Advertisment

Bihar Election: ବିହାର ନିର୍ବାଚନ: ପଛରେ ଲାଲୁଙ୍କ ବଡ଼ ପୁଅ, ଆଗରେ ସାନ ପୁଅ

ପରିବାର ଠାରୁ ଅଲଗା ହୋଇ ସାରିଥିବା ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଏବେ ପଛରେ ରହିଛନ୍ତି। ସେ ଆରଜେଡିରୁ ଅଲଗା ହୋଇଛି ନିର୍ବାଚନ ଲଢ଼ୁଥିଲେ ହେଁ ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, ତେଜ ପ୍ରତାପ ୫୦୦୦ରୁ ଅଧିକ ଭୋଟ ପଛରେ ରହିଛନ୍ତି।

Tej-pratap

ତେଜ ପ୍ରତାପ ଓ ତେଜସ୍ୱୀ

Advertisment

ବିହାର ନିର୍ବାଚନ(Bihar Election)ର ଭୋଟ ଗଣତି ଜାରି ରହିଛି। ରାଜ୍ୟର ୨୪୩ ଆସନ(Bihar election 2025)ରେ ଭୋଟ ଗଣତି ଜାରି ରହିଥିବା ବେଳେ ବିଜେପି ନେତୃତ୍ୱାଧୀନ ଏନଡିଏ ବଡ଼ ବିଜୟ ହାସଲ କରୁଥିବା ପ୍ରାରମ୍ଭିକ ଟ୍ରେଣ୍ଡରୁ ସ୍ପଷ୍ଟ ହୋଇଛି। ରାଜ୍ୟରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୧୨୨। ବର୍ତ୍ତମାନ ସୁଦ୍ଧା ଏନଡିଏ ୧୬୩ ଆସନରେ ଲିଡ କରୁଥିବା ବେଳେ ମହାଗଠବନ୍ଧନ କେବଳ ୭୬ଟି ସ୍ଥାନରେ ଆଗରେ ରହିଛି। 

Advertisment

ତେବେ ରାଜ୍ୟର ପ୍ରମୁଖ ଆସନ ମହୁଆରେ ସମସ୍ତଙ୍କୁ ଚକିତ କରିବା ଭଳି ଟ୍ରେଣ୍ଡ ସାମ୍ନାକୁ ଆସିଛି। ପରିବାର ଠାରୁ ଅଲଗା ହୋଇ ସାରିଥିବା ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଏବେ ପଛରେ ରହିଛନ୍ତି। ସେ ଆରଜେଡିରୁ ଅଲଗା ହୋଇ ନିର୍ବାଚନ ଲଢ଼ୁଥିଲେ ହେଁ ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, ତେଜ ପ୍ରତାପ ୫୦୦୦ରୁ ଅଧିକ ଭୋଟ ପଛରେ ରହିଛନ୍ତି।

ମହୁଆ ଆସନରେ ଏଲଜେପି(ରାମ ବିଳାଶ) ଅର୍ଥାତ ଚିରାଗ ପାଶୱାନଙ୍କ ଦଳ ସଞ୍ଜ କୁମାର ସିଂହ ୬୯୦୧ ଖଣ୍ଡ ଭୋଟ ସହ ଲିଡ କରୁଛନ୍ତି। ଆରଜେଡି ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ମୁକେଶ କୁମାର ରୌଶନ ୪,୬୦୭ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଓ ଏଆଇଏମଆଇଏ ପ୍ରାର୍ଥୀ ଅମିତ କୁମାର ୧୫୮୭ ଖଣ୍ଡ ଭୋଟ ପାଇଛନ୍ତି। 

Advertisment

ତେଜ ପ୍ରତାପ ମାତ୍ର ୧୦୭୮ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ସେ ସଞ୍ଜୟ କୁମାର ସିଂହଙ୍କ ଠାରୁ ୫୦୦୦ରୁ ଅଧିକ ଭୋଟ ପଛରେ ରହିଛନ୍ତି। ଆରଜେଡିରୁ ବହିଷ୍କୃତ ହେବା ପରେ ତେଜ ପ୍ରତାପ ନିଜସ୍ୱ ଦଳ ଗଠନ କରିଥିଲେ। ନୂଆ ଦଳର ମୁଖିଆ ତେଜ ପ୍ରତାପ ମହୁଆରୁ ଲଢ଼ୁଥିଲେ ହେଁ ତାଙ୍କୁ ଏବେ ପଛରେ ରହିବାକୁ ପଡ଼ିଛି। 

ମହୁଆ ବିହାରର ବୈଶାଳୀ ଜିଲ୍ଲାରେ ରହିଛି। ୨୦୧୫ରେ ତେଜ ପ୍ରତାପ ଆରଜେଡିରୁ ଏଠାରେ ଜିତିଥିଲେ। ୨୦୨୦ରେ ଆରଜେଡିରୁ ମୁକେଶ କୁମାର ଏଠାରେ ବିଜୟୀ ହୋଇଥିଲେ। 

ଅନ୍ୟପକ୍ଷରେ ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଲାଲୁଙ୍କ ସାନ ପୁଅ ତେଜସ୍ୱୀ ଯାଦବ ଭୋଟ ଗଣତି ଆରମ୍ଭରୁ ହିଁ ଲିଡ କରି ଚାଲିଛନ୍ତି। ସେ ପାରମ୍ପରିକ ରାଘୋପୁର ଆସନରୁ ନିର୍ବାଚନ ଲଢ଼ୁଛନ୍ତି।

ବର୍ତ୍ତମାନ ସୁଦ୍ଧା ତାଙ୍କୁ ୭ ହଜାରରୁ ଅଧିକ ଭୋଟ ମିଳିଥିବେ ବେଳେ ବିଜେପି ପ୍ରାର୍ଥୀ ସତୀଶ କୁମାର ଯଥେଷ୍ଟ ପଛରେ ରହିଛନ୍ତି। ଏଠାରୁ ଜନ ସୂରାଜ ପାର୍ଟିରୁ ନିର୍ବାଚନ ଲଢ଼ୁଥିବା ଚଞ୍ଚଲ କୁମାର ୧୦୦ ଖଣ୍ଡ ଭୋଟ ମଧ୍ୟ ବର୍ତ୍ତମାନ ସୁଦ୍ଧା ପାଇ ନାହାନ୍ତି। 

Bihar Election Bihar election 2025
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe