ସପ୍ତଗିରି କୋଳାକୋଳି, ତୁଟିଲା କି କଳି ? | Odisha Reporter
ନା ଏକାଠି ହେଉଥିଲେ ନା ଏକାଠି ଲଢ଼ୁଥିଲେ । ଯଦିଓ ହାତ ଦଳରୁ ଦୁହେଁ ଟିକେଟ୍ ପାଇଥିଲେ । ସେମାନଙ୍କ ଭିତରେ ଥିବା କେଁ କୋରାପୁଟ ଡେଇଁ ଭୁବନେଶ୍ୱରରେ ପହଞ୍ଚିଥିଲା। ସ୍ଥିତି ଏମିତି ହୋଇଥିଲା ଯେ ଶେଷରେ ଜୟପୁର ବିଧାୟକ ତାରା ବାହିନୀପତିଙ୍କ ପତ୍ନୀ ମିନାକ୍ଷୀ ବାହିନୀପତି ଜିଲ୍ଲା ସଭାପତି ପଦରୁ ବାଦ୍ ପଡ଼ିଥିଲେ । ଆଉ ଏହା ପଛରେ ସପ୍ତଗିରିଙ୍କର ଶକ୍ତିଥିବା ଶୁଣିବାକୁ ମିଳିଥିଲା। କିନ୍ତୁ ଏବେ ଗୋଟିଏ ମଞ୍ଚରେ ସପ୍ତଗିରି ଓ ତାରାଙ୍କୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
