/odisha-reporter/media/media_files/2025/11/14/tejashwi-yadav-2025-11-14-17-32-12.jpg)
ତେଜସ୍ୱୀ ଯାଦବ
ବିହାର ବିଧାନସଭା ନିର୍ବାଚନରେ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ହ୍ୟାଟ୍ରିକ। ସେ କ୍ରମାଗତ ତୃତୀୟ ଥର ପାଇଁ ପାରମ୍ପରିକ ରାଘୋପୁର ଆସନରୁ ବିଜୟ ହୋଇଛନ୍ତି। ୨୦୧୫ ଓ ୨୦୨୦ ତୁଳନାରେ କିନ୍ତୁ ଏଥର ତେଜସ୍ୱୀଙ୍କୁ ଏହି ଆସନରେ ବେଶ ସଂଘର୍ଷ କରି ଜିତିବାକୁ ପଡ଼ିଛି। ସ୍ଥିତି ଏପରି ହୋଇଥିଲା ଯେ ତେଜସ୍ୱୀ ଏକଦା ୧୦ ହଜାର ଭୋଟ ପଛରେ ରହିଥିଲେ।
କିନ୍ତୁ ୧୯ ରାଉଣ୍ତ ଗଣତି ପରେ ସେ(Tejashwi Yadav) ପୁଣି ଲିଡ୍କୁ ଫେରିଥିଲେ। ଶେଷରେ ୩୨ ରାଉଣ୍ଡ ଭୋଟ ଗଣତି ପରେ ନିର୍ବାଚନ କମିଶନ ତେଜସ୍ୱୀ ଯାଦବଙ୍କୁ ରାଘୋପୁର ଆସନରୁ ବିଜୟୀ ଘୋଷଣା କରିଛନ୍ତି।
ଏଠାରେ ତେଜସ୍ୱୀଙ୍କୁ ୧,୧୮,୫୯୭ ଖଣ୍ଡ ଭୋଟ ମିଳିଛି। ତାଙ୍କ ବିପକ୍ଷରେ ପ୍ରାର୍ଥୀ ହୋଇଥିବା ବିଜେପିର ସତୀଶ କୁମାର ୧୦୪୦୬୫ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ତେଜସ୍ୱୀ ଏଠାରେ ୧୪,୫୩୨ ଖଣ୍ଡ ଭୋଟରେ ଜିତିଛନ୍ତି। ୨୦୨୦ ବିଜୟ ବ୍ୟବଧାନ ତୁଳନାରେ ଏହା ଯଥେଷ୍ଟ କମ। କାରଣ ୨୦୨୦ରେ ତେଜସ୍ୱୀ ଏଠାରୁ ୩୮ ହଜାରରୁ ଅଧିକ ଭୋଟରେ ବିଜୟୀ ହୋଇଥିଲେ।
ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଉଛନ୍ତି ତେଜସ୍ୱୀ। ସେ ବିଜୟୀ ହୋଇଥିଲେ ହେଁ ତାଙ୍କ ମେଣ୍ଟ ଏକପ୍ରକାରର ମାଟି କାମୁଡ଼ିଛି। ସରକାର(Bihar Election) ଗଠନ କରିବାକୁ ମହାଗଠବନ୍ଧନ ଗୋଡ଼ ଟେକି ବସିଥିଲା। କିନ୍ତୁ ମେଣ୍ଟ ବିହାରର ୨୪୩ଟି ଆସନରୁ କେବଳ ୩୨ଟିରେ ଜିତିବାକୁ ସକ୍ଷମ ହୋଇଛି।
ବିଜେପି ନେତୃତ୍ୱାଧୀନ ଏନଡିଏକୁ ୨୦୧୦ ପରେ ସବୁଠାରୁ ବଡ଼ ବିଜୟ ମିଳିଛି। ୨୦୧୦ରେ ଏନଡିଏ ୨୦୮ଟି ଆସନ ଜିତିଥିଲା। ଏବେ ମେଣ୍ଟ ୨୦୪ଟି ଆସନରେ ଜିତିବା ଏକପ୍ରକାରର ସ୍ପଷ୍ଟ ହୋଇଛି। ଅନ୍ୟାନ୍ୟ ଦଳ ୬ଟି ଆସନରେ ଜିତିବାର ସମ୍ଭାବନା ରହିଛି।
୨୦୨୦ରେ ତେଜସ୍ୱୀଙ୍କ ଆରଜେଡି ଏକକ ସର୍ବବୃହତ୍ତ ଦଳ ହୋଇଥିଲା। କିନ୍ତୁ ଏବେ ଦଳ ନିଜ ରାଜନୀତିକ କ୍ୟାରିୟରରେ ଦ୍ୱିତୀୟ ବଡ଼ ବିର୍ଯ୍ୟୟର ସମ୍ମୁଖୀନ ହୋଇଛି। ୨୦୧୦ରେ ଆରଜେଡି ୨୨ଟି ଆସନ ଜିତିଥିଲା।
ଏବେ ସମ୍ଭବତଃ ଦଳ ୨୫ରୁ ୨୭ଟି ଆସନ ଜିତିବାର ସମ୍ଭାବନା ରହିଛି। କାରଣ ଦଳର ପ୍ରାର୍ଥୀମାନେ କେବଳ ୨୭ଟି ଆସନରେ ଲିଡ କରୁଛନ୍ତି। ମେଣ୍ଟରେ ଥିବା କଂଗ୍ରେସ ଅତ୍ୟନ୍ତ ଲଜ୍ଜାଜନକ ଭାବେ ୩ଟି ଆସନରେ ଆଗରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
