ସେମାନେ ଛୋଟ ଛୋଟ ଘଟଣାକୁ ଯେମିତି ବିସ୍ଫୋରଣ ହେଇ ଯାଇଛି, ସେମିତି ଦେଖାଉଛନ୍ତି। ଏପରି ଉପଦ୍ରବ ସୃଷ୍ଟି କରୁଥିବା ସାମ୍ବାଦିକମାନଙ୍କ ତାଲିକା ପ୍ରସ୍ତୁତ କର।

ସେମାନଙ୍କୁ ଚା’ ପିଇବାକୁ ଡାକ। ଏହାଦ୍ୱାରା ସେମାନେ ଆଉ ଆମ ବିରୋଧରେ କିଛି ଲେଖିବେ ନାହିଁ। ସେମାନଙ୍କୁ ଚା’ ପିଇବାକୁ ଡାକିବା ପାଇଁ ମୁଁ କହିବାର ଅର୍ଥ ତୁମେମାନେ ଠିକ ଭାବେ ବୁଝି ପାରୁଥିବ।

ସେମାନଙ୍କୁ ଢାବାକୁ ନିଅ। ସେମାନଙ୍କୁ ଭଲ ଆତିଥ୍ୟ ପ୍ରଦାନ କର। ଆମ ବିରୋଧରେ ନକରାତ୍ମକ ଖବର ଯେମିତି ନ ଆସିବ, ତା’କୁ ନିଶ୍ଚିତ କର। ଆମ ସମ୍ପର୍କରେ ସକାରାତ୍ମକ ନ୍ୟୁଜ ହେବା ଦରକାର। ପ୍ରଥମେ ନିଜ ନିଜ ବୁଥର ସୁରକ୍ଷା କର।”

ଚନ୍ଦ୍ରଶେଖରଙ୍କ ଏପରି ବୟାନକୁ ନେଇ ବିରୋଧୀ ବିଜେପିକୁ ଟାର୍ଗେଟ କରିଛି। ସାମ୍ବାଦିକମାନଙ୍କୁ ନିଜ ଆଡ଼କୁ ଆଣି ବିଜେପି ରାଜନୀତିକ, ଅର୍ଥନୀତିକ ଓ ସାମାଜିକ ସତକୁ ବଦଳାଇବାକୁ ଚାହୁଁଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

କଂଗ୍ରେସ ନେତା ବିଜୟ ୱାଡେଟ୍ଟିୱାର କହିଛନ୍ତି, “ସବୁ ସାମ୍ବାଦିକ ବିକ୍ରି ହେବେ ନାହିଁ। ସାମ୍ବାଦିକମାନେ କ’ଣ ଏପରି ତୁକୁଡ଼ାକୁ ଗ୍ରହଣ କରିବେ? ଆପଣଙ୍କ ନେତାମାନଙ୍କ ଚିନ୍ତାକୁ ମୁଁ ବୁଝି ପାରୁଛି। ଉଭୟ ଶୀର୍ଷ ଓ ସ୍ଥାନୀୟ ନେତାମାନେ ଏବେ ଚିନ୍ତାରେ। କାରଣ ସେମାନେ ମଥପାର୍ଥକ୍ୟକୁ ଚାପିକୁ ସମର୍ଥ ହେଉ ନାହାନ୍ତି। ଏବେ ଆପଣ ସିଧାସଳଖ ଅଫର ଦେବା ଆରମ୍ଭ କଲେଣି?” ଏନସିପି ମଧ୍ୟ ଚନ୍ଦ୍ରଶେଖରଙ୍କ ବୟାନ ପାଇଁ ବିଜେପିକୁ ତୀବ୍ର ସମାଲୋଚନା କରିଛନ୍ତି।

Bjp Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe