/odisha-reporter/media/media_files/2025/11/14/tej-pratap-2025-11-14-13-35-38.jpg)
ତେଜ ପ୍ରତାପ
ନୂଆ ଦଳ ଗଠନ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଅତ୍ୟନ୍ତ ଲଜ୍ଜାଜନ ସ୍ଥିତିର ସମ୍ମୁଖୀନ ହୋଇଛନ୍ତି। ପରିବାର ଓ ଆରଜେଡି ଠାରୁ ଅଲଗା ହୋଇ ସାରିଥିବା ତେଜ ପ୍ରତାପ ମହୁଆ ଆସନରୁ ଲଢ଼ୁଥିଲେ ହେଁ ସେଠାରେ ବହୁତ ପଛରେ ରହିଛନ୍ତି।
ମହୁଆ ଆସନରେ ବର୍ତ୍ତମାନ ସୁଦ୍ଧା ୧୦ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଆଉ ୧୬ ରାଣ୍ଡ ଭୋଟ ଗଣତି ବାକି ରହିଛି। ତଥାପି ୧୦ ରାଉଣ୍ଡ ଭୋଟ ଗଣତି ପରେ ମଧ୍ୟ ୧୦ ହଜାର ଭୋଟ ପାଇବାକୁ ସକ୍ଷମ ହୋଇ ନାହାନ୍ତି ତେଜ ପ୍ରତାପ।
ସେ ଏଠାରେ ୯୫୫୭ ଖଣ୍ଡ ଭୋଟ ପାଇ ୪ର୍ଥ ସ୍ଥାନରେ ରହିଛନ୍ତି। ମହୁଆ ଆସନରୁ ଚିରାଗ ପାଶ୍ୱାନଙ୍କ ଦଳ ଏଲଜେପିର ସଞ୍ଜୟ କୁମାର ସିଂହ ଲିଡ୍ କରୁଛନ୍ତି। ସେ ଏଯାଏ ୩୪୫୪୧ ଖଣ୍ଡ ଭୋଟ ପାଇ ସାରିଲେଣି। ଦ୍ୱିତୀୟ ସ୍ଥାନରେ ମହୁଆର ବିଧାୟକ ତଥା ଆରଜେଡି ନେତା ମୁକେଶ କୁମାର ରହିଛନ୍ତି।
ସେ ୧୦ ରାଉଣ୍ଡ ପରେ ୧୯,୯୯୮ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ସଞ୍ଜୟଙ୍କ ଠାରୁ ସେ ୧୪୫୪୩ ଖଣ୍ଡ ଭୋଟ ପଛରେ ରହିଛନ୍ତି। ତୃତୀୟ ସ୍ଥାନରେ ଥିବା ଏଆଇଏମଆଇଏମର ଅମିତ କୁମାର ୯୫୬୪ ଖଣ୍ଡ ଭୋଟ ପାଇ ତେଜ ପ୍ରତାପଙ୍କ ଉପରେ ରହିଛନ୍ତି।
ସକାଳ ୮ଟାରୁ ଭୋଟ ଗଣତି ହେଉଥିବା ବେଳେ ତେଜ ପ୍ରତାପ ଆରମ୍ଭରୁ ହିଁ ପଛରେ ରହିଛନ୍ତି। ପ୍ରଥମେ ୧ ହଜାର ଓ ୨ ହଜାର ଭୋଟ ପଛରେ ରହୁଥିବା ତେଜ ପ୍ରତାପ ଏବେ ପ୍ରାୟ ୨୫ ହଜାର ଭୋଟ ପଛରେ ରହିଛନ୍ତି।
ଅନ୍ୟପକ୍ଷରେ ବିହାରର ୨୪୩ ଆସନରୁ ବିଜେପି ନେତୃତ୍ୱାଧୀନ ଏନଡିଏ ୨୦୦ ଆସନରେ ଲିଡ୍ କରି ଏକତରଫା ବିଜୟ ଆଡ଼େ ଯାଉଛି। ମହାଗଠବନ୍ଧନ ମାତ୍ର ୩୭ଟି ଆସନରେ ଆଗରେ ରହିଛି।
ତେଜ ପ୍ରତାପଙ୍କ ଭଳି ତେଜସ୍ୱୀ(Bihar Election) ଯାଦବ ମଧ୍ୟ ପାରମ୍ପରିକ ରାଘୋପୁରା ଆସନରେ ପଛରେ ପଡ଼ିଛନ୍ତି। ଆରମ୍ଭରୁ ଲିଡ କରୁଥିବା ତେଜସ୍ୱୀ ଏବେ ୨୨୮୮ ଖଣ୍ଡ ଭୋଟ ପଛରେ ରହିଛନ୍ତି। ଏହି ଆସନରେ ବିଜେପିର ସତୀଶ କୁମାର ୩୫୬୩୫ ଖଣ୍ଡ ଭୋଟ ପାଇ ୧ ନମ୍ବରରେ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
