Advertisment

Bihar Election: ମଦ ବ୍ୟାନ୍‌ ବିହାରରେ ତାଡ଼ିକୁ ଆଇନ ମାନ୍ୟତା ଦେବେ ତେଜସ୍ୱୀ ଯାଦବ

୨୦୧୬ ଏପ୍ରିଲରୁ ବିହାର ଡ୍ରାଏ ଷ୍ଟେଟ ବା ବିହାରରେ ମଦକୁ ବ୍ୟାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ମଦ ଉତ୍ପାଦନ, ବିକ୍ରି ଓ ସେବନ ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇଥିଲେ।

Tejashwi Yadav

ତେଜସ୍ୱୀ ଯାଦବ

Advertisment

ବିହାର ବିଧାନସଭା ନିର୍ବାଚନ(Bihar Election)ପାଖେଇ ଆସୁଥିବା ବେଳେ ଆଜି ଲୋକଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ଆରଜେଡି ନେତା ତେଜସ୍ୱୀ ଯାଦବ। ଯଦି ବିରୋଧୀ ମେଣ୍ଟ ବା ଇଣ୍ଡିଆ ବ୍ଲକ ବା ମହାଗଠବନ୍ଧନ ବିହାରରେ କ୍ଷମତା ଦଖଲ କରିବ, ତା’ହେଲେ ରାଜ୍ୟରେ ପାରମ୍ପରିକ ତାଡ଼ିକୁ କଠୋର ମଦ ବ୍ୟାନ ଆଇନରୁ ବାଦ ଦିଆଯିବ। ଅର୍ଥାତ ଲୋକମାନେ ପାରମ୍ପରିକ ତାଡ଼ିକୁ ପାନ କରିପାରିବେ ଓ ଏହାର ବ୍ୟବସାୟ କରିପାରିବେ ବୋଲି ତେଜସ୍ୱୀ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

ସାରନର ପାର୍ସାରେ ଆୟୋଜିତ ନିର୍ବାଚନ ରାଲିରେ ତେଜସ୍ୱୀ ଲୋକଙ୍କୁ ଏପରି ପ୍ରତିଶ୍ରୁତି ଦେଇଛନ୍ତି। ନଭେମ୍ବର ୬ରେ ବିହାରବାସୀ ପ୍ରଥମ ପର୍ଯ୍ୟାୟରେ ମତଦାନ କରିବେ। ଏହାପୂର୍ବରୁ ତେଜସ୍ୱୀଙ୍କ ଏପରି ବୟାନ ସାମ୍ନାକୁ ଆସିଛି। 

୨୦୧୬ ଏପ୍ରିଲରୁ ବିହାର ଡ୍ରାଏ ଷ୍ଟେଟ ବା ବିହାରରେ ମଦକୁ ବ୍ୟାନ କରାଯାଇଛି। ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସରକାର ମଦ ଉତ୍ପାଦନ, ବିକ୍ରି ଓ ସେବନ ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇଥିଲେ। ନିଶା ଜନିତ ଅପରାଧକୁ ରୋକିବାକୁ ମଦ ଉପରେ ବ୍ୟାନ ଲାଗୁ ହୋଇଥିଲା। କିନ୍ତୁ ଅନେକ ସମୟରେ ବିହାରରେ ମଦମୃତ୍ୟୁ ମାମଲା ଘଟୁଛି। ଅନେକ ସମୟରେ ନିଶା ଜନିତ ଅପରାଧ ଘଟୁଛି। ଚୋରାରେ ମଦ କାରବାର ହେଉଛି। ଏଥିପାଇଁ ନୀତୀଶ ସରକାର ସମାଲୋଚିତ ହୋଇ ଆସୁଛନ୍ତି। 

Advertisment

ଏବେ ତେଜସ୍ୱୀ(Tejashwi Yadav) ତାଡ଼ି ପ୍ରତିଶ୍ରୁତି ଦ୍ୱାରା ପାସୀ ସଂପ୍ରଦାୟର ଭୋଟରଙ୍କୁ ଆକୃଷ୍ଟ କରିବାକୁ ଚେଷ୍ଟା କରିଛନ୍ତି। ଯଦିଓ ରାଜ୍ୟରେ ପାସୀ ଭୋଟରଙ୍କ ସଂଖ୍ୟା ବେଶ କମ ତଥାପି ସେମାନଙ୍କ ପ୍ରଭାବ ମୋଟ ଦଳିତ ଭୋଟ ଭାଗ ଉପରେ ପଡ଼ିବ। ତେଣୁ ସେମାନଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରିଛନ୍ତି ତେଜସ୍ୱୀ। 

ତେଜସ୍ୱୀଙ୍କୁ ବିରୋଧୀ ମେଣ୍ଟ ପକ୍ଷରୁ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯାଇଛି। ଆଜି ସେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାର ଉପରେ ବର୍ଷିଛନ୍ତି। 

ସେ କହିଛନ୍ତି, “ସାରନରେ ହତ୍ୟା, ଡକାୟତି, ଅପହରଣ ଓ ଲୁଟ ପ୍ରତିଦିନ ହେଉଛି। କିନ୍ତୁ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କର ଏଥିପ୍ରତି ନିଘା ନାହିଁ। ସେ କେବେ ହେଲେ ପୀଡ଼ିତ ପରିବାରକୁ ଭେଟି ନାହାନ୍ତି। ଏହା ଅତ୍ୟନ୍ତ ଅସମ୍ବେଦନଶୀଳତାର ପରିଚୟ। ଇଣ୍ଡିଆ ବ୍ଲକକୁ ଭୋଟ ଦେଇ ଆଇନ ଶୃଙ୍ଖଳା, ଚାକିରି ଓ ଅଭିଯୋଗ ସମାଧନକୁ ନିଶ୍ଚିତ କରନ୍ତୁ।” 

Tejashwi Yadav Bihar Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe