Advertisment

KCRଙ୍କୁ ଝଟ୍‌କା, ନିର୍ବାଚନ ପୂର୍ବରୁ 'ରୟତୁ ବନ୍ଧୁ' ଯୋଜନା ସ୍ଥଗିତ

୨୦୧୮ରେ 'ରୟତୁ ବନ୍ଧୁ' ଯୋଜନା ଆରମ୍ଭ କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌।

Telangana CM KCR

Telangana CM KCR

Advertisment

ଆସନ୍ତା ୩୦ ତାରିଖରେ ତେଲେଙ୍ଗାନାର ସମସ୍ତ ୧୧୯ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏଥିପାଇଁ ବିଜେପି, କଂଗ୍ରେସ ଓ ବିଆର୍‌ଏସ୍‌ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ଜୋରସୋର୍‌ରେ ଲାଗି ପଡିଛନ୍ତି। ତେବେ ନିର୍ବାଚନ ପୂର୍ବରୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କୁ ଲାଗିଛି ବଡ଼ ଝଟ୍‌କା। ରାଜ୍ୟ ସରକାରଙ୍କ 'ରୟତୁ ବନ୍ଧୁ' ଯୋଜନକୁ ସ୍ଥିଗିତ କରିଛନ୍ତି ନିର୍ବାଚନ କମିଶନ।

Advertisment

ରବି ଫସଲ ନିମନ୍ତେ ‘ରୟତୁ ବନ୍ଧୁ’ ଯୋଜନାରେ କୃଷକମାନଙ୍କୁ ମିଳୁଥିବା ଆର୍ଥିକ ସହାୟତା ନିମନ୍ତେ ଦେଇଥିବା ଅନୁମତିକୁ ଆଜି ନିର୍ବାଚନ କମିସନ୍‌ ପ୍ରତ୍ୟାହାର କରି ନେଇଥିବା ସୂଚନା ମିଳିଛି। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଲାଗୁ ରହିବା ଯାଏ ରୟତୁ ବନ୍ଧୁ ଯୋଜନାରେ କୌଣସି ଆର୍ଥିକ ସହାୟତା ବଣ୍ଟନ କରାଯିବ ନାହିଁ ବୋଲି ନିର୍ବାଚନ ଆୟୋଗ କହିଛନ୍ତି।

ଅକ୍ଟୋବରରୁ ଜାନୁଆରୀ ମାସ ମଧ୍ୟରେ ରବି ଫସଲ ଚାଷ ନିମନ୍ତେ କୃଷକମାନଙ୍କୁ ‘ରୟତୁ ବନ୍ଧୁ’ ଯୋଜନାରେ ଆର୍ଥିକ ସହାୟତା ଦେବା ପାଇଁ କେତେକ ସର୍ତ୍ତାବଳି ରଖି ନିର୍ବାଚନ କମିସନ୍‌ ତେଲେଙ୍ଗାନା ସରକାରଙ୍କୁ ଅନୁମତି ପ୍ରଦାନ କରିଥିଲା। ସେଥିରୁ ଗୋଟିଏ ସର୍ତ୍ତ ଥିଲା ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣବିଧି ଲାଗୁ ହେବା ପରେ ଏହି ଯୋଜନା ସଂକ୍ରାନ୍ତରେ ସର୍ବସାଧାରଣରେ ବିବୃତ୍ତି ଦେବେ ନାହିଁ।

Advertisment

କିନ୍ତୁ ନିକଟରେ ଏହି ଯୋଜନା ବିଷୟରେ ରାଜ୍ୟର ‌ଅର୍ଥ ମନ୍ତ୍ରୀ ଟି ହରିଷ ରାଓ ସର୍ବସାଧାରଣରେ ଏକ ବିବୃତ୍ତି ଦେଇଥିଲେ। ଏହାପରେ ‘ଆଦର୍ଶ ନିର୍ବାଚନ ଆଚରଣବିଧି’ ଉଲ୍ଲଂଘନ ହୋଇଥିବା ଦର୍ଶାଇ ନିର୍ବାଚନ କମିସନ୍‌ ଏହି ପଦ‌କ୍ଷେପ ନେଇଛନ୍ତି। ମନ୍ତ୍ରୀଙ୍କ ମନ୍ତବ୍ୟ ନିର୍ବାଚନ ଆଚରଣବିଧି ଉଲ୍ଲଂଘନ କରିବା ସହିତ ନିର‌ପେକ୍ଷ ନିର୍ବାଚନ ଧାରାରେ ବିଭ୍ରାଟ ସୃଷ୍ଟି କରିଥିବା ଇସି କହିଛନ୍ତି।

ଜାରି ହୋଇଥିବା ଆଦେଶରେ ନିର୍ବାଚନ କମିସନ୍‌ ତେଲେଙ୍ଗାନା ସରକାରଙ୍କୁ କହିଛନ୍ତି, ରାଜ୍ୟରେ ଆଦର୍ଶ ନିର୍ବାଚନ ଆଚରଣବିଧି ଲାଗୁ ଅବଧି ଶେଷ ହେବା ପର୍ଯ୍ୟନ୍ତ ଏହି ଯୋଜନାରେ କୌଣସି ଆର୍ଥିକ ସହାୟତା ପ୍ରଦାନ କରାଯିବ ନାହିଁ। ଆଜି ଅପରାହ୍ଣ ୩ଟା ସୁଦ୍ଧା ରାଜ୍ୟ ସରକାର ଏହି ଆଦେଶନାମା ଉପରେ ରିପୋର୍ଟ ଦାଖଲ କରିବେ।

୨୦୧୮ରେ ରୟତୁ ବନ୍ଧୁ ଯୋଜନା ଆରମ୍ଭ କରିଥିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌। ଏହି ଯୋଜନା ମାଧ୍ୟମରେ ସରକାର ବର୍ଷକୁ ଦୁଇଥର ଏକର ପିଛା ୫ ହଜାର ଟଙ୍କା ଲେଖାଏଁ ରାଜ୍ୟର ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରୁଛନ୍ତି। ଖରିଫ ଏବଂ ରବି ଫସଲ ସମୟରେ କୃଷକମାନେ ଏହି ଟଙ୍କା ପାଇଥା’ନ୍ତି।

Election Commission KCR Telangana Assembly Election
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe