Advertisment

ତେଲେଙ୍ଗାନାରେ ମତଦାନ ଆରମ୍ଭ; ସିଲ୍‌ ହେବ ୨୨୯୦ ପ୍ରାର୍ଥୀଙ୍କ ଭାଗ୍ୟ

ଆଜି ତେଲେଙ୍ଗାନା ବିଧାନସଭା ଭୋଟ୍। ସମସ୍ତ ୧୧୯ଟି ଯାକ ଆସନରେ ଆରମ୍ଭ ହୋଇଛି ମତଦାନ।

Vote

Vote

Advertisment

ଆଜି ତେଲେଙ୍ଗାନା ବିଧାନସଭା ଭୋଟ୍। ସମସ୍ତ ୧୧୯ଟି ଯାକ ଆସନରେ ଆରମ୍ଭ ହୋଇଛି ମତଦାନ। ୧୦୬ଟି ଆସନରେ ସକାଳ ୭ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବାକୁ ଥିବାବେଳେ ନକ୍ସଲ ଅଧ୍ୟୁଷିତ ୧୩ ଆସନରେ ଅପରାହ୍ନ ୪ଟା ସରିବ ଭୋଟ୍।

Advertisment

ତେଲେଙ୍ଗାନାରେ ଏଥର ଲଢ଼େଇ ମୁଖ୍ୟତଃ ଭାରତ ରାଷ୍ଟ୍ର ସମିତି, କଂଗ୍ରେସ ଓ ବିଜେପି ମଧ୍ୟରେ ହେବ। ବିଆରଏସ୍ ମୁଖ୍ୟ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ନିଜ ଦଳର ପ୍ରାର୍ଥୀଙ୍କ ପାଇଁ ୯୬ଟି ନିର୍ବାଚନ ରାଲି କରିଥିବାବେଳେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ରୋଡ୍ ସୋ ମାଧ୍ୟମରେ ହାଇ ଭୋଲଟେଜ୍ ପ୍ରଚାର କରି ବିଜେପି ପ୍ରାର୍ଥୀଙ୍କ ଲାଗି ମାଗିଛନ୍ତି ଭୋଟ୍।

କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସଭାପତି ମଲ୍ଲିକାର୍ଜୁନ ଖାଡଗେ ମଧ୍ୟ ମୁଖ୍ୟ ବିରୋଧୀଦଳ କଂଗ୍ରେସକୁ ଜିତାଇବାକୁ ପ୍ରାଣପଣେ ଉଦ୍ୟମ କରିଛନ୍ତି। ଏଥର ୩କୋଟି ୨୬ ଲକ୍ଷ ଭୋଟର ୨ହଜାର ୨୯୦ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ଆଜି ମତଦାନ ପାଇଁ ୩୫ ହଜାର ୬୫୫ ପୋଲିଂ ବୁଥ୍ କରାଯାଇଥିବାବେଳେ ଅଢ଼େଇ ଲକ୍ଷ କର୍ମଚାରୀ ନିୟୋଜିତ ହୋଇଛନ୍ତି।

Advertisment

ଆଜି ତେଲେଙ୍ଗାନା ଭୋଟ୍ ସରିଲେ ଏହାକୁ ମିଶାଇ ୫ ରାଜ୍ୟ ଯଥାକ୍ରମେ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ମିଜୋରାମରେ ବିଧାନସଭା ନିର୍ବାଚନ ସରିବ। ଡିସେମ୍ବର ୩ ତାରିଖରେ ଫଳାଫଳ ଘୋଷଣା ହେବ।

Election Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe