Advertisment

ପ୍ରାର୍ଥିପତ୍ର ଦାଖଲ କଲେ ତାରା, ପ୍ରଦୀପ୍ତ, ପ୍ରଦୀପ ଓ ମାଳବିକା

ନବରଙ୍ଗପୁରର ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଆଜି ପ୍ରଦୀପ ମାଝୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ଅଦ୍ୟତନ ହୋଇଛି
bjp

bjp

Advertisment

ଜୟପୁରରୁ କଂଗ୍ରେସ ଟିକେଟରେ ବିଧାନସଭା ନିର୍ବାଚନ ଲଢ଼ୁଥିବା ତାରାପ୍ରସାଦ ବାହିନୀପତି ଆଜି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ନିଜ ସମର୍ଥକଙ୍କ ଗହଣରେ ଏକ ବିରାଟ ଶୋଭାଯାତ୍ରାରେ ଆସି ଜୟପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ତାରା ବାହିନୀପତି। ନାମାଙ୍କନ ଦାଖଲ ବେଳେ ତାଙ୍କ ସହ ଥିଲେ କୋରାପୁଟ କଂଗ୍ରେସ ସାଂସଦ ପ୍ରାର୍ଥୀ ସପ୍ତଗିରି ଉଲାକା। ତା’ପୂର୍ବରୁ ଅଧିଷ୍ଠାତ୍ରୀ ଦେବୀ ମା’ ଭଗବତୀଙ୍କ ଆଶୀର୍ବାଦ ନେଇ ବିରାଟ ଶୋଭାଯାତ୍ରାରେ ସହର ପରିକ୍ରମା କରିଥିଲେ ତାରା ବାହିନୀପତି। ରଜାନଗର ଛକରୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା ପରେ ନାମାଙ୍କନ ଦାଖଲ କରିଥିଲେ ତାରା ବାହିନୀପତି। 

Advertisment

ନବରଙ୍ଗପୁରର ବିଜେଡି ସାଂସଦ ପ୍ରାର୍ଥୀ ଭାବେ ଆଜି ପ୍ରଦୀପ ମାଝୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ଆଜି ଦିନ ୧୨ଟା ୧ ମିନିଟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ପ୍ରଦୀପ। ବିନା ଶୋଭାଯାତ୍ରାରେ କେବଳ ନିଜ ସମର୍ଥକଙ୍କ ଗହଣରେ ଆସି ପ୍ରଦୀପ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବରୁ ଗତ ୧୮ ତାରିଖ ଦିନ କଂଗ୍ରେସ ସାଂସଦ ପ୍ରାର୍ଥୀ ଭୁଜବଳ ମାଝୀ ନିଜର ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଆଜି ବିଜେଡି ତରଫରୁ ପ୍ରଦୀପ ମାଝୀ ନାମାଙ୍କନ ଦାଖଲ କରିଛନ୍ତି।

କଳାହାଣ୍ଡି ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ମାଳବିକା ଦେଓ। ଭବନୀପାଟଣାରେ ଜିଲ୍ଲାପାଳଙ୍କ ଅଫିସ୍ ରେ ନାମାଙ୍କନ ଦାଖଲ କରିଛନ୍ତି ମାଳବିକା। ମା’ ମାଣିକେଶ୍ୱରୀ ମନ୍ଦିରରୁ ସେ ବିଶାଳ ଶୋଭାଯାତ୍ରାରେ ଆସିଥିଲେ। ତାଙ୍କ ସହ ଭବାନୀପାଟଣା ବିଧାନସଭା ପାଇଁ ବିଜେପି ପ୍ରାର୍ଥୀ ପ୍ରଦୀପ୍ତ ନାଏକ ବି ନାମାଙ୍କନ ଦାଖଲ କରିଛନ୍ତି। ସେହିପରି ବିଜେଡି ଲୋକସଭା ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ଭବାନୀପାଟଣା ବିଜେଡି ବିଧାନସଭା ପ୍ରାର୍ଥୀ ଲଳିତା ନାଏକ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି।

Advertisment

ଧର୍ମଗଡ଼ ବିଜେଡି ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂହଦେଓ ଆଜି ନାମାଙ୍କନ ଦାଖଲ କରିଛନ୍ତି। ଧର୍ମଗଡ଼ ଉପଜିଲ୍ଲାପାଳ ତଥା ରିଟର୍ଣ୍ଣିଂ ଅଫିସରଙ୍କ ପାଖରେ ସେ ନାମାଙ୍କନ ଦାଖଲ କରିଛନ୍ତି । ତା’ପୂର୍ବରୁ ହଜାର ହଜାର ସମର୍ଥକଙ୍କ ଗହଣରେ ବିଶାଳ ରାଲିରେ ଆସିଥିଲେ ପୁଷ୍ପେନ୍ଦ୍ର ସିଂହଦେଓ। ସେହିପରି ଜୁନାଗଡ଼ ବିଧାନସଭା ଆସନ ପାଇଁନାମାଙ୍କନ ଦାଖଲ କରିଛନ୍ତି କଂଗ୍ରେସ ପ୍ରାର୍ଥୀ ତୁଳେଶ୍ୱର ନାଏକ। କଂଗ୍ରେସର ପଞ୍ଚସୂତ୍ରୀ କାର୍ଯ୍ୟକ୍ରମକୁ ଲୋକଙ୍କ ପାଖରେ ପହଞ୍ଚାଇ ଜମସମର୍ଥନ ହାସଲ କରିବା ପାଇଁ ଆଶାବାଦୀ ଅଛନ୍ତି ତୁଲେଶ୍ୱର। 

BjD Bjp Congress Odisha Politics
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe