Advertisment

ଫ୍ଲୋର ଟେଷ୍ଟ ପୂର୍ବରୁ ପାର୍ଟି ମୁଡ୍‌ରେ ବିଧାୟକ, ତେଜସ୍ୱୀଙ୍କ ସହ ଗାଇଲେ ଗୀତ

ଆସନ୍ତାକାଲି ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ହେବ ଶକ୍ତି ପରୀକ୍ଷା।

ଅଦ୍ୟତନ ହୋଇଛି
tejashwi yadav rjd mla sang song

tejashwi yadav rjd mla sang song

Advertisment

ଫ୍ଲୋର୍‌ ଟେଷ୍ଟ ପୂର୍ବରୁ ଫୁଲ୍‌ ପାର୍ଟି ମୁଡ୍‌ରେ ନଜର ଆସିଲେ ଆର୍‌ଜେଡି ବିଧାୟକ। ହାତରେ ଗିଟର ଧରି ଗାଇଲେ ଗୀତ। କେବଳ ସେ ନୁହେଁ ତାଙ୍କ ସହ ବିହାରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ମଧ୍ୟ ତାଲ ଦେଇ ଗୀତ ଗାଇଛନ୍ତି। ବିଧାୟକ ୟୁସୁଫ କେସର ହାତରେ ଗୀଟାର ଧରି ବଜାଉ ଥିବା ବେଳେ ତେଜସ୍ୱୀ 'ନା ଛୋଡୋ ହମେ, ହମ୍‌ ସତାଏ ହୁଏ ହେଁ' ଗୀତ ଗାଉଥିବା ନଜର ଆସିଛନ୍ତି। ପୂରା ଘଟଣାର ଭିଡିଓ ସାମ୍ନାକୁ ଆସିଛି ଯାହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Advertisment

ଆସନ୍ତାକାଲି ବିହାର ବିଧାନସଭାରେ ନୀତୀଶ କୁମାରଙ୍କ ହେବ ଶକ୍ତି ପରୀକ୍ଷା। କିନ୍ତୁ ଏହାପୂର୍ବରୁ ବିହାରରେ ରାଜନୈତିକ ଅସ୍ଥିରତା ଜାରି ରହିଛି। ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଫ୍ଲୋର ଟେଷ୍ଟରେ ବିଜୟୀ ହେବା ନେଇ ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସୀ ଥିବା ବେଳେ ବିରୋଧୀ ଶିବିରରେ ଜାରି ରହିଛି ହଲଚଲ। ପ୍ରଥମେ କଂଗ୍ରେସ ବିଧାୟକମାନଙ୍କୁ ହାଇଦ୍ରାବାଦ ପଠାଯାଇଥିଲା ଏବଂ ବର୍ତ୍ତମାନ ଆରଜେଡି ବିଧାୟକମାନଙ୍କୁ ତେଜସ୍ୱୀ ଯାଦବଙ୍କ ଘରେ ବ୍ୟାରିକେଡ୍ କରାଯାଇଛି।

ଏହାରି ଭିତରେ ପାର୍ଟି ମୁଡ୍‌ରେ ନଜର ଆସିଛନ୍ତି ଆର୍‌ଜେଡି ବିଧାୟକ ଓ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ। ହାତରେ ଗିଟାର ଧରି ବିଧାୟକ ୟୁସୁଫ କେସର୍‌ ନୁସରତ୍‌ ଫତେ ଅଲି ଖାନ୍‌ଙ୍କ ଗୀତ 'କାଲି କାଲି ଜୁଲ୍‌ଫେ' ଗାଉଥିବା ବେଳେ ତେଜସ୍ୱୀ ମଧ୍ୟ ଗୀତ ଗୁଣୁଗୁଣୁ ହେଉଛନ୍ତି। ସେପଟେ ପାଖରେ ବସିଥିବା ଅନ୍ୟ ବିଧାୟକମାନେ ତେଜସ୍ୱୀଙ୍କ ଗୀତ ଶୁଣି ମନ୍ତ୍ରମୁଗ୍ଧ ହୋଇପଡିଥିବା ଦେଖିବାକୁ ମିଳିଛି।

Advertisment

୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାରେ ଆର୍‌ଜେଡିର ସର୍ବାଧିକ ୭୯ ବିଧାୟକ ଅଛନ୍ତି। ଆରଜେଡି ଜାତୀୟ ମୁଖପାତ୍ର ମନୋଜ ଝା ଶନିବାର ଦିନ କହିଛନ୍ତି ଯେ ସୋମବାର ଦିନ ଶାସକ ନ୍ୟାସନାଲ ଡେମୋକ୍ରାଟିକ୍ ଆଲାଏନ୍ସ (ଏନଡିଏ) ର ଆସ୍ଥା ଭୋଟ୍ ପର୍ଯ୍ୟନ୍ତ ଦଳର ସମସ୍ତ ବିଧାୟକ ତେଜସ୍ୱୀ ଯାଦବଙ୍କ ବାସଭବନରେ ରହିବେ। ବିଧାୟକମାନେ '୫ ଦେଶରତ୍ନ ମାର୍ଗ'ରେ ପହଞ୍ଚିବା ପରେ ଝା ଏହି ବିବୃତ୍ତି ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ତେଜସ୍ୱୀ ଯାଦବଙ୍କୁ ସରକାରୀ ବଙ୍ଗଳା ଆବଣ୍ଟିତ ହୋଇଥିଲା।

ଉଲ୍ଲେଖଯୋଗ୍ୟ, ବିହାର ମୁଖ୍ୟମନ୍ତ୍ରୀ ତଥା ଜନତା ଦଳ-ୟୁନାଇଟେଡ୍ (ଜେଡିୟୁ) ଅଧ୍ୟକ୍ଷ ନୀତୀଶ କୁମାର ଆର୍‌ଜେଡି ସହ ମେଣ୍ଟ ଭାଙ୍ଗି ଏନଡିଏରେ ଯୋଗଦେବା ପରେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ପଦ ହରାଇଛନ୍ତି।

Tejashwi Yadav Viral Video RJD Bihar Floor Test
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe