Advertisment

ରାଜନୀତି ମୈଦାନରେ ଥଲପତି ବିଜୟ; ଗଠନ କଲେ ନୂଆ ଦଳ

ରାଜନୈତିକ ଦଳ 'ତମିଝଗା ଭେତ୍ରି କଞ୍ଜଗମ' ଗଠନ କରି ଥଲପତି କହିଛନ୍ତି, ସ୍ୱଚ୍ଛ, ଜାତିବାଦମୁକ୍ତ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ଗଢିବା ଆମର ମୂଳ ଲକ୍ଷ୍ୟ ରହିଛି।

author-image
Debibandita Barick
ଅଦ୍ୟତନ ହୋଇଛି
 Thalapathy Vijay

Thalapathy Vijay

ରାଜନୀତି ମୈଦାନରେ ପାଦ ଥାପିଲେ ସାଉଥ୍ ସୁପରଷ୍ଟାର ଥଲପତି ବିଜୟ। ଆଜି ସେ ତାଙ୍କର ନୂଆ ଦଳ ଗଠନ କରିଥିବା ନେଇ ଘୋଷଣା କରିଛନ୍ତି। ରାଜନୈତିକ ଦଳ 'ତମିଝଗା ଭେତ୍ରି କଞ୍ଜଗମ' ଗଠନ କରି ଥଲପତି କହିଛନ୍ତି, ସ୍ୱଚ୍ଛ, ଜାତିବାଦମୁକ୍ତ ଏବଂ ଦୁର୍ନୀତିମୁକ୍ତ ପ୍ରଶାସନ ଗଢିବା ଆମର ମୂଳ ଲକ୍ଷ୍ୟ ରହିଛି। 

Advertisment

ଥଲପତି ରାଜନୀତିରେ ଯୋଗଦେବା ନେଇ ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିଲା। ନିକଟରେ ଏନେଇ ତାଙ୍କର ଏକ ଫ୍ୟାନ୍ କ୍ଲବ ପକ୍ଷରୁ ଘୋଷଣା କରାଯାଇଥିଲା। ଗତ ସପ୍ତାହରେ ଚେନ୍ନାଇରେ ଅନୁଷ୍ଠିତ ଏକ ସଭାରେ ରାଜନୈତିକ ଦଳ ଗଠନ ପାଇଁ ତାଙ୍କ ଫ୍ୟାନ୍ କ୍ଲବ ବିଜୟ ମକ୍କାଲ ଆଇୟାକ୍କମ୍ ଏକ ବଡ଼ ଘୋଷଣା କରିଥିଲା। ଥଲପତି ବିଜୟ ରାଜନୀତିରେ ଯୋଗଦେବେ, କିନ୍ତୁ ନିଜସ୍ୱ ଦଳ ଗଠନ କରିବେ ବୋଲି ଏହି ଫ୍ୟାନ୍ କ୍ଲବ୍ କହିଥିଲା।

ଅଭିନେତା ଥଲପତିଙ୍କ ପକ୍ଷରୁ ଦିଆଯାଇଇଥିବା ଏକ ବିବୃତ୍ତିରେ କୁହାଯାଇଥିଲା ଯେ, ଆମ ଦଳ 'ତମିଝଗା ଭେତ୍ରି କଞ୍ଜଗମ'କୁ ପଞ୍ଜୀକରଣ କରିବା ପାଇଁ ଆମେ ଆଜି ନିର୍ମାଚନ କମିଶନଙ୍କ ନିକଟରେ ଏକ ଆବେଦନ କରିଛୁ। ଆଗାମୀ 2026 ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବା ସହ ବିଜୟ ହେବୁ। ଜନତା ଚାହୁଁଥିବା ମୌଳିକ ରାଜନୈତିକ ପରିବର୍ତ୍ତନ ଆଣିବା ଆମର ଲକ୍ଷ୍ୟ ବୋଲି ଏଥିରେ କୁହାଯାଇଥିଲା।

Advertisment

ତାମିଲ ସିନେମା ଇଣ୍ଡଷ୍ଟ୍ରୀରେ ଥଲପତି ବିଜୟଙ୍କୁ ଦ୍ୱିତୀୟ ରଜନୀକାନ୍ତ ବୋଲି କୁହାଯାଏ। ସେ ୬୮ରୁ ଅଧିକ ସିନେମାରେ ଅଭିନୟ କରି ସାରିଛନ୍ତି। ସେ ରାଜନୀତିରେ ଯୋଗଦେବା ନେଇ ଦୀର୍ଘ ଏକ ଦଶନ୍ଧି ଧରି ଚର୍ଚ୍ଚା ହେଉଥିଲା।

ବର୍ତ୍ତମାନ ସକ୍ରିୟ ରାଜନୀତିରେ ସାମିଲ ହୋଇ ବିଜୟ କହିଛନ୍ତି, ରାଜନୀତି ମୋ ପାଇଁ କେବଳ ଅନ୍ୟ ଏକ କ୍ୟାରିୟର ନୁହେଁ। ଏହା ଜନସେବା ଭଳି ପବିତ୍ର କାର୍ଯ୍ୟ। ମୁଁ ଦୀର୍ଘ ଦିନ ଧରି ଏଥିପାଇଁ ନିଜକୁ ପ୍ରସ୍ତୁତ କରିଆସୁଛି। ରାଜନୀତି ମୋ ପାଇଁ ଏକ ହବି ନୁହେଁ, ଏହା ମୋ ଭିତରେ ଥିବା ଏକ ଦୃଢ ଇଚ୍ଛା। ରାଜନୀତିରେ ମୁଁ ମୋ ନିଜକୁ ସମ୍ପୂର୍ଣ୍ଣ ରୂପେ ଜଡିତ କରିଦେବାକୁ ଚାହୁଁଛି ବୋଲି ଥଲପତି ବିଜୟ କହିଛନ୍ତି। 

Vijay Launches Political Party Tamil Superstar Vijay Thalapathy Tamizha Vetri Kazhagam