ସବୁଠି ପାର୍ବଣର ଉତ୍ସବ। ଏହି ଅବସରରେ ସଭିଏଁ ନାଚ ଗୀତରେ ସାମିଲ ହେଉଛନ୍ତି। ସେହିପରି ନବରାତ୍ର ଦାଣ୍ଡିଆ ମହୋତ୍ସବରେ ଝୁମିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓରଫ ଭାଲୁ ଭାଇ।
‘ଢୋଲ ବାଜେ ଢୋଲ ବାଜେ’ ଓ ମେଇଁଆ କି ଯଶୋଦା ଏହିପରି ଅନେକ ଗୀତରେ କଲେ ଦାଣ୍ଡିଆ ଡ୍ୟାନ୍ସ । ଖାଲି ତାରା ନୁହେଁ ଅନ୍ୟ ମହିଳା ଓ ଝିଅ ମାନେ ମଧ୍ୟ ଏହି ଗୀତରେ ଡ୍ୟାନ୍ସ କରୁଥିଲେ। ତାରାଙ୍କ ଠୁମକା ଦେଖି ସମସ୍ତେ ଖୁସି ହେଉଯାଉଥିଲେ।
Also Read
ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁରରେ। ନବରାତ୍ରୀ ଅବସରରେ ରଙ୍ଗମାଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଦାଣ୍ଡିଆ ନାଇଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି।
ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କ ସହ ତାଳରେ ତାଳ ମିଶାଇ ନାଚୁଥିବା ଦେଖିବାକୁ ମିଳିଥିଲା।।ନବରାତ୍ରୀ ଅବସରରେ ଉତ୍ତର ଭାରତ ଭଳି କୋରାପୁଟ ଜୟପୁରରେ ମଧ୍ୟ ଦାଣ୍ଡିଆ ନୃତ୍ୟ ଆୟୋଜିତ ହେଉଛି। ଏଥିରେ ସାଧାରଣ ଲୋକମାନେ ଯୋଗ ଦେଇ ଖୁବ୍ ଅନୁଭବ କରୁଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ସଂସଦରେ ପହଞ୍ଚିଲେ ପ୍ରିୟଙ୍କା, ଏମିତି କହିଲା ବିଜେପି
ବିଜେପି ଏହାକୁ ତୁଷ୍ଟୀକରଣ ପାଇଁ ଉଦ୍ୟମ ବୋଲି କହି ତାଚ୍ଛଲ୍ୟ କରିଥିବା ବେଳେ ଏହାର ଜବାବ ପ୍ରିୟଙ୍କା ଗାନ୍ଧି ଦେଇଛନ୍ତି।
Politics
ଡିସେମ୍ବରରେ ମିଳିବ ନାହିଁ ସୁଭଦ୍ରା ଟଙ୍କା; ଯାଞ୍ଚ ପରେ ପାଇବେ ହିତାଧିକାରୀ
୨୦ ଲକ୍ଷରୁ ଅଧିକ ମହିଳାଙ୍କୁ ୪ର୍ଥ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳିବ।
Politics
ଇଭିଏମ୍ ପ୍ରସଙ୍ଗରେ କଂଗ୍ରେସର ସାଥ ଦେଲେନି ଓମାର ଅବଦୁଲ୍ଲା
ଆଶା ଅନୁଯାୟୀ ଫଳାଫଳ ନମିଳିଲେ ଇଭିଏମ୍ ଉପରେ ପ୍ରଶ୍ନ ଉଠାଇବା ଭୁଲ୍ ବୋଲି କହିଲେ ଓମାର ଅବଦୁଲ୍ଲା। କଂଗ୍ରେସକୁ କଲେ ସମାଲୋଚନା।
Politics
ମହାରାଷ୍ଟ୍ରରେ ଛିଡ଼ିଲା ଅଙ୍କ; ମନ୍ତ୍ରୀ ଭାବେ ଶପଥ ନେଲେ ୩୯ ବିଧାୟକ
ମୁଖ୍ୟମନ୍ତ୍ରୀ ଓ ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନାଗପୁରରେ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ। ଏହି ମନ୍ତ୍ରୀ ପରିଷଦର କାର୍ଯ୍ୟକାଳ ମାତ୍ର ଅଢ଼େଇ ବର୍ଷ ହେବ ବୋଲି ମିଳିଛି ସୂଚନା।
Politics
‘ଆଉ କେହି ନବୀନ ବାବୁଙ୍କୁ ଛାଡ଼ିବେନି’
‘ବିଜେପିର ରାଜ୍ୟସଭାରେ ସଂଖ୍ୟା ନାହିଁ। ତେଣୁ ସେମାନେ ଏଭଳି କାମ କରୁଛନ୍ତି।’