Advertisment

ବିଜେପି ଯିବେ କି ମନୀଷ ତିୱାରୀ? କ'ଣ କହିଲା ତାଙ୍କ ଅଫିସ୍

କଂଗ୍ରେସ ସାଂସଦ ମନୀଷ ତିୱାରୀ ବିଜେପି ସହ ଯୋଗାଯୋଗରେ ଥିବା ଚର୍ଚ୍ଚାକୁ ନେଇ ସାଂସଦଙ୍କ କାର୍ଯ୍ୟାଳୟ ସ୍ପଷ୍ଟୀକରଣ ଦେଇଛି।

author-image
Debibandita Barick
ଅଦ୍ୟତନ ହୋଇଛି
Manish Tiwari

Manish Tiwari

ଏକାଧିକ ବରିଷ୍ଠ ନେତାଙ୍କ ଦଳ ଡିଆଁ ମଧ୍ୟରେ କଂଗ୍ରେସ ସାଂସଦ ମନୀଷ ତିୱାରୀଙ୍କୁ ନେଇ ଆସିଛି ଏକ ବଡ଼ ଖବର। ସେ ବିଜେପି ସହ ଯୋଗାଯୋଗରେ ଥିବା ନେଇ ଯେଉଁ ଚର୍ଚ୍ଚା ହେଉଥିଲା, ତାହା ଭିତ୍ତିହୀନ ବୋଲି କୁହାଯାଉଛି। ସାଂସଦ ମନୀଷଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି।  

Advertisment

ଆଜି ମନୀଷ ତିୱାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ଏକ ବିବୃତ୍ତି ଦିଆଯାଇଛି, ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସାଂସଦ ତିୱାରୀ ବିଜେପି ସହ କୌଣସି ପ୍ରକାର ଯୋଗଯୋଗରେ ନାହାନ୍ତି, ଏ ଚର୍ଚ୍ଚା ସମ୍ପୂର୍ଣ୍ଣ ରୂପେ ଭିତ୍ତିହୀନ। 

ଆଗକୁ ଲୋକସଭା ନିର୍ବାଚନ ଥିବାରୁ ତିୱାରିଙ୍କ ଦଳ ପରିବର୍ତ୍ତନକୁ ନେଇ ବେଶ୍ ଚର୍ଚ୍ଚା ହେଉଥିଲେ। ସେ ଆଗାମୀ ଲୋକସଭା ନିର୍ବାଚନରେ ଆନନ୍ଦପୁର ଶାହିବ ନିର୍ବାଚନମଣ୍ଡଳୀରୁ ବିଜେପି ପକ୍ଷରୁ ଲଢିବା ନେଇ କୁହାଯାଉଥିଲା। କିନ୍ତୁ ତାଙ୍କ କାର୍ଯ୍ୟାଳୟ ଏହାକୁ ଖଣ୍ଡନ କରିଛନ୍ତି।

Advertisment

ସେପଟେ କଂଗ୍ରେସର ଆଉ ଜଣେ ବରିଷ୍ଠ ନେତା କମଲ ନାଥ ଏବଂ ତାଙ୍କ ପୁଅ ମଧ୍ୟ ବିଜେପିରେ ଯୋଗଦେବା ନେଇ ବେଶ୍ ଚର୍ଚ୍ଚା ହେଉଛି। ବିଶେଷ ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ଉଭୟ ଆସନ୍ତାକାଲି ବିଜେପିରେ ଯୋଗ ଦେଇପାରନ୍ତି।

କମଲ ନାଥ କିନ୍ତୁ ଏ ଚର୍ଚ୍ଚାକୁ ଖଣ୍ଡନ କରିନାହାନ୍ତି । ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଯଦି ଏପରି କିଛି ହୁଏ ତେବେ ସେ ଗଣମାଧ୍ୟମକୁ ଜଣାଇବେ।