Advertisment

ଦାଣ୍ଡିଆ ନାଚି ମଞ୍ଚ ଦୁଲୁକାଇଲେ ତାରା; ମସଗୁଲ ହୋଇଗଲେ ମହିଳା

ଦର୍ଶକଙ୍କ ସହ ତାଳରେ ତାଳ ମିଶାଇ ନାଚୁଥିଲେ ତାରା।

ଅଦ୍ୟତନ ହୋଇଛି
 Tara Prasad Bahinipati

Tara Prasad Bahinipati

Advertisment

ସବୁଠି ପାର୍ବଣର ଉତ୍ସବ। ଏହି ଅବସରରେ ସଭିଏଁ ନାଚ ଗୀତରେ ସାମିଲ ହେଉଛନ୍ତି। ସେହିପରି ନବରାତ୍ର ଦାଣ୍ଡିଆ ମହୋତ୍ସବରେ ଝୁମିଲେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓରଫ ଭାଲୁ ଭାଇ।

Advertisment

‘ଢୋଲ ବାଜେ ଢୋଲ ବାଜେ’ ଓ ମେଇଁଆ କି ଯଶୋଦା ଏହିପରି ଅନେକ ଗୀତରେ କଲେ ଦାଣ୍ଡିଆ ଡ୍ୟାନ୍ସ । ଖାଲି ତାରା ନୁହେଁ ଅନ୍ୟ ମହିଳା ଓ ଝିଅ ମାନେ ମଧ୍ୟ ଏହି ଗୀତରେ ଡ୍ୟାନ୍ସ କରୁଥିଲେ। ତାରାଙ୍କ ଠୁମକା ଦେଖି ସମସ୍ତେ ଖୁସି ହେଉଯାଉଥିଲେ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଜୟପୁରରେ। ନବରାତ୍ରୀ ଅବସରରେ ରଙ୍ଗମାଟି ଅନୁଷ୍ଠାନ ପକ୍ଷରୁ ଆୟୋଜିତ ଦାଣ୍ଡିଆ ନାଇଟ୍ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ବିଧାୟକ ତାରା ପ୍ରସାଦ ବାହିନୀପତି।

Advertisment

ଏହି ଅବସରରେ ସେ ଉପସ୍ଥିତ ଦର୍ଶକଙ୍କ ସହ ତାଳରେ ତାଳ ମିଶାଇ ନାଚୁଥିବା ଦେଖିବାକୁ ମିଳିଥିଲା।।ନବରାତ୍ରୀ ଅବସରରେ ଉତ୍ତର ଭାରତ ଭଳି କୋରାପୁଟ ଜୟପୁରରେ ମଧ୍ୟ ଦାଣ୍ଡିଆ ନୃତ୍ୟ ଆୟୋଜିତ ହେଉଛି। ଏଥିରେ ସାଧାରଣ ଲୋକମାନେ ଯୋଗ ଦେଇ ଖୁବ୍ ଅନୁଭବ କରୁଛନ୍ତି।

Tara Prasad Bahinipati Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe