Advertisment

Bihar Election: ବିରୋଧୀ ମେଣ୍ଟର ନିର୍ବାଚନ ଇସ୍ତାହାର: କ୍ଷମତା ଦଖଲର ୨୦ ଦିନ ଭିତରେ ପ୍ରତି ପରିବାର ଜଣଙ୍କୁ ସରକାରୀ ଚାକିରି

ଯଦି ବିରୋଧୀ ମେଣ୍ଟ ବିହାରରେ କ୍ଷମତାକୁ ଆସିବ, ତା’ହେଲେ ପ୍ରତିଟି ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବ। କ୍ଷମତା ଦଖଲ କରିବାର ୨୦ ଦିନ ମଧ୍ୟରେ ବିହାରର ପ୍ରତିଟି ଘରୁ ଜଣେ ସରକାରୀ ଚାକିରିଆ ବନିବେ।

author-image
Hemant Lenka
Bihar

ରିଲିଜ ହେଲା ବିରୋଧୀ ମେଣ୍ଟର ଇସ୍ତାହାର

ବିହାର ବିଧାନସଭା ନିର୍ବାଚନ(Bihar Election) ପୂର୍ବରୁ ବିରୋଧୀ ମେଣ୍ଟ ବା ମହାଗଠବନ୍ଧନ ପକ୍ଷରୁ ଆଜି ନିର୍ବାଚନ ଇସ୍ତାହାର ଜାରି କରାଯାଇଛି। ମହାଗଠବନ୍ଧନ କ୍ଷମତାକୁ ଆସିଲେ ଲୋକଙ୍କ ପାଇଁ କ’ଣ ସବୁ କରିବ, ତା’ର ପ୍ରତିଶ୍ରୁତି ଏହି ଇସ୍ତାହାରରେ ଉଲ୍ଲେଖ କରାଯାଇଛି। ପ୍ରତି ପରିବାରର ଜଣଙ୍କୁ ସରକାରୀ ଚାକିରି ଠାରୁ ଆରମ୍ଭ କରି ଅନେକ ପ୍ରତିଶ୍ରୁତି ମେଣ୍ଟ ପକ୍ଷରୁ ଦିଆଯାଇଛି। 

Advertisment

୨୫ ପଏଣ୍ଟ ବିଶିଷ୍ଟ ଇସ୍ତହାରରେ ମହାଗଠବନ୍ଧନ ଆରମ୍ଭରୁ କହିଛି ଯେ ଯଦି ବିରୋଧୀ ମେଣ୍ଟ ବିହାରରେ କ୍ଷମତାକୁ ଆସିବ, ତା’ହେଲେ ପ୍ରତିଟି ପରିବାରର ଜଣଙ୍କୁ ସରକାରୀ ଚାକିରି ଦେବ। କ୍ଷମତା ଦଖଲ କରିବାର ୨୦ ଦିନ ମଧ୍ୟରେ ବିହାରର ପ୍ରତିଟି ଘରୁ ଜଣେ ସରକାରୀ ଚାକିରିଆ ବନିବେ। 

ଏହାବାଦ ରାଜ୍ୟର ଜୀବିକା ଦିଦିମାନଙ୍କୁ ସ୍ଥାୟୀ ସରକାରୀ ଚାକିରିଆର ମାନ୍ୟତା ମିଳିବ। ସମସ୍ତ ଠିକା ଓ ବାହ୍ୟ କର୍ମଚାରୀଙ୍କୁ ସ୍ଥାୟୀ ନିଯୁକ୍ତି ଦିଆଯିବ। ରାଜ୍ୟରେ ପୁରୁଣା ପେନସନ ସ୍କିମ ମଧ୍ୟ ଲାଗୁ କରାଯିବ ବୋଲି ମହାଗଠବନ୍ଧନ ପ୍ରତିଶ୍ରୁତି ଦେଇଛି। 

Advertisment

ମହାଗଠବନ୍ଧନ(Opposition)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଇସ୍ତହାର ରିଲିଜ ଅବସରରେ କହିଛନ୍ତି ଯେ “ଇଣ୍ଡିଆ ବ୍ଲକ ଇସ୍ତାହାରରେ ୨୫ଟି ପଏଣ୍ଟ ରହିଛି। ଏହାକୁ ଆମେ କାର୍ଯ୍ୟକାରୀ କରିବୁ। ଆମେ ମୁଖ୍ୟମନ୍ତ୍ରୀ ଚେହେରା ଘୋଷଣା କରିଥିଲୁ। ଆଜି ଆମେ ତେଜସ୍ୱୀ ପଣ ପତ୍ର ଜାରି କରିଛୁ। ଆମେ ଆଗାମୀ ୫ ବର୍ଷ କେମିତି କାମ କରିବୁ, ସେକଥା ଏଥିରେ ରହିଛି। 

ଆମେ ଚାହୁଁଛୁ ଯେ ଏନଡିଏ ପକ୍ଷରୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଉ। ସେମାନଙ୍କ ପାଖରେ କେଉଁ ଯୋଜନା ରହିଛି? ସେମାନଙ୍କ ଲକ୍ଷ୍ୟ ଓ ସେମାନେ କେମିତି ବିହାରକୁ ଆଗକୁ ନେବେ? ଆମେ ଆମର ଯୋଜନା ଓ ଦୂରଦୃଷ୍ଟିକୁ ଲୋକଙ୍କ ପାଖରେ ରଖିଛୁ। ଆମେ ବିହାରକୁ ଏକ ନମ୍ବର କରିବୁ। ସେମାନେ କେବଳ ନକାରାତ୍ମକ କଥା କହିବେ ଓ ଆମ ନେତାମାନଙ୍କ ବିରୋଧରେ ଅଭିଯୋଗ କରିବେ।” 

ଇସ୍ତାହାର ରିଲିଜ କାର୍ଯ୍ୟକ୍ରମରେ ବିରୋଧୀ ମେଣ୍ଟର ଉପ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଭିଆଇପିର ମୁଖ୍ୟ ମୁକେଶ ସାହାଣୀ, କଂଗ୍ରେସ ନେତା ପବନ ଖେଡା ଓ ସିପିଆଇ(ଏମଏଲ)ର ଦୀପଙ୍କର ଭଟ୍ଟାଚାର୍ଯ୍ୟ ପ୍ରମୁଖ ଉପସ୍ଥିତ ରହିଥିଲେ। 

Bihar Election Opposition