Advertisment

ନବୀନ ବାବୁ ଏକଦମ୍‌ ଫିଟ୍‌ ଓ ବ୍ୟୁଟିଫୁଲ୍‌ କହିଲେ ତାରା

ତାରା କହିଛନ୍ତି, ଜାଣିଶୁଣି ଏମିତି କରୁଥିବେ ବୋଲି ଭାବୁଛି। ଡ୍ରାମା କରୁଥିଲେ। ଲେଖା ଛିଡିଗଲା। ପାଇଟି ସରିଲାବୋଲି ତାରା କହିଛନ୍ତି।

author-image
Manoranjan Sial
Tara

Tara

ନିର୍ବାଚନ ସମୟରେ ନବୀନ ପଟ୍ଟନାୟକଙ୍କ ହାତ ଓ ମୁଣ୍ଡ ଥରୁଥିଲା। ତାଙ୍କ ମାଇକ୍‌ ଆଉ ଜଣେ ଧରୁଥିଲା। ହେଲେ ଏବେ ନବୀନ ବାବୁ ଏକଦମ୍‌ ଫିଟ୍‌ ଅଛନ୍ତି। ସେ ଠକ୍‌ଠକ୍‌ କରି ଚାଲୁଛନ୍ତି। ବ୍ୟୁଟିଫୁଲ୍‌ ଦେଖାଯାଉଛନ୍ତି। ଆଜି ଏପରି କହିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି।

Advertisment

ଗଣମାଧ୍ୟମକୁ ତାରା କହିଛନ୍ତି, ଆରେ ଆମ ନବୀନବାବୁ ବଢ଼ିଆ ଚାଲୁଛନ୍ତି। ବାସ୍ତବ କ୍ଷେତ୍ରରେ ନବୀନବାବୁଙ୍କ ପ୍ରତି ମୋର ବହୁତ ସମ୍ମାନ ରହିଛି। ସିଏ ବୟସ୍କ ଲୋକ କୁଆଡ଼େ ପଡିଯିବେ, ସେଥିପାଇଁ ମୁଁ ତାଙ୍କ ପଛେ ପଛେ ଚାଲୁଥିଲି। ହେଲେ ସିଏ ଭଲ କରି ଚାଲୁଥିଲେ। ଠକ୍‌ ଠକ୍‌ କରି ପାହାଚ ଚଢ଼ି ଚଢ଼ି ଗଲେ। ତାଙ୍କ ହାତ ଥରୁନି। ସେ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଲେ। ଭଲ କଥାବାର୍ତ୍ତା ହେଲେ। ସେ ମୋ ପଚାରିଲେ, ଆପଣ ଖୁସି ତ? ମୁଁ କହିଲି- ବହୁତ ବଢ଼ିଆ ଖସି, ବ୍ୟୁଟିଫୁଲ୍‌। ହେଲେ ଆଗରୁ ତାଙ୍କ ହାତ କାହିଁକି ଥରୁଥିଲା? ସେ କାହିଁକି ମୁଣ୍ଡ ହଲାଉଥିଲେ? ତାଙ୍କ ମାଇକ୍‌ ଆଉ କାହାକୁ ଧରିବାକୁ କାହିଁକି ପଡ଼ୁଥିଲା ସେ ସମ୍ପର୍କରେ ମୁଁ ଜାଣିପାରୁନି। କିନ୍ତୁ ସେ ଏକଦମ୍‌ ଫିଟ୍‌ ଓ ବ୍ୟୁଟିଫୁଲ୍‌ ବୋଲି ତାରା କହିଛନ୍ତି।

ନବୀନବାବୁଙ୍କ ହାତ କ’ଣ ପାଇଁ ଏମିତି ଥରୁଥିବା ପ୍ରଶ୍ନରେ ତାରା କହିଛନ୍ତି, ଜାଣିଶୁଣି ଏମିତି କରୁଥିବେ ବୋଲି ଭାବୁଛି। ଡ୍ରାମା କରୁଥିଲେ। ଲେଖା ଛିଡିଗଲା। ପାଇଟି ସରିଲାବୋଲି ତାରା କହିଛନ୍ତି।

Advertisment

ବିଜେଡି ସହିତ କଂଗ୍ରେସ ହାତ ମିଳାଇବାକୁ ନେଇ ତାରା କହିଛନ୍ତି, କଂଗ୍ରେସ କାହା ସହିତ ହାତ ମିଳାଇନି। କଂଗ୍ରେସ ନିଜ କାମ ନିଜେ କରିବ। ଜନସାଧାରଣଙ୍କ ପାଇଁ କଂଗ୍ରେସର ଯେଉଁ କର୍ତ୍ତବ୍ୟ, ତାହା କରିବ। କାହା ସହିତ କମ୍ପ୍ରମାଇଜ୍‌ କରିବ ନାହିଁ ବୋଲି ତାରା କହିଛନ୍ତି।

BjD Congress Naveen Patnaik Tara Prasad Bahinipati