Advertisment

ସାକ୍ଷାତକାରରେ ମୁଖ୍ୟମନ୍ତ୍ରୀ ଦେଲେ ଏମିତି ଉତ୍ତର, ତଥାଗତ କହିଲେ- ବହୁତ ବିଳମ୍ବ ହୋଇଗଲା

ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ବିରୋଧୀ ଦଳ ମୁଖ୍ୟ ପ୍ରସଙ୍ଗ କରି ନବୀନ ବାହାର ଲୋକଙ୍କ କବଜାରେ ରହିଥିବା ଏବଂ ତାମିଲ ବାବୁ ତାଙ୍କୁ ନିୟନ୍ତ୍ରଣ କରୁଥିବାନେଇ କ୍ରମାଗତ ହାମଲା କରି ଆସୁଛି।

ଅଦ୍ୟତନ ହୋଇଛି
Naveen and Tathagat

Naveen and Tathagat

Advertisment

‘ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି’। ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଏକ ସାକ୍ଷାତକାର ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କଥା କହିଛନ୍ତି। 

Advertisment

ନବୀନଙ୍କ ଏହି ସାକ୍ଷାତକାର ସାମ୍ନାକୁ ଆସିବା ପରେ ପୂର୍ବତନ ସାଂସଦ ତଥାଗତ ସତପଥୀ ଏକ ସୂକ୍ଷ୍ମ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ବହୁତ ବିଳମ୍ବ ହୋଇଗଲା। ସେ ତାଙ୍କ X ହ୍ୟାଣ୍ଡେଲରରେ ଇଂରାଜୀରେ ଲେଖିଛନ୍ତି, Tooooo late।

ନବୀନଙ୍କ ଏହି ସାକ୍ଷାତକାର ସଂପର୍କିତ ଖବରକୁ Odishatv.in ତା’ X ହ୍ୟାଣ୍ଡେଲରରେ ପୋଷ୍ଟ କରିଥିବା ବେଳେ ତା’ର ଏକ ଚିତ୍ରକୁ ତଥାଗତ ତାଙ୍କ ଏକ୍ସ ହ୍ୟାଣ୍ଡେଲରରେ ପୋଷ୍ଟ କରି ଲେଖିଛନ୍ତି Tooooo late।  

Advertisment

ନବୀନ ଜାତୀୟ ଖବର ସରବରାହ ସଂସ୍ଥା ANIକୁ ଦେଇଥିବା ସାକ୍ଷାତକାରର କହିଛନ୍ତି, ଓଡ଼ିଶା ଲୋକ ତାଙ୍କର ଉତ୍ତରାଧିକାରୀ ସ୍ଥିର କରିବେ। ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି। ଏ କଥାକୁ ଅଯଥାରେ କେବଳ ଅପପ୍ରଚାର କରାଯାଉଛି। ଏହି କଥାକୁ କାହିଁକି ବଢ଼ାଇଚଢ଼ାଇ ପ୍ରଚାର କରାଯାଉଛି ବୋଲି ସେ ଓଲଟା ପ୍ରଶ୍ନ କରିଛନ୍ତି ।

ପ୍ରକୃତ କ୍ଷମତା ତାଙ୍କ ପାଖରେ ନାହିଁ ବୋଲି ବିରୋଧୀଙ୍କ ଅଭିଯୋଗ ଉପରେ ମଧ୍ୟ ଏହି ସାକ୍ଷାତକାରରେ ସ୍ପଷ୍ଟ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ। ନବୀନ ପଟ୍ଟନାୟକ କହିଛନ୍ତି, ମୁଖ୍ୟମନ୍ତ୍ରୀ ଭାବେ ସବୁ କ୍ଷମତା ମୋ’ ପାଖରେ ଅଛି । ମୁଁ ସବୁବେଳେ କ୍ୟାବିନେଟ୍ ମିଟିଂରେ ଅଧ୍ୟକ୍ଷତା କରେ ।  

ଚଳିତ ନିର୍ବାଚନରେ ଓଡ଼ିଆ ଅସ୍ମିତାକୁ ବିରୋଧୀ ଦଳ ମୁଖ୍ୟ ପ୍ରସଙ୍ଗ କରି ନବୀନ ବାହାର ଲୋକଙ୍କ କବଜାରେ ରହିଥିବା ଏବଂ ତାମିଲ ବାବୁ ତାଙ୍କୁ ନିୟନ୍ତ୍ରଣ କରୁଥିବାନେଇ କ୍ରମାଗତ ହାମଲା କରି ଆସୁଛି। ନିର୍ବାଚନରେ ଏହି ପ୍ରସଙ୍ଗ ମଧ୍ୟ ବିଜେଡି ପାଇଁ ବୁମେରାଂ ହୋଇଛି। ଦଳର ୪୦ ଜଣିଆ ଷ୍ଟାର ପ୍ରଚାରକ ରହିଥିଲେ ମଧ୍ୟ ବିଜେଡି କେବଳ ପାଣ୍ଡିଆନଙ୍କୁ ତାରକା ଭୂମିକାରେ ଓହ୍ଲାଇଛି ଓ ସେ ରାଜ୍ୟ ବ୍ୟାପୀ ପ୍ରଚାର କରିବା ସାଧାରଣରେ ଗ୍ରହଣୀୟ ହେଉ ନ ଥିବା ଜାଣି ନବୀନ ନିଜ ନୀରବତା ଭଙ୍ଗ କରିଛନ୍ତି।

ବିଳମ୍ବରେ ହେଲେ ମଧ୍ୟ ନବୀନ ବିରୋଧୀ ଦଳଙ୍କ ଚାପ ଆଗରେ ମୁଣ୍ଡ ନୁଆଁଇ ପାଣ୍ଡିଆନ ତାଙ୍କ ଉତ୍ତରାଧିକାରୀ ନୁହନ୍ତି ବୋଲି ଗଣମାଧ୍ୟମ ଆଗରେ ସ୍ପଷ୍ଟ କରିବାକୁ ବାଧ୍ୟ ହୋଇଛନ୍ତି। ତେବେ ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ନବୀନଙ୍କ ଏହି କୌଶଳ ବାସ୍ତବରେ ବିଜେଡି ସପକ୍ଷରେ ଭୋଟ ଆଣିବା ପାଇଁ ନା କେବଳ ନିର୍ବାଚନୀ ଗୁଗଲି ତାକୁ ନେଇ ଚର୍ଚ୍ଚା ଚାଲିଛି ।

Naveen Patnaik Tathagat Satpathy Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe