Advertisment

ତେଲେଙ୍ଗାନାରେ କଂଗ୍ରେସ ଆଗୁଆ, ଦଳ ବଳ ନେଇ ପହଞ୍ଚିଲେ ଡିକେ ଶିବକୁମାର

ଦଳ ଏଠାରେ ଲିଡ୍ କରୁଥିବାରୁ କର୍ମୀଙ୍କୁ ସହଯୋଗ କରିବା ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର।

ଅଦ୍ୟତନ ହୋଇଛି
Dk Shivkumar

Dk Shivkumar

Advertisment

ଭୋଟ୍ ଗଣତି ମଧ୍ୟରେ ତେଲେଙ୍ଗାନାରେ ପହଞ୍ଚିଲେ କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର। ଦଳ ଏଠାରେ ଲିଡ୍ କରୁଥିବାରୁ କର୍ମୀଙ୍କୁ ସହଯୋଗ କରିବା ପାଇଁ ହାଇଦ୍ରାବାଦରେ ପହଞ୍ଚିଛନ୍ତି କଂଗ୍ରେସ ନେତା ତଥା କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର।

Advertisment

ଏକଜିଟ୍ ପୋଲ୍ ଆକଳନ ପରେ କଂଗ୍ରେସ ହାଇକମାଣ୍ଡ ପୂର୍ବରୁ ଶିବକୁମାରଙ୍କୁ ତେଲେଙ୍ଗାନା ଦାୟିତ୍ୱ ଦେଇଥିଲେ। ଦଳ ଏଠାରେ ଲିଡ୍ କରୁଥିବାରୁ ବିଧାୟକ ପ୍ରାର୍ଥୀଙ୍କ ସାଥ୍ ଦେବାକୁ ତେଲେଙ୍ଗାନାରେ ପହଞ୍ଚିଛନ୍ତି ଶିବକୁମାର। ହାଇଦ୍ରାବାଦର ତାଜ କୃଷ୍ଣ ହୋଟେଲ ନିକଟରେ ଏକାଧିକ ବସ୍ ଧାଡି ଧାଡି ହୋଇ ଠିଆହୋଇଛି। ଏହି ସବୁ ବସ୍ କଂଗ୍ରେସର ବୋଲି ବିଶେଷ ସୂତ୍ରରୁ ପ୍ରକାଶ ପାଇଛି।

କଂଗ୍ରେସର 'ସମସ୍ୟା ସମାଧାନକାରୀ' କୁହାଯାଉଥିବା ଶିବକୁମାର ପୂର୍ବରୁ ଏଠାରେ କଂଗ୍ରେସ ବିଜୟୀ ନେଇ ଦୃଢୋକ୍ତି ବାଢିଥିଲେ। ସେ କହିଥିଲେ, ଏଥର ତେଲେଙ୍ଗାନାରେ କଂଗ୍ରେସ ବିଜୟୀ ହେବ ବୋଲି ତାଙ୍କର ସମ୍ପୂର୍ଣ୍ଣ ବିଶ୍ୱାସ ରହିଛି ଏବଂ ଦଳର ବିଧାୟକମାନଙ୍କୁ ମାତ୍ ଦେବା ବିରୋଧୀ ଦଳକୁ କଷ୍ଟକର ହେବ।

Advertisment

ଖବର ଲେଖା ହେବା ସୁଦ୍ଧା ତେଲେଙ୍ଗାନାର ମୋଟ 119 ଆସନ ମଧ୍ୟରୁ କଂଗ୍ରେସ  69 ଟି ଆସନରେ ଆଗୁଆ ଥିବାବେଳେ ମୁଖ୍ୟମନ୍ତ୍ରୀ କେସିଆରଙ୍କ ବିଆରଏସ୍ 38, ବିଜେପି 8 ଏବଂ ଅନ୍ୟାନ୍ୟ 4ଟି ଆସନରେ ଆଗୁଆ ଅଛନ୍ତି। 

Assembly Election DK Shivakumar Vote Counting DK Shivakumar In Hyderabad Telangana Election Results
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe