Advertisment

Bihar Election: ଏକତରଫା ବିଜୟ ଦିଗରେ ଏନଡିଏ, ପଛରେ ପଡ଼ିଲେ ଲିଡ୍‌ କରୁଥିବା ତେଜସ୍ୱୀ

୨୦୧୫ରୁ ଏଠାରେ ଜିତି ଆସୁଥିବା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ପଛରେ ପଡ଼ିଛନ୍ତି। ଭୋଟ ଗଣତି ଆରମ୍ଭରୁ ତେଜସ୍ୱୀ ଏଠାରେ ଲିଡ୍‌ କରୁଥିଲେ।

Tejshwi

ତେଜସ୍ୱୀ ଓ ସତୀଶ

Advertisment

ବିହାର ବିଧାନସଭା ନିର୍ବାଚନ(Bihar Election)ରେ ବଡ଼ ଓଲଟପାଲଟ ହେବାକୁ ଯାଉଛି। ବିହାର ବିଧାନସଭା ନିର୍ବାଚନରେ ବିଜେପି ନେତୃତ୍ୱାଧୀନ ଏନଡିଏ ଏକତରଫା ବିଜୟ ଦିଗରେ ଆଗେଇ ଚାଲିଛି। ବର୍ତ୍ତମାନ ସୁଦ୍ଧା ଏନଡିଏ ୧୯୦ଟି ଆସନରେ ଲିଡ୍‌ କରୁଥିବା ବେଳେ ମହାଗଠବନ୍ଧନ ୪୯ଟି ଆସନରେ ଆଗରେ ରହିଛି। 

Advertisment

ସେହିପରି ରାଘୋପୁରରେ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି। ୨୦୧୫ରୁ ଏଠାରେ ଜିତି ଆସୁଥିବା ମହାଗଠବନ୍ଧନର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତଥା ଆରଜେଡି ନେତା ତେଜସ୍ୱୀ ଯାଦବ ଏବେ ପଛରେ ପଡ଼ିଛନ୍ତି। ଭୋଟ ଗଣତି ଆରମ୍ଭରୁ ତେଜସ୍ୱୀ ଏଠାରେ ଲିଡ୍‌ କରୁଥିଲେ। କିନ୍ତୁ ଏବେ ତେଜସ୍ୱୀଙ୍କୁ ପଛରେ ପକାଇ ଦେଇଛନ୍ତି ବିଜେପିର ସତୀଶ କୁମାର। ସତୀଶ କୁମାର ଏଠାରେ ୧୭,୫୯୯ ଖଣ୍ଡ ଭୋଟ ପାଇଛନ୍ତି। ତେଜସ୍ୱୀଙ୍କୁ ୧୪,୫୮୩ ଖଣ୍ଡ ଭୋଟ ମିଳିଛି। ଅର୍ଥାତ ତେଜସ୍ୱୀଙ୍କ ଠାରୁ ସତୀଶ ୩୦୧୬ ଖଣ୍ଡ ଭୋଟ ଆଗରେ ରହିଛନ୍ତି। 

ଅନ୍ୟପକ୍ଷରେ ପରିବାର ଠାରୁ ଅଲଗା ହୋଇ ସାରିଥିବା ଆରଜେଡି ପ୍ରତିଷ୍ଠାତା ଲାଲୁ ପ୍ରସାଦ ଯାଦବଙ୍କ ବଡ଼ ପୁଅ ତେଜ ପ୍ରତାପ ଏବେ ପଛରେ ରହିଛନ୍ତି। ସେ ଆରଜେଡିରୁ ଅଲଗା ହୋଇ ନିର୍ବାଚନ ଲଢ଼ୁଥିଲେ ହେଁ ଏବେ ସୁଦ୍ଧା ହୋଇଥିବା ଗଣତି ଅନୁଯାୟୀ, ତେଜ ପ୍ରତାପ ୫୦୦୦ରୁ ଅଧିକ ଭୋଟ ପଛରେ ରହିଛନ୍ତି।

Advertisment

ମହୁଆ ଆସନରେ ଏଲଜେପି(ରାମ ବିଳାଶ) ଅର୍ଥାତ ଚିରାଗ ପାଶୱାନଙ୍କ ଦଳ ସଞ୍ଜ କୁମାର ସିଂହ ୬୯୦୧ ଖଣ୍ଡ ଭୋଟ ସହ ଲିଡ କରୁଛନ୍ତି। ଆରଜେଡି ପ୍ରାର୍ଥୀ ତଥା ବର୍ତ୍ତମାନର ବିଧାୟକ ମୁକେଶ କୁମାର ରୌଶନ ୪,୬୦୭ ଖଣ୍ଡ ଭୋଟ ସହ ଦ୍ୱିତୀୟ ସ୍ଥାନରେ ଓ ଏଆଇଏମଆଇଏ ପ୍ରାର୍ଥୀ ଅମିତ କୁମାର ୧୫୮୭ ଖଣ୍ଡ ଭୋଟ ପାଇଛନ୍ତି। 

ତେଜ ପ୍ରତାପ ମାତ୍ର ୧୦୭୮ ଖଣ୍ଡ ଭୋଟ ପାଇଛନ୍ତି। ଅର୍ଥାତ ସେ ସଞ୍ଜୟ କୁମାର ସିଂହଙ୍କ ଠାରୁ ୫୦୦୦ରୁ ଅଧିକ ଭୋଟ ପଛରେ ରହିଛନ୍ତି। ଆରଜେଡିରୁ ବହିଷ୍କୃତ ହେବା ପରେ ତେଜ ପ୍ରତାପ ନିଜସ୍ୱ ଦଳ ଗଠନ କରିଥିଲେ।

ନୂଆ ଦଳର ମୁଖିଆ ତେଜ ପ୍ରତାପ ମହୁଆରୁ ଲଢ଼ୁଥିଲେ ହେଁ ତାଙ୍କୁ ଏବେ ପଛରେ ରହିବାକୁ ପଡ଼ିଛି। 
ମହୁଆ ବିହାରର ବୈଶାଳୀ ଜିଲ୍ଲାରେ ରହିଛି। ୨୦୧୫ରେ ତେଜ ପ୍ରତାପ ଆରଜେଡିରୁ ଏଠାରେ ଜିତିଥିଲେ। ୨୦୨୦ରେ ଆରଜେଡିରୁ ମୁକେଶ କୁମାର ଏଠାରେ ବିଜୟୀ ହୋଇଥିଲେ। 

Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe