Advertisment

ତଥାଗତଙ୍କ ଲେଖାକୁ ନେଇ ଚର୍ଚ୍ଚା; ନବୀନଙ୍କୁ ଘାଇଲା କଲେ

ସେ ଆହୁରି ଲେଖିଛନ୍ତି, ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍‌ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଜନ୍ମସ୍ଥାନକୁ ଫେରିବାର ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନ୍‌ଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ।

BJD

BJD

Advertisment

ଦୀର୍ଘ ଦିନର ନିରବତା ଭାଙ୍ଗିଛନ୍ତି ପୂର୍ବତନ ସାଂସଦ ତଥାଗତ ସତପଥୀ। ନୂଆବର୍ଷର ପହିଲି ଦିନରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଘାଇଲା କରିଛନ୍ତି। ନିଜ ଖବର କାଗଜର ସମ୍ପାଦକୀୟରେ ସେ ନିର୍ବାଚନ ପରାଜୟ ପାଇଁ ସିଧାସିଧା ନବୀନଙ୍କୁ ଦାୟୀ କରିଛନ୍ତି। ଯାହାକୁ ନେଇ ରାଜନୈତିକ ମହଲରେ ନାନା ଚର୍ଚ୍ଚା ହେଉଛି।

Advertisment

ତଥାଗତ ନିଜ ସମ୍ପାଦକୀୟରେ ଲେଖିଛନ୍ତି, ୨୦୨୪ ଓଡ଼ିଶା ପାଇଁ ଥିଲା ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ। ବିଜେଡିର ୨୪ ବର୍ଷ ଶାସନର ଅବସାନ ଘଟିଥିଲା। ଲୋକଙ୍କର ଏକ ନିରବ ବିପ୍ଳବ ନିର୍ବାଚନରେ ପ୍ରତିଫଳିତ ହୋଇଥିଲା। ଭୋଟର ସ୍ପଷ୍ଟ କରିଦେଲେ ଯେ, ଗଣତନ୍ତ୍ରରେ ସମାନ୍ତବାଦର ସ୍ଥାନନାହିଁ। କେତେକ ଗୋଷ୍ଠୀ ଏହି ନିର୍ବାଚନୀ ବିପର୍ଯ୍ୟୟ ଭି.କେ ପାଣ୍ଡିଆନ୍‌ ଯୋଗୁ ହୋଇଥିବା କହୁଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରାଜୟ ପାଇଁ ଭାଜପାକୁ ଶ୍ରେୟ ଦେଇଛନ୍ତି। ନିଜଟରେ ବିଜେଡିର ପ୍ରତିଷ୍ଠା ଦିବସରେ ଦଳୀୟ ସଭାପତି ନବୀନ କହିଥିଲେ, ଭାଜପାର ନକାରାତ୍ମକ ପ୍ରଚାରକୁ କାଉଣ୍ଟର କରିପାରିଲୁ ନାହିଁ। ବାସ୍ତବରେ ଦେଖିବାକୁ ଗଲେ ଏହି ପରାଜୟ ପାଇଁ ପାଣ୍ଡିଆନ୍‌ ନୁହନ୍ତି କି ଭାଜପା ନୁହେଁ, ନିଜେ ନବୀନ ଦାୟୀ ବୋଲି ଶ୍ରୀ ସତପଥୀ ଲେଖିଛନ୍ତି।

ସେ ଆହୁରି ଲେଖିଛନ୍ତି, ସାଧାରଣତଃ ପ୍ରଶାସନିକ ବ୍ୟବସ୍ଥାରେ ଜଣେ ଆଇଏଏସ୍‌ ଅଧିକାରୀ ସରକାରୀ ଚାକିରିରୁ ଅବସର ନେବା ପରେ ନିଜ ଜନ୍ମସ୍ଥାନକୁ ଫେରିବାର ଲକ୍ଷ୍ୟ କରାଯାଏ। କିନ୍ତୁ ପାଣ୍ଡିଆନ୍‌ଙ୍କୁ ଦଳର ମଙ୍ଗ ଧରାଇ ନବୀନ ନିଜେ ଓଡ଼ିଆ ଲୋକଙ୍କୁ ତାଚ୍ଛଲ୍ୟ କରିଥିଲେ। ନବୀନ ଭାବିଥିଲେ ଯେ ସେ ଛେଳି, ମେଣ୍ଢା, ବଳଦ, ବିଲୁଆ ଯାହାକୁ ନାହିଁ ତାକୁ ଛିଡ଼ା କରିଦେଲେ ସେ ଜିତିଯିବ। ଓଡ଼ିଶାକୁ ନିଜ ଜାଗିରି ବୋଲି ଧରି ନେଇଥିଲେ ବୋଲି ଶ୍ରୀ ସତପଥୀ ଲେଖିଥିଲେ। ଏଥିସହ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ୧୫ ବର୍ଷ ଶାସନ ଅବସାନ ଓ ବିଜେଡିର ଆବିର୍ଭାବ ବିଷୟରେ ମଧ୍ୟ ଲେଖିଛନ୍ତି ତଥାଗତ।

Advertisment
Naveen Patnaik BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe