Advertisment

ଏନଡିଏରେ ସାମିଲ ହେବାକୁ ଚନ୍ଦ୍ରବାବୁଙ୍କ ଇଚ୍ଛା, କିନ୍ତୁ ବିଜେପି ଆଗରେ ରଖିଲେ ଏମିତି ସର୍ତ୍ତ

ପୁଣି ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ଟିଡିପି ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ୨୦୧୮ରେ ଟିଡିପି କେନ୍ଦ୍ରେ କ୍ଷମତାସୀନ ଏନଡିଏରୁ ଓହରି ଯାଇଥିଲ।

TDP

TDP

Advertisment

ଲୋକସଭା ନିର୍ବାଚନ ସହ ଆନ୍ଧ୍ର ପ୍ରଦେଶରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ। ବର୍ତ୍ତମାନ କ୍ଷମତାରେ ଥିବା ଜଗନ ମୋହନ ରେଡ୍ଡୀଙ୍କ ୱାଇଏସ୍‌ଆର କଂଗ୍ରେସ ସହ ଚନ୍ଦ୍ରବାବୁ ନାଇଡୁଙ୍କ ଟିଡିପିର ସିଧାସଳଖ ଲଢ଼େଇ ହେବ। ବିଜେପି ମଧ୍ୟ ଆନ୍ଧ୍ରରେ ପ୍ରବେଶ କରିବା ପାଇଁ ଉଦ୍ୟମ ଜାରି ରଖିଛି।

Advertisment

ଏସବୁ ଭିତରେ ପୁଣି ବିଜେପି ନେତୃତ୍ୱାଧୀନ ଏନଡିଏରେ ସାମିଲ ହେବାକୁ ଟିଡିପି ଇଚ୍ଛା ପ୍ରକାଶ କରିଥିବା ଜଣାପଡ଼ିଛି। ୨୦୧୮ରେ ଟିଡିପି କେନ୍ଦ୍ରେ କ୍ଷମତାସୀନ ଏନଡିଏରୁ ଓହରି ଯାଇଥିଲ। ଏପରି କି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାରକୁ ଗାଦିଚ୍ୟୁତ କରିବାକୁ ଟିଡିପି ସଂସଦରେ ଅନାସ୍ଥା ପ୍ରସ୍ତାବ ମଧ୍ୟ ଆଣିଥିଲା। 

ହେଲେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଦଳ ପୁଣି ଏନଡିଏରେ ସାମିଲ ହେବାକୁ ଲକ୍ଷ୍ୟ ରଖିଛି। ହେଲେ ଏହାପୂର୍ବରୁ ଦଳ ବିଜେପି ଆଗରେ ସର୍ତ୍ତ ରଖିଛି। ବିଜେପି ଯଦି ଜଗନ ମୋହନଙ୍କ ୱାଇଏସ୍‌ଆର କଂଗ୍ରେସ ସହ ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରିବ, ତା’ହେଲେ ଟିଡିପି ୨୦୨୪ ନିର୍ବାଚନ ପୂର୍ବରୁ ଏନଡିଏରେ ବିଧିବଦ୍ଧ ଭାବେ ସାମିଲ ହେବ ବୋଲି ଦଳୀୟ ସୂତ୍ରରୁ ସୂଚନା ମିଳିଛି। 

Advertisment

ବର୍ତ୍ତମାନ ସ୍ଥିତିକୁ ଦେଖିଲେ ବିଜେପି ବିଧିବଦ୍ଧ ଭାବେ ୱାଇଏସ୍‌ଆର କଂଗ୍ରେସ ସହ ମେଣ୍ଟ କରିନି। ତେବେ ଜଗନଙ୍କ ଦଳ କ୍ୟାମେରା ପଛରେ ରହି ଉଭୟ ଲୋକସଭା ଓ ରାଜ୍ୟସଭାରେ ବିଜେପି ଆଣୁଥିବା ବିଲ୍‌ଗୁଡ଼ିକୁ ସମର୍ଥନ କରୁଛି। ଏନଡିଏରୁ ଟିଡିପି ଓହରିବା ଦିନ ଠାରୁ ଜଗନଙ୍କ ଦଳ ଏପରି ରଣନୀତି ଆପଣାଇ ଚାଲିଛି। ଏନଡିଏରୁ ଟିଡିପି ଓହରିବା ପରେ ୨୦୧୯ ବିଧାନସଭା ନିର୍ବାଚନରେ ମଧ୍ୟ ଦଳକୁ ହାରିବାକୁ ପଡ଼ିଥିଲା।

କିନ୍ତୁ ଏବେ ରାଜ୍ୟରେ କ୍ଷମତାକୁ ଫେରିବା ପାଇଁ ନାଇଡୁ ବିଜେପିର କେନ୍ଦ୍ରୀୟ ନେତୃମଣ୍ଡଳୀଙ୍କୁ ବ୍ରିଜ ଭାବେ ବ୍ୟବହାର କରିବାକୁ ଉଦ୍ୟମ କରୁଛନ୍ତି। ନିକଟରେ କେନ୍ଦ୍ର ସରକାର ବିରୋଧରେ ଆସିଥିବା ଅନାସ୍ଥା ପ୍ରସ୍ତାବକୁ ମଧ୍ୟ ଲୋକସଭାରେ ଟିଡିପି ବିରୋଧ କରିଥିଲା। 

ତେବେ ଗତମାସରେ ବିଜେପି ପକ୍ଷରୁ ଡକାଯାଇଥିବା ଏନଡିଏ ବୈଠକରେ ଟିଡିପିର କୌଣସି ନେତା ସାମିଲ ହୋଇ ନଥିଲେ। ବିଜେପି ଓ ୱାଇଏସ୍‌ଆର କଂଗ୍ରେସ ମଧ୍ୟରେ ହୋଇଥିବା ଅଘୋଷିତ ମେଣ୍ଟ ଯୋଗୁ ହିଁ ଟିଡିପି ବିଧିବଦ୍ଧ ଭାବେ ଏନଡିଏର ସାମିଲ ହୋଇପାରୁନି। ତେଣୁ ଦଳ ୱାଇଏସ୍‌ଆର କଂଗ୍ରେସ ସହ ବିଜେପି ସବୁ ପ୍ରକାରର ସମ୍ପର୍କଚ୍ଛିନ୍ନ କରୁ ବୋଲି ଚାହୁଁଛି।

ବିଜେପି କଥା ଦେଖିବାକୁ ଗଲେ ଦଳ ବେଶ ସହଜ ସ୍ଥିତିରେ ରହିଛି। ବିଜେପି ଉଭୟ ୱାଇଏସ୍‌ଆର କଂଗ୍ରେସ ଓ ଟିଡିପି ପାଇଁ ନିଜର ଦ୍ୱାର ଖୋଲା ରଖିଛି। ବିଜେପି ଆଡ଼କୁ ଏବେ ୱାଇଏସ୍‌ଆର କଂଗ୍ରେସ ଅପେକ୍ଷା ଟିଡିପି ଅଧିକ ଢଳିବାରେ ଲାଗିଛି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ନିକଟରେ ଅଭିନେତାରୁ ନେତା ହୋଇଥିବା ପବନ କଲ୍ୟାଣଙ୍କ ଜନ ସେନା ବିଧିବଦ୍ଧ ଭାବେ ବିଜେପି ସହ ହାତ ମିଳାଇଥିଲା। ପବନ ବିଜେପି ସହ ମେଣ୍ଟ କରିବା ପରେ ଟିଡିପିକୁ ମଧ୍ୟ ଏନଡିଏରେ ସାମିଲ କରିବା ପାଇଁ ବ୍ରିଜ ଭାବେ କାମ କରୁଛନ୍ତି।

ସେହିପରି ୱାଇଏସ୍‌ଆର କଂଗ୍ରେସ ସଂସଦରେ ମୋଦିଙ୍କୁ ସମର୍ଥନ କରିଥିବାରୁ ଦଳର ସାଂସଦମାନେ ମଧ୍ୟ ଖୁସି ନାହାନ୍ତି। ଏହାର ଫାଇଦା ଉଠାଇ ଏବେ ଟିଡିପି ରାଜ୍ୟରେ ନିର୍ବାଚନ ବୈତରଣୀ ପାର୍‌ ହେବାକୁ ଲକ୍ଷ୍ୟ ରଖିଛି।

Bjp Andhra Pradesh YS Jagan Mohan Reddy TDP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe