ସତୀଶ କୁମାର ଓ ତେଜସ୍ୱୀ
ଆରଜେଡି ନେତା ତଥା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତେଜସ୍ୱୀ ଯାଦବ ଶେଷରେ ଲିଡ ହାସଲ କରିଛନ୍ତି। ୯ ରାଉଣ୍ଡ ଭୋଟ ଗଣତି(Bihar Election) ପରେ କ୍ରମାଗତ ପଛରେ ରହିଥିବା ତେଜସ୍ୱୀ ଏବେ ଲିଡ୍ ହାସଲ କରିଛନ୍ତି। ୨୧ ରାଉଣ୍ଡର ଭୋଟ ଗଣତି ପରେ ତେଜସ୍ୱୀ ଯାଦବ ୪୦୦୦ରୁ ଅଧିକ ଭୋଟରେ ଆଗରେ ରହିଛନ୍ତି।
୨୧ ରାଉଣ୍ଡ ସୁଦ୍ଧା ତେଜସ୍ୱୀ ୮୧୯୭୧ ଖଣ୍ଡ ଭୋଟ ପାଇଥିବା ବେଳେ ବିଜେପିର ସତୀଶ କୁମାରଙ୍କୁ ୭୭୦୩୪ ଖଣ୍ଡ ଭୋଟ ମିଳିଛି। ଅର୍ଥାତ ତେଜସ୍ୱୀ ୪୯୭୩ ଖଣ୍ଡ ଭୋଟରେ ଆଗରେ ଅଛନ୍ତି।
ଏହାପୂର୍ବରୁ ତେଜସ୍ୱୀ ପ୍ରାୟ ୧୦ ହଜାର ଖଣ୍ଡ ପଛରେ ରହିଥିଲେ। କିନ୍ତୁ ଭୋଟ ଗଣତି ଆଗକୁ ବଢ଼ିବା ସହ ତେଜସ୍ୱୀ ପୁଣି ଲିଡ ହାସଲ କରିବାକୁ ସକ୍ଷମ ହୋଇଛନ୍ତି। ସ୍ୱାଧୀନ ପ୍ରାର୍ଥୀ ବଳିରାମ ସିଂହ ୨୧୧୦ ଖଣ୍ଡ ଭଖୋଟ ପାଇ ତୃତୀୟ ଓ ୪ର୍ଥ ସ୍ଥାନରେ ଥିବା ଜନ ସୂରାଜ ପାର୍ଟିର ଚଞ୍ଚଲ କୁମାର ୧୯୪୯ ଖଣ୍ଡ ପାଇଛନ୍ତି।
ଅନ୍ୟପକ୍ଷରେ ମହୁଆ ଆସନରେ ତେଜସ୍ୱୀଙ୍କ ବଡ଼ ଭାଇ ତେଜ ପ୍ରତାପ ପୂର୍ବଭଳି ପଛୁଆ ରହିଛନ୍ତି। ନୂଆ ଦଳ ଗଠନ କରି ନିର୍ବାଚନ ମୈଦାନକୁ ଓହ୍ଲାଇଥିଲେ ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ। ପରିବାର ଓ ଆରଜେଡି ଠାରୁ ଅଲଗା ହୋଇ ସାରିଥିବା ତେଜ ପ୍ରତାପ ମହୁଆ ଆସନରୁ ଲଢ଼ୁଥିଲେ ହେଁ ସେଠାରେ ବହୁତ ପଛରେ ରହିଛନ୍ତି।
ମହୁଆ ଆସନରେ ବର୍ତ୍ତମାନ ସୁଦ୍ଧା ୧୮ ରାଉଣ୍ଡ ଭୋଟ ଗଣତି ଶେଷ ହୋଇଛି। ଆଉ ୯ ରାଣ୍ଡ ଭୋଟ ଗଣତି ବାକି ରହିଛି। ତଥାପି ୧୮ ରାଉଣ୍ଡ ଭୋଟ ଗଣତି ପରେ ୨୫୪୭୪ ଖଣ୍ଡ ଭୋଟ ପାଇବାକୁ ସକ୍ଷମ ହୋଇ ନାହାନ୍ତି ତେଜ ପ୍ରତାପ।
ସେ ଏଠାରେ ତୃତୀୟ ସ୍ଥାନରେ ରହିଛନ୍ତି। ମହୁଆ ଆସନରୁ ଚିରାଗ ପାଶ୍ୱାନଙ୍କ ଦଳ ଏଲଜେପିର ସଞ୍ଜୟ କୁମାର ସିଂହ ଲିଡ୍ କରୁଛନ୍ତି। ସେ ଏଯାଏ ୬୩୧୧୭ ଖଣ୍ଡ ଭୋଟ ପାଇ ସାରିଲେଣି। ଦ୍ୱିତୀୟ ସ୍ଥାନରେ ମହୁଆର ବିଧାୟକ ତଥା ଆରଜେଡି ନେତା ମୁକେଶ କୁମାର ରହିଛନ୍ତି।
ସେ ୧୮ ରାଉଣ୍ଡ ପରେ ୩୧୨୮୭ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ସଞ୍ଜୟଙ୍କ ଠାରୁ ସେ ୩୧୮୩୦ ଖଣ୍ଡ ଭୋଟ ପଛରେ ରହିଛନ୍ତି।
ସକାଳ ୮ଟାରୁ ଭୋଟ ଗଣତି ହେଉଥିବା ବେଳେ ତେଜ ପ୍ରତାପ ଆରମ୍ଭରୁ ହିଁ ପଛରେ ରହିଛନ୍ତି। ପ୍ରଥମେ ୧ ହଜାର ଓ ୨ ହଜାର ଭୋଟ ପଛରେ ରହୁଥିବା ତେଜ ପ୍ରତାପ ଏବେ ପ୍ରାୟ ୩୮ ହଜାର ଭୋଟ ପଛରେ ରହିଛନ୍ତି।
ଅନ୍ୟପକ୍ଷରେ ବିହାରର ୨୪୩ ଆସନରୁ ବିଜେପି ନେତୃତ୍ୱାଧୀନ ଏନଡିଏ ୨୦୪ ଆସନରେ ଲିଡ୍ କରି ଏକତରଫା ବିଜୟ ଆଡ଼େ ଯାଉଛି। ମହାଗଠବନ୍ଧନ ମାତ୍ର ୩୨ଟି ଆସନରେ ଆଗରେ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/14/teju-2025-11-14-16-23-23.jpg)