Advertisment

ନିର୍ବାଚନୀ ମଇଦାନରେ ହକି ଟିମର ଦୁଇ ଫର୍ମର କ୍ୟାପ୍ଟେନ

ଦୁଇ ଜଣ ପରସ୍ପରର ସିଧାସଳଖ ବିରୋଧରେ ପ୍ରାର୍ଥୀ ହୋଇ ନଥିଲେ ବି ଦୁଇଟି ଭିନ୍ନ ଦଳରୁ ପାଇଛନ୍ତି ଟିକେଟ।

Hockey

Hockey

Advertisment

ଅ।ସନ୍ତା ସାଧାରଣ ନିର୍ବାଚନରେ ଦେଖିବାକୁ ମିଳିବ ଭିନ୍ନ ଏକ ଦୃଶ୍ୟ। ଏକଦା ପଡ଼ିଆ ଭିତରେ ପରସ୍ପରକୁ ସହଯୋଗ କରି ଦେଶ ପାଇଁ ଖେଳି ଥିବା ଦୁଇ ଖେଳାଳୀ ଏବେ ନିର୍ବାଚନୀ ରାଜନୀତିରେ ନିଜ ଭାଗ୍ୟ କରିବାକୁ ଯାଉଛନ୍ତି। ଦୁଇ ଜଣ ପରସ୍ପରର ସିଧାସଳଖ ବିରୋଧରେ ପ୍ରାର୍ଥୀ ହୋଇ ନଥିଲେ ବି ଦୁଇଟି ଭିନ୍ନ ଦଳରୁ ପାଇଛନ୍ତି ଟିକେଟ। ଜଣେ କଂଗ୍ରେସରୁ ଅ।ଉ ଜଣେ ବିଜେଡିରୁ ହୋଇଛନ୍ତି ପ୍ରାର୍ଥୀ।

Advertisment

ହକିର ଗଡ଼ ଭାବେ ପରିଚିତ ସୁନ୍ଦରଗଡ଼ ଜିଲ୍ଲା ତଲସରା ମାଟି ଜନ୍ମ ଦେଇଛି ଅନେକ ହକି ତାରକାଙ୍କୁ। ସେମାନଙ୍କ ମଧ୍ୟରୁ ଜଣେ ହେଲେ ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ଦିଲ୍ଲୀପ ତିର୍କୀ। ସେହିପରି ଆଉ ଜଣେ ହେଲେ ପ୍ରବୋଧ ତିର୍କୀ। ଦୁହେଁ ଏକଦା ଭାରତୀୟ ଦଳର ଅଧିନାୟକ ରହିଥିଲେ।

ହେଲେ ଦିଲ୍ଲୀପ ବିଜୁ ଜନତା ଦଳ ପକ୍ଷରୁ ଲୋକସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି। ସୁନ୍ଦରଗଡ଼ରୁ ସେ ଲୋକସଭା ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଏହାପୂର୍ବରୁ ବିଜେଡି ତାଙ୍କୁ ରାଜ୍ୟସଭାକୁ ପଠାଇଥିଲା। ଏବେ ସେ ସିଧାସଳଖ ନିର୍ବାଚନ ମୈଦାନକୁ ଓହ୍ଲାଇଛନ୍ତି। ସୁନ୍ଦରଗଡ଼ ଲୋକସଭାରେ ତାଙ୍କର ମୁକାବିଲା ବିଜେପିର ହେଭିୱେଟ ଜୁଏଲ ଓରାମଙ୍କ ସହ ହେବ। ଜୁଏଲ ୨୦୧୯ରେ ଏଠାରୁ ଜିତିଥିଲେ। ୨୦୧୪ରେ ଦିଲ୍ଲୀପ ତାଙ୍କ ବିରୋଧରେ ଲଢ଼ି ପରାସ୍ତ ହୋଇଥିଲେ। ଏବେ ପୁଣି ସେ ଜୁଏଲଙ୍କ ବିରୋଧରେ ଲଢ଼ିବାକୁ ଅଣ୍ଟା ଭିଡ଼ିଛନ୍ତି।

Advertisment

ଅନ୍ୟପକ୍ଷରେ ପ୍ରବୋଧ ତଲସରା ନିର୍ବାଚନ ମଣ୍ଡଳୀରୁ କଂଗ୍ରେସ ଟିକେଟରେ ବିଧାୟକ ଭାବେ ପ୍ରତିଦ୍ଵନ୍ଦିତା କରୁଛନ୍ତି। ଦୁଇ ଜଣ ଦୁଇଟି ଭିନ୍ନ ଦଳରୁ ପ୍ରାର୍ଥୀ ହୋଇଥିଲେ ହେଁ ପ୍ରବୋଧ ପରୋକ୍ଷରେ ଦିଲ୍ଲୀପଙ୍କ ପ୍ରଶଂସା କରିଛନ୍ତି। ସେ ଦିଲ୍ଲୀପଙ୍କୁ ତାଙ୍କର ବଡ଼ ଭାଇ ବୋଲି କହିଛନ୍ତି।

ପ୍ରବୋଧଙ୍କ କହିବା କଥା ଯେ ଖେଳରେ ସେ ଯେଉଁଭଳି ପରିଶ୍ରମ କରି ଦେଶର ନାଁ ରଖିଥିଲେ ବର୍ତ୍ତମାନ ରାଜନିତୀରେ ମଧ୍ୟ ପରିଶ୍ରମ କରି ତଲସରା ମାଟିର ନାଁ ରଖିବେ। ହକିରେ ୧୧ ଜଣ ଖେଳନ୍ତି। ମାତ୍ର ଏଠି ଅନେକ ଲୋକ ଖେଳନ୍ତି। ନିର୍ବାଚନ ମଣ୍ଡଳୀରେ ରହିଥିବା ସମସ୍ୟାର ସମାଧାନ ଦିଗରେ ଚେଷ୍ଟା କରିବା ସହ ନିଶ୍ଚିତ ବିଜୟୀ ହେବେ ବୋଲି ପ୍ରବୋଧ ଦମ୍ଭୋକ୍ତି କରିଛନ୍ତି।

ପ୍ରବୋଧ ପ୍ରଥମେ ସବ ଜୁନିୟମର ପରେ ଇଣ୍ଡିଆ ଓ ଶେଷରେ ଭାରତୀୟ ପୁରୁଷ ହକି ଟିମର କ୍ୟାପ୍ଟେନ ହୋଇଥିଲେ। ଭାରତ ପାଇଁ ମିଡଫିଲ୍ଡର ଭାବେ ଖେଳିଥିବା ପ୍ରବୋଧଙ୍କ ହିକ ଆଦର୍ଶ ହେଲେ ଦିଲ୍ଲୀପ ତିର୍କୀ।

Odisha Election Hockey Dilip Tirkey
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe