Advertisment

ମଦ ଦୋକାନ ବନ୍ଦ ପାଇଁ ପ୍ରଶାସନକୁ ନିବେଦନ କଲେ ତାରା ଓ ରବି

୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଥିବାରୁ କୋରାପୁଟ ଜିଲ୍ଲାରେ ମଦ ଦୋକାନ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ।

author-image
Manoranjan Sial
ଅଦ୍ୟତନ ହୋଇଛି
BJD

BJD

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟାରେ ଭବ୍ୟ ମନ୍ଦିରରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେବ। ସେଥିପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି। ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଭବ୍ୟ ଭାବେ ପାଳିବାକୁ ଲାଗି ପଡ଼ିଛନ୍ତି ସମସ୍ତେ। ଏହି ଅବସରରେ କୋରାପୁଟରେ ଦେଖିବାକୁ ମିଳିଛି ‘ନିବେଦନ’ ରାଜନୀତି। ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ହେଉଥିବାରୁ କୋରାପୁଟ ଜିଲ୍ଲାରେ ମଦ ଦୋକାନ ବନ୍ଦ କରିବାକୁ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ରବିନାରାୟଣ ନନ୍ଦ।

Advertisment

ଭିଡିଓ ବାର୍ତ୍ତା ଜାରି କରି ତାରା ପ୍ରସାଦ ବାହିନୀପତି କହିଛନ୍ତି, ଆସନ୍ତା୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏହାକୁ ସମଗ୍ର ଭାରତ ବର୍ଷ ଏକ ଉତ୍ସବ ରୂପେ ପାଳନ କରୁଛି। ଏପରି ଉତ୍ସବକୁ ଆମେ ସ୍ୱାଗତ କରୁଛୁ। ସେ ଦିନ ଜୟପୁରରେ ଶୋଭାଯାତ୍ରା ଓ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ହେବାର ରହିଛି। ତେଣୁ ସେହି ଦିନ ମଦ ଦୋକାନ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି। ମଦ ଦୋକାନ ବନ୍ଦ ନହେଲେ ମଦୁଆମାନେ ନାନା ହଲ୍ଲାପଟ୍ଟା କରିବେ। ଲୋକମାନେ ବହୁ ହଇରାଣ ହରକତ ହେବେ। ତେଣୁ ଜିଲ୍ଲାପାଳଙ୍କୁ ଅନୁରୋଧ କରୁଛି, ସେହିଦିନ ସବୁ ଦେଶୀ ଓ ବିଦେଶୀ ମଦ ଦୋକାନ, ବାର୍‌ ବନ୍ଦ କରାନ୍ତୁ। ଯାହାଫଳରେ ଶାନ୍ତି ଶୃଙ୍ଖଳାରେ କାର୍ଯ୍ୟକ୍ରମ ସମ୍ପାଦନ ହୋଇପାରିବ ବୋଲି ତାରା କହିଛନ୍ତି।

ତାରାଙ୍କ ପରେ ବିଜେଡି ନେତା ରବି ନାରାୟଣ ନନ୍ଦ ମଧ୍ୟ ଭିଡିଓ ଜାରି କରିଛନ୍ତି। ସେ ମଦ ବନ୍ଦ କରିବାକୁ ନିବେଦନ କରିଛନ୍ତି। ଭିଡିଓ ବାର୍ତ୍ତାରେ ସେ କହିଛନ୍ତି, ଖୁସିର ଖବର ଜାନୁଆରୀ ୨୨ ତାରିଖରେ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ। ସେଦିନ ସାରା ଦେଶ ଉତ୍ସବ ମୁଖର ହେବାକୁ ଯାଉଛି। ସବୁ ସନାତନୀଙ୍କ ପାଇଁ ସେହି ଦିନଟି ହେଉଛି ପବିତ୍ର ଦିନ। ଜୟପୁର ଜନତା ସେହି ଦିନଟି ଉତ୍ସାହର ସହିତ ପାଳନ କରିବା ପାଇଁ ଅପେକ୍ଷା କରି ରହିଛନ୍ତି। ସେ ଦିନ ଯେପରି କୌଣସି ଅପ୍ରିତିକର ପରିସ୍ଥିତ ନଘଟିବ, ସେଥିପ୍ରତି ଜିଲ୍ଲାପ୍ରଶାସନ ଦୃଷ୍ଟି ଦେଉ। ଜନସାଧାରଣଙ୍କୁ ଅନୁରୋଧ କରୁଛି, ସେଦିନ ଆମେ ସମସ୍ତେ କାୟାମନୋବାକ୍ୟରେ ରାମମୟ ହେବା। ମଦ ଓ ମାଂସଠାରୁ ଦୂରେଇ ରହିବା ପାଇଁ ଅପିଲ କରିଛନ୍ତି ରବି ନନ୍ଦ।

Advertisment

ରିପୋର୍ଟ- ଜୟପୁରରୁ ଟି.ଗୌରୀଶଙ୍କର

BjD Congress Koraput