Advertisment

ତେଲାଙ୍ଗାନାରେ କାଣ୍ଟେକା ଟକ୍କର; ବିଜେପି 8 ଓ କଂଗ୍ରେସ 7 ଆସନରେ ଆଗୁଆ

ଗୋଟିଏ ବି ଆସନରେ ଆଗରେ ନାହିଁ ପୂର୍ବରୁ ସରକାରରେ ଥିବା କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (BRS)।

ଅଦ୍ୟତନ ହୋଇଛି
Representative Image

Representative Image

Advertisment

ବିଧାନସଭା ନିର୍ବାଚନରେ ବଡ଼ ପରିବର୍ତ୍ତନ ଆଣିଥିବା କଂଗ୍ରେସ ଫୋକସରେ ରହିଛି ତେଲାଙ୍ଗାନା। କିନ୍ତୁ ଲୋକସଭା ନିର୍ବାଚନରେ ବାଜି ମାରିବାକୁ ଯାଉଛି ବିଜେପି। କାଣ୍ଟେକା ଟକ୍କର ମଧ୍ୟରେ ଚାଲିଛି ଦୁଇ ଦଳର ଫଳାଫଳ।

Advertisment

ପ୍ରାରମ୍ଭିକ ଫଳାଫଳ ଅନୁସାରେ ତେଲାଙ୍ଗାନାରୁ ବିଜେପି 8ଟି ଆସନରେ ଆଗେଇ ଚାଲିଥିବା ବେଳେ କଂଗ୍ରେସ 7ଟି ଆସନରେ ଆଗୁଆ ରହି କଡ଼ା ଟକ୍କର ଦେଉଛି। ସେପଟେ ଆସଦୁଦ୍ଦିନ ଓୱେସି ବିଜେପିର ମାଧବୀ ଲତାଙ୍କୁ ପଛରେ ପକାଇ ଦେଇଛନ୍ତି। 

ହାଇଦ୍ରାବାଦ ଆସନରୁ ଓୱେସି ମାଧବୀ ଲତାଙ୍କଠାରୁ 15,000 ଆସନରେ ଆଗରେ ଅଛନ୍ତି। 17 ଲୋକସଭା ଆସନ ପାଇଁ ଚାଲିଥିବା ଲଢେଇ ମଧ୍ୟରେ ପୂର୍ବରୁ ସରକାରରେ ଥିବା କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (BRS) ସବୁଠୁ ପଛରେ ରହିଯାଇଛି।

Advertisment

ପ୍ରାରମ୍ଭିକ ଫଳାଫଳ ଅନୁସାରେ, ଦଳ ଏଠାରେ କୌଣସି ଗୋଟିଏ ବି ଆସନରେ ଆଗରେ ନାହିଁ। ତେବେ ତେଲାଙ୍ଗାନା କାହା ଅକ୍ତିଆରକୁ ଯାଉଛି, ତା' ଉପରେ ନଜର।  

Lok Sabha Polls Election Result BJP Leading Telangana Telangana Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe