Advertisment

‘ଭାଇସ୍‌ ପ୍ରେସିଡେଣ୍ଟ ପଦବୀର ଆବଶ୍ୟକତା ନାହିଁ, ଭାଲୁ ବାହିନୀପତି ନାଁ କାଫି’

‘କୋରାପୁଟ ଓ ଜୟପୁର ଲୋକଙ୍କ ଆଶୀର୍ବାଦରେ ୪ ଥର ବିଧାୟକ ହେଲି। ମୁଁ କ’ଣ ପ୍ରଧାନମନ୍ତ୍ରୀ ହେବି କି? ତେଣୁ କମିଟି ଫମିଟିରେ ରହିବାରେ ବିଶ୍ୱାସ କରେନାହିଁ। ଏହି କମିଟିରେ ରହିବାର ଇଚ୍ଛା ନାହିଁ।’

Tara Prasad Bahinipati

Tara Prasad Bahinipati

Advertisment

କଂଗ୍ରେସ କମିଟି ଘୋଷଣା ହେଉ ହେଉ ଅସନ୍ତୋଷ ଝାଡ଼ିଛନ୍ତି ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନୀପତି। ଆଉ କହିଛନ୍ତି, ମୋତେ ଭାଇସ୍‌ ପ୍ରେସିଡେଣ୍ଟ ପଦବୀର ଆବଶ୍ୟକତା ନାହିଁ। ଭାଲୁ ବାହିନୀପତି ନାଁ କାଫି। ମୋର ଭାଇସ୍‌ ପ୍ରେସିଡେଣ୍ଟ୍‌ ପଦବୀ କ’ଣ ହେବ? ତଥାପି ମୋତେ ବରିଷ୍ଠ ଭାଇସ୍‌ ପ୍ରେସିଡେଣ୍ଟ ପଦବୀ ଦେଇଥିବାରୁ ପିସିସି ସଭାପତି ଶରତ ପଟ୍ଟନାୟକ ଓ ଚେଲା କୁମାରଙ୍କୁ ଧନ୍ୟବାଦ ଜଣାଉଛି ବୋଲି ତାରା ବାହିନୀପତି କହିଛନ୍ତି।

Advertisment

ତାରା ଭୁବନେଶ୍ୱରରେ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି, କୋରାପୁଟ ଓ ଜୟପୁର ଲୋକଙ୍କ ଆଶୀର୍ବାଦରେ ୪ ଥର ବିଧାୟକ ହେଲି। ମୁଁ କ’ଣ ପ୍ରଧାନମନ୍ତ୍ରୀ ହେବି କି? ତେଣୁ କମିଟି ଫମିଟିରେ ରହିବାରେ ବିଶ୍ୱାସ କରେନାହିଁ। ଏହି କମିଟିରେ ରହିବାର ଇଚ୍ଛା ନାହିଁ। ମୁଁ କୋଭିଡ୍‌ରୁ ଉଠିଛି। ନିଜ ନିର୍ବାଚନମଣ୍ଡଳୀରେ ବୁଲିବା କଷ୍ଟ ହେଉଛି। ତେଣୁ କୌଣସି ପଦ ପଦବୀରେ ରହିବାର ଆବଶ୍ୟକତା ନାହିଁ। ମୁଁ କୌଣସି ପଦ ପଦବୀରେ ରହିବାକୁ ଚାହୁଁ ନାହିଁ। ମାନସିକ ଭାବେ ସ୍ଥିର କରିଛି। କମିଟିରେ ରହିଲେ ଯେଉଁଠୁ ଡାକରା ଆସିଲେ ଯିବାକୁ ପଡ଼ିବ। ନଗଲେ ଅସୁବିଧା ହେବ। ପଦରେ ରହି କାମ ନକଲେ ଅସୁନ୍ଦର ଲାଗିବ ବୋଲି ତାରା କହିଛନ୍ତି।

ପତ୍ନୀ ମିନାକ୍ଷୀ ବାହିନୀପତିଙ୍କୁ ନେଇ ପ୍ରଶ୍ନ ହେବାରୁ ତାରା କହିଛନ୍ତି, ମିନାକ୍ଷୀ ପୂର୍ବରୁ ରିଜାଇନ୍‌ ଦେଇଛନ୍ତି। ଏବେ କ’ଣ ପଦବୀ ଦେଇଛନ୍ତି ଜାଣିନାହିଁ? ଯଦି ଦେଇଥିବେ, ତାହାହେଲେ ସେ ରିଜାଇନ୍‌ ଦେଇଦେବେ। କାରଣ ଆମର କୌଣସି ପଦ ପଦବୀରେ ରହିବାର ନାହିଁ। ମିନାକ୍ଷୀ କେଉଁ ପଦବୀରେ ରହିବେ କି ନରହିବେ ସେ ସମ୍ପର୍କରେ ପିସିସି ସଭାପତି ଶରତ ପଟ୍ଟନାୟକ ବା ଏଆଇସିସି ପକ୍ଷରୁ କେହି ପଚାରି ନାହାନ୍ତି ବୋଲି ତାରା କହିଛନ୍ତି।

Advertisment

ଗଠନ ହୋଇଥିବା କମିଟି ୨୦୨୪ ସାଧାରଣ ନିର୍ବାଚନରେ କଂଗ୍ରେସକୁ ଶାସନକୁ ଆଣିପାରିବେ କି ପ୍ରଶ୍ନରେ ତାରା କହିଛନ୍ତି, ଏହି କମିଟି ନିଶ୍ଚିତ କଂଗ୍ରେସକୁ ଶାସନକୁ ଆଣିବ। ବଛାବଛା ଲୋକଙ୍କୁ ନେଇ କମିଟି ଗଠନ କରାଯାଇଛି। ଏମାନେ ୯୦ ଆସନ ଆଣିବେ। ୨୦୨୪ରେ କଂଗ୍ରେସ ଶାସନକୁ ଫେରିବ। ଆଉ ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚିତ। ତେବେ ବିଜୟ ପଟ୍ଟନାୟକ ନା ଶରତ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ମୁଁ ଜାଣିନି। କିନ୍ତୁ କଂଗ୍ରେସରୁ ମୁଖ୍ୟମନ୍ତ୍ରୀ ହେବା ସୁନିଶ୍ଚିତ ବୋଲି ତାରା ବହିନୀପତି କହିଛନ୍ତି।

Congress Tara Prasad Bahinipati Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe