Advertisment

ନିଜକୁ ଚାବୁକରେ ମାରିଲେ ଆନ୍ନାମଲାଇ, ଦେଖନ୍ତୁ ଭିଡିଓ

ଆନ୍ନା ୟୁନିଭର୍ସିଟି କ୍ୟାମ୍ପସରେ ଦୁଷ୍କର୍ମର ଶିକାର ହୋଇଥିବା ପୀଡ଼ିତାଙ୍କ ପାଇଁ ନ୍ୟାୟ ଦାବି କଲେ। ୪୮ ଦିନ ଉପବାସରେ ରହିବେ ଓ ଚପଲ ନପିନ୍ଧିବାକୁ କରିଛନ୍ତି ଘୋଷଣା।

K Annamalai (File Photo)

K Annamalai (File Photo)

Advertisment

ନିକଟରେ ଚେନ୍ନାଇର ଆନ୍ନା ୟୁନିଭର୍ସିଟି କ୍ୟାମ୍ପସରେ ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ଯୌନ ନିର୍ଯାତନା ଅଭିଯୋଗ ସାମ୍ନାକୁ ଆସିବା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହାରି ଭିତରେ ଅଭିନବ ଉପାୟରେ ଡିଏମକେ ସରକାର ବିରୋଧରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ତାମିଲନାଡ଼ୁ ବିଜେପି ଅଧ୍ୟକ୍ଷ କେ. ଆନ୍ନାମଲାଇ। ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ସେ ଗତକାଲିଠାରୁ ୪୮ ଦିନ ଉପବାସରେ ରହିବେ ବୋଲି ଘୋଷଣା କରିଥିବାବେଳେ ଆଜି ନିଜକୁ ଚାବୁକରେ ମାରିଛନ୍ତି।

Advertisment
K Annamalai whips himselfନିଜକୁ ଚାବୁକରେ ମାରୁଛନ୍ତି ଆନ୍ନାମଲାଇ

ତାମିଲନାଡୁ ବିଜେପି ସଭାପତି ଆନ୍ନାମଲାଇ ଶୁକ୍ରବାର ଦିନ ସକାଳେ ତାଙ୍କ ଘର ବାହାରେ ଖାଲି ଦେହରେ ଥାଇ ନିଜକୁ ୬ ଥର ଚାବୁକରେ ମାରିଥିଲେ। ଏତିକିବେଳେ ଜଣେ ସମର୍ଥକ ଧାଇଁ ଆସି ଆନ୍ନାମଲାଇଙ୍କୁ ରୋକିଥିଲେ। ସୋଶାଲ ମିଡିଆରେ ଏହାର ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି। ଏହାପୂର୍ବରୁ ଗୁରୁବାର ଦିନ ଆନ୍ନାମଲାଇ ଏକ ସାମ୍ବାଦିକ ସମ୍ମିଳନୀ ଡାକି ନିଜ ଚପଲ ଖୋଲିଥିଲେ ଏବଂ କହିଥିଲେ ଯେ ଡିଏମକେ ସରକାରକୁ ନହଟାଇବା ପର୍ଯ୍ୟନ୍ତ ସେ ଖାଲି ପାଦରେ ଚାଲିବେ। ଆନ୍ନା ବିଶ୍ୱବିଦ୍ୟାଳୟରେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଛାତ୍ରୀଙ୍କୁ ନ୍ୟାୟ ଦାବିରେ ସେ ୪୮ ଦିନ ଉପବାସରେ ରହିବେ ବୋଲି ଘୋଷଣା କରିଥିବାବେଳେ ଏହି ଘଟଣା ପ୍ରତି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ ନିଜ ଘର ଆଗରେ ୬ ଥର ଜାବୁକ ମାଡ଼ ଖାଇବେ ବୋଲି ମଧ୍ୟ ସେ ଗତକାଲି ଘୋଷଣା କରିଥିଲେ।

Advertisment

ଚାବୁକ ମାଡ଼ ଖାଇବା ପରେ ତାମିଲନାଡୁ ରାଜ୍ୟ ବିଜେପି ଅଧ୍ୟକ୍ଷ ଆନ୍ନାମଲାଇ କହିଛନ୍ତି ଯେ ଯିଏ ତାମିଲ ସଂସ୍କୃତି ଜାଣିଛି ଓ ବୁଝିଛି, ସେ ଜାଣିଛି ଯେ ଏସବୁ ଆମ ସଂସ୍କୃତିର ଏକ ଅଂଶ। ନିଜକୁ ଦଣ୍ଡ ଦେବା ଏବଂ ନିଜକୁ କଠିନ ପରିସ୍ଥିତିରେ ରଖିବା ଆମ ସଂସ୍କୃତିର ଅଂଶ। ଏହା କୌଣସି ବ୍ୟକ୍ତି ବିରୁଦ୍ଧରେ ନୁହେଁ, ବରଂ ରାଜ୍ୟରେ ଚାଲିଥିବା ଅନ୍ୟାୟ ବିରୁଦ୍ଧରେ। ଆନ୍ନା ବିଶ୍ୱବିଦ୍ୟାଳୟରେ ଯାହା ଘଟିଲା ତାହା କେବଳ ଗୋଟିଏ ଉଦାହରଣ। ଯଦି ଆପଣ ଗତ ୩ ବର୍ଷକୁ ଦେଖିବେ, ଜାଣିପାରିବେ ଯେ ରାଜ୍ୟରେ କିପରି ସାଧାରଣ ଲୋକ, ମହିଳା, ଶିଶୁଙ୍କ ପ୍ରତି ଅନ୍ୟାୟ କରାଯାଉଛି। ଆନ୍ନାମଲାଇ କହିଛନ୍ତି ଯେ ସେ ଚପଲ ମଧ୍ୟ ପିନ୍ଧିବେ ନାହିଁ। ରାଜ୍ୟରୁ ଡିଏମକେ ସରକାର ନହଟିବା ପର୍ଯ୍ୟନ୍ତ ସେ ଖାଲି ପାଦରେ ଚାଲିବେ।

Anna University Bjp K Annamalai Tamil Nadu News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe