Advertisment

Bihar Election: ବଡ଼ ପ୍ରତିଶ୍ରୁତି ଦେଲେ ତେଜସ୍ୱୀ ଯାଦବ: ଘର ପିଛା ଜଣଙ୍କୁ ସରକାରୀ ଚାକିରି

ଯଦି ବିରୋଧୀ ମେଣ୍ଟ ଆଗାମୀ ନିର୍ବାଚନରେ କ୍ଷମତା ଦଖଲ କରିବ, ତା’ହେଲେ ବିହାରର ପ୍ରତିଟି ଘରୁ ଜଣଙ୍କୁ ନିଶ୍ଚିତ ଭାବେ ସରକାରୀ ଚାକିରି ମିଳିବ। ଏ ସଂକ୍ରାନ୍ତ ବିଧେୟକ ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ଆସିବ।

author-image
Hemant Lenka
RJD

Tejaswi Yadav (‍ଫାଇଲ ଫଟୋ)

ରାଜନୀତିରେ ପ୍ରତିଶ୍ରୁତି ବଡ଼ କଥା ନୁହେଁ। ଭୋଟରଙ୍କୁ ଆକୃଷ୍ଟ କରିବାକୁ ରାଜନେତାମାନେ ବଡ଼ବଡ଼ ପ୍ରତିଶ୍ରୁତି ଦିଅନ୍ତି। କ୍ଷମତାକୁ ଆସିବା ପରେ ସେମାନେ କିଛି ପ୍ରତିଶ୍ରୁତି ପାଳନ କରନ୍ତି ଓ ଆଉ କିଛି ପ୍ରତିଶ୍ରୁତି ପାଣିର ଗାର ହୋଇଥାଏ। ବିଶେଷ କରି ନିର୍ବାଚନ ପୂର୍ବରୁ ରାଜନେତାମାନେ ଲୋକଙ୍କୁ ପ୍ରଲୋଭିତ କରନ୍ତି। ସେମାନଙ୍କୁ ନିଜ ଆଡ଼କୁ ଆଣିବା ପାଇଁ ଚେଷ୍ଟା କରନ୍ତି। 

Advertisment

ଏହି ପରମ୍ପରା ନଭେମ୍ବର ୬ରୁ ଆରମ୍ଭ ହେଉଥିବା ବିହାର ବିଧାନସଭା ନିର୍ବାଚନ(Bihar Election) ପୂର୍ବରୁ ମଧ୍ୟ ଦେଖିବାକୁ ମିଳିଛି। କ୍ଷମତାକୁ ଆସିବା ପାଇଁ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି)(RJD) ନେତା ତେଜସ୍ୱୀ ଯାଦବ ବିହାରବାସୀ ବେଶ ନିଆରା ଓ ଭିନ୍ନ ପ୍ରତିଶ୍ରୁତି ଦେଇଛନ୍ତି। ଯଦି ବିରୋଧୀ ମେଣ୍ଟ ଆଗାମୀ ନିର୍ବାଚନରେ କ୍ଷମତା ଦଖଲ କରିବ, ତା’ହେଲେ ବିହାରର ପ୍ରତିଟି ଘରୁ ଜଣଙ୍କୁ ନିଶ୍ଚିତ ଭାବେ ସରକାରୀ ଚାକିରି ମିଳିବ। ଏ ସଂକ୍ରାନ୍ତ ବିଧେୟକ ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ଆସିବ। ବିନା ଚାକିରିର କୌଣସି ଘର ବିହାରରେ ରହିବ ନାହିଁ ବୋଲି ତେଜସ୍ୱୀ ଦମ୍ଭୋକ୍ତି କରିଛନ୍ତି। 

ସେ କହିଛନ୍ତି, “ଆମେ ଆଜି ଗୋଟିଏ ଐତିହାସିକ ଘୋଷଣା କରିବାକୁ ଯାଉଛୁ। ଅନେକ ଲୋକ ଜାଣିବାକୁ ଚାହୁଁଛନ୍ତି ଯେ ଆମେ କେମିତି ବିହାରକୁ ଆଗକୁ ନେବୁ। ବେକାରୀ ବିହାରର ସବୁ ଠାରୁ ବଡ଼ ପ୍ରସଙ୍ଗ ବୋଲି ୨୦ ବର୍ଷ ହେଲାଣି ଏହି ସରକାର ଜାଣିବାକୁ ଅକ୍ଷମ ହୋଇଛନ୍ତି।”

Advertisment

ତାଙ୍କ କହିବା କଥା ଯେ ଏନଡିଏରେ ଥିବା ଜେଡିୟୁ ଓ ବିଜେପି ଚାକିରି ପାଇଁ ପ୍ରତିଶ୍ରୁତି ଦେଉ ନାହାନ୍ତି। ସେମାନେ କେବଳ ବେକାରୀ ଭତ୍ତା କଥା କହୁଛନ୍ତି। ତେଜସ୍ୱୀ କହିଛନ୍ତି, “ଯେଉଁ ବିହାର ପରିବାର ପାଖରେ ସରକାରୀ ଚାକିରି ନାହିଁ, ସେମାନେ ନୂଆ ବିଧେୟକ ବଳରେ ସରକାରୀ ଚାକିରି ପାଇବେ।

ସରକାର ଗଠନ କରିବାର ୨୦ ଦିନ ମଧ୍ୟରେ ଆମେ ଏନେଇ ବିଧେୟକ ଆଣିବୁ। ଆଉ ୨୦ ମାସ ମଧ୍ୟରେ ଆମେ ବିହାରର କୌଣସି ଘର ଯେମିତି ସରକାରୀ ଚାକିରିରୁ ବଞ୍ଚିତ ନଥିବ, ତା’କୁ ନିଶ୍ଚିତ କରିବୁ।” 

ବିହାର ବିଧାନସଭାର ବିରୋଧୀ ଦଳ ନେତା ତେଜସ୍ୱୀ ଯାଦବ(Tejashwi Yadav) ଦାବି କରିଛନ୍ତି ଯେ ତାଙ୍କ ଦାବି ତଥ୍ୟ ଉପରେ ଆଧାରିତ। ସେ କହିଛନ୍ତି, “ଏହା ମୋର ପ୍ରତିଜ୍ଞା। ଏମିତି ହିଁ ହେବ। ଏହା ଆଦୌ ଜୁମଲେବାଜ ବା ମିଛ ପ୍ରତିଶ୍ରୁତି ନୁହେଁ। ବିହାରର ଲୋକମାନେ ପରିବର୍ତ୍ତନ ଚାହୁଁଛନ୍ତି।

ସାମାଜିକ ପରିବର୍ତ୍ତନ ବ୍ୟତୀତ ଆମେ ବିହାର ଲୋକଙ୍କ ଅର୍ଥନୀତିକ ନ୍ୟାୟକୁ ମଧ୍ୟ ନିଶ୍ଚିତ କରିବୁ। ଏହା ସମ୍ଭବ। ଏଥିପାଇଁ ଇଚ୍ଛା ଶକ୍ତି ଆବଶ୍ୟକ। ସେମାନେ ଆମ ଘୋଷଣାର ନକଲ କରୁଛନ୍ତି।”

ବିହାରର ୨୪୩ ବିଧାନସଭା ଆସନ ପାଇଁ ୨ଟି ପର୍ଯ୍ୟାୟ ଅର୍ଥାତ ନଭେମ୍ବର ୬ ଓ ୧୧ରେ ମତଦାନ ହେବ। ସେହିପରି ନଭେମ୍ବର ୧୪ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। 

Tejashwi Yadav Bihar Election RJD