Advertisment

ଭୋଟିଂ ମଝିରେ କେସିଆର୍‌ଙ୍କ ଝିଅ ନାଁରେ ମାମଲା ରୁଜୁ

ହାଇଦ୍ରବାଦରେ ଭୋଟ ଦେବାକୁ ଆସିଥିବା ବେଳେ କେ. କବିତା ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

K.Kavitha

K.Kavitha

Advertisment

ତେଲେଙ୍ଗାନରେ ଜରି ରହିଛି ଭୋଟିଂ। ଦିନ ୧୧ଟା ସୁଦ୍ଧା ୨୦.୬୪ ପ୍ରତିଶତ ଭୋଟ ଗ୍ରହଣ ହୋଇଥିବା ସୂଚନା ମିଳିଛି। ତେବେ ଏହି ଭୋଟିଂ ଭିତରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ ତଥା ବିଆର୍‌ଏସ୍‌ ନେତ୍ରୀ କେ.କବିତାଙ୍କ ନାଁରେ ରୁଜୁ ହୋଇଛି ମାମଲା। ସେ ନିର୍ବାଚନର ଆଚରଣ ବିଧି ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଛି।

Advertisment

ହାଇଦ୍ରବାଦରେ ଭୋଟ ଦେବାକୁ ଆସିଥିବା ବେଳେ କେ. କବିତା ନିୟମ ଉଲ୍ଲଙ୍ଘନ କରିଛନ୍ତି। ତାଙ୍କ ଦଳକୁ ଭୋଟ୍‌ ଦେବା ଲାଗି ଭୋଟର୍‌ମାନଙ୍କୁ ସେ ନିବଦେନ କରିଛନ୍ତି। ଏଥିସହ ଗଣମାଧ୍ୟମ ସହ କଥାବାର୍ତ୍ତା ମଧ୍ୟ କରିଥିବା କଥା କଂଗ୍ରେସ ଅଭିଯୋଗ ଆଣି ନିର୍ବାଚନ କମିସନ୍‌ଙ୍କ ଦ୍ୱାରସ୍ଥ ହୋଇଛି।

ତେଲେଙ୍ଗାନା କଂଗ୍ରେସର ବରିଷ୍ଠ ଉପ-ସଭାପତି ତଥା ନିର୍ବାଚନ କମିସନ୍‌ ସମନ୍ୱୟ କମିଟିର ଅଧ୍ୟକ୍ଷ ଜି. ନିରଞ୍ଜନ କହିଛନ୍ତି, ତାଙ୍କ ଦଳ ପାଇଁ ଜନସାଧାରଣଙ୍କୁ ଭୋଟ୍‌ ଦେବାକୁ କହି କବିତା ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିଛନ୍ତି। ବଞ୍ଜାରା ହିଲ୍‌ସ୍‌ସ୍ଥିତ ଡି.ଏ.ଭି. ସ୍କୁଲ୍‌ରେ ହୋଇଥିବା ବୁଥ୍‌ରେ ଭୋଟ୍‌ ଦେବା ପରେ ଗଣମାଧ୍ୟମ ସହିତ କଥାବାର୍ତ୍ତା କରିବା ବେଳେ କବିତା ‘ବିଆର୍‌ଏସ୍‌’ ପାଇଁ ଭୋଟ୍‌ ଦେବାକୁ ଭୋଟର୍‌ମାନଙ୍କୁ ନିବେଦନ କରି ଆଚରଣ ବିଧି ଉଲ୍ଲଂଘନ କରିଥିବା ସେ କହିଛନ୍ତି।

Advertisment

ତେଲେଙ୍ଗାନାର ମୁଖ୍ୟ ନିର୍ବାଚନ ଅଧିକାରୀ ବିକାଶ ରାଜଙ୍କୁ ଏନେଇ ଜଣାଇ ଦିଆଯାଇଛି। ଏହାପରେ କବିତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।

ଆଜି ସକାଳ ୭ଟାରୁ ତେଲେଙଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟିଂ। ସମସ୍ତ ୧୧୯ଟି ଆସନ ପାଇଁ ୩୫,୬୫୫ଟି ବୁଥ୍‌ରେ ଭୋଟ୍‌ ଗ୍ରହଣ ଚାଲିଛି। ସକାଳୁ ଭୋଟରମାନେ ଆସି ଲମ୍ବା ଲାଇନ୍‌ରେ ଠିଆ ହୋଇ ନିଜ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି। ବହୁ ସାଉଥ ସୁପରଷ୍ଟାର ମଧ୍ୟ ନିଜ ନିଜ ଭୋଟି ଦେଇଛନ୍ତି। ଏଠି ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବ। ଆସନ୍ତା ଡିସେମ୍ବର ୩ ତାରିଖରେ ଏହାର ଫଳାଫଳ ଘୋଷଣା ହେବ।

Telangana Assembly Election K.Kavitha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe