Advertisment

ତାରାଙ୍କ ଚେତାବନୀ, ୭୨ଘଣ୍ଟା ଭିତରେ ଗିରଫ ନକଲେ ରାଜ୍ୟବ୍ୟାପୀ ଆନ୍ଦୋଳନ

ଗତକାଲିର ଘଟଣାରେ ଆକ୍ରମଣକାରୀମାନଙ୍କୁ ୭୨ଘଣ୍ଟା ମଧ୍ୟରେ ପୁଲିସ ଗିରଫ ନକଲେ ରାଜ୍ୟବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ ବୋଲି ତାରା କହିଛନ୍ତି।

Tara Prasad Bahinipati

Tara Prasad Bahinipati

Advertisment

କଂଗ୍ରେସ ଭବନ ସମ୍ମୁଖରେ ରାହୁଲ ଗାନ୍ଧିଙ୍କ ପୋଷ୍ଟରକୁ ଗୋବର ମାଡ଼ କରିବା ଘଟଣାରେ ସମ୍ପୃକ୍ତ ବିଜେପି କର୍ମୀମାନଙ୍କୁ ତୁରନ୍ତ ଗିରଫ କରିବାକୁ କଂଗ୍ରେସ ନେତା ତାରାପ୍ରସାଦ ବାହିନୀପତି ଚେତାବନୀ ଦେଇଛନ୍ତି । ଗତକାଲିର ଘଟଣାରେ ଆକ୍ରମଣକାରୀମାନଙ୍କୁ ୭୨ଘଣ୍ଟା ମଧ୍ୟରେ ପୁଲିସ ଗିରଫ ନକଲେ ରାଜ୍ୟବ୍ୟାପୀ କଂଗ୍ରେସ ଆନ୍ଦୋଳନ କରିବ ବୋଲି ତାରା କହିଛନ୍ତି । ଏପରିକି ଆବଶ୍ୟକ ପଡ଼ିଲେ ୨୦ହଜାର ଯୁବଛାତ୍ରଙ୍କ ସହ ବିଜେପି ପାର୍ଟି ଅଫିସରେ ଧସେଇ ପଶିବୁ ବୋଲି ତାରା ଚେତାବନୀ ଦେଇଛନ୍ତି ।  ଗତକାଲି କଂଗ୍ରେସ ଭବନ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚାର ବିକ୍ଷୋଭବେଳେ ବିଜେପି ଓ କଂଗ୍ରେସ କର୍ମୀମାନେ ମୁହାଁମୁହିଁ ହୋଇଥିଲେ ।

Advertisment

ଗତକାଲି ବିଜେପି ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହେବା ଘଟଣାରେ ଆଜି ଛାତ୍ର କଂଗ୍ରେସ ସଭାପତି ୟାସିର ନୱାଜଙ୍କ ନେତୃତ୍ୱରେ ଦଳର ବରିଷ୍ଠ ନେତା ଜୟଦେବ ଜେନା, ଶରତ ରାଉତ ଓ ଅନ୍ୟମାନେ କ୍ୟାପିଟାଲ ଥାନାରେ ପହଂଚି ଏଫଆଇଆର ଦେଇଛନ୍ତି । ରାହୁଲ ଗାନ୍ଧିଙ୍କ ପ୍ରତି ଓଡ଼ିଶା ବିଜେପିର ଏଭଳି ବ୍ୟବହାରକୁ କଂଗ୍ରେସ ଦୃଢ଼ ନିନ୍ଦା କରିବା ସହ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛି ।

ସୂଚନାଯୋଗ୍ୟ, ସଂସଦରେ ରାହୁଲ ଗାନ୍ଧି ହିନ୍ଦୁ ଧର୍ମକୁ ନେଇ ଦେଇଥିବା ମନ୍ତବ୍ୟ ପ୍ରତିବାଦରେ ମଙ୍ଗଳବାର ଅପରାହ୍ନରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମାଷ୍ଟରକ୍ୟାଂଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସେଠାରେ କଂଗ୍ରେସ ଭବନ ସମ୍ମୁଖରେ ଥିବା ରାହୁଲ ଗାନ୍ଧିଙ୍କ ଫଟୋ ଉପରକୁ ଯୁବମୋର୍ଚ୍ଚାର କର୍ମୀମାନେ ଗୋବର ମାଡ଼ କରିବାରୁ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇ ଅପ୍ରୀତିକର ପରିସ୍ଥିତି ଉପୁଜିଥିଲା ।

Advertisment
Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe