Advertisment

ତେଲେଙ୍ଗାନାରେ ପରାଜୟ ସ୍ୱୀକାର କଲା BRS

ବିଆରଏସ ସପକ୍ଷରେ ଜନମତ ଯାଉଥିବାରୁ ଆଗୁଆ ପରାଜୟ ସ୍ୱୀକାର କରି ନେଇଛନ୍ତି କେସିଆରଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ କେଟିଆର। ସେ କଂଗ୍ରେସକୁ ବିଜୟ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

author-image
Hemant Lenka
KCR

KCR

ହ୍ୟାଟ୍ରିକ ବିଜୟ ଲକ୍ଷ୍ୟ ନେଇ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଲଢ଼ୁଥିବା କେସିଆରଙ୍କ ବିଆରଏସକୁ ଶକ୍ତ ଝଟକା ଲାଗିଛି। ଦଳକୁ ତେଲେଙ୍ଗାନାରେ ଗାଦିଚ୍ୟୁତ କରିଛି କଂଗ୍ରେସ। ୨୦୧୪ ପରଠାରୁ କେସିଆର ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ ରହି ଆସିଥିଲେ। ସେ ତୃତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବାକୁ ଆଶା ରଖିଥିଲେ।

Advertisment

କିନ୍ତୁ କଂଗ୍ରେସ ତାଙ୍କର ସବୁ ଆଶାରେ ପାଣି ପକାଇ ଦେଇଛି। ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବେ ନିର୍ବାଚନ ରେଜଲ୍ଟ ପ୍ରକାଶ ପାଇନାହିଁ। କିନ୍ତୁ ଗଣତିରେ ଟ୍ରେଣ୍ଟ ଅନୁଯାୟୀ, କଂଗ୍ରେସ ୬୦ରୁ ଅଧିକ ଆସନ ଜିତିବ ବୋଲି ସ୍ପଷ୍ଟ ହୋଇଛି।

ବିଆରଏସ ସପକ୍ଷରେ ଜନମତ ଯାଉଥିବାରୁ ଆଗୁଆ ପରାଜୟ ସ୍ୱୀକାର କରି ନେଇଛନ୍ତି କେସିଆରଙ୍କ ପୁଅ ତଥା ରାଜ୍ୟର ମନ୍ତ୍ରୀ କେଟିଆର। ସେ କଂଗ୍ରେସକୁ ବିଜୟ ପାଇଁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି।

Advertisment

ସେ ସୋଶାଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ “ବିଆରଏସ୍‌କୁ ତେଲେଙ୍ଗାନାର ଲୋକମାନେ କ୍ରମାଗତ ଦୁଇ ଥର ସରକାର ଗଠନ କରିବାକୁ ସୁଯୋଗ ଦେଇଥିବାରୁ ସମସ୍ତଙ୍କୁ ଧନ୍ୟବାଦ। ଆଜିର ରେଜଲ୍ଟରେ ଆମେ ଦୁଃଖିତ ହୋଇନାହୁଁ। କିନ୍ତୁ ଆମର ଆଶା ଅନୁସାରେ ଫଳାଫଳ ନ ହେବା, ଆମକୁ ମର୍ମାହତ କରିଛି। ତଥାପି ଆମେ ଏହାକୁ ଶିକ୍ଷା ଭାବେ ଗ୍ରହଣ କରିବୁ ଓ କମବ୍ୟାକ କରିବୁ। ଜନାଦେଶ ପାଇଥିବା କଂଗ୍ରେସକୁ ଶୁଭେଚ୍ଛାର। ସେମାନଙ୍କୁ ଗୁଡ ଲକ୍‌।”

ତେଲେଙ୍ଗାନାର ୧୧୯ ବିଧାନସଭା ଆସନରୁ କଂଗ୍ରେସ ୬୪ଟି ଜିତିବାକୁ ଥିବା ବେଳେ ବିଆରଏସ ୪୦, ବିଜେପି ୭ ଓ ଅନ୍ୟାନ୍ୟ ଦଳ ୮ଟି ଆସନ ଜିତିବ ବୋଲି ଟ୍ରେଣ୍ଡରୁ ଜଣାପଡ଼ିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ହେଉଛି ୬୦।

Election Brs KCR Telangana Assembly Election Election Results