Advertisment

ଭାଷଣ ଦେଉଥିଲେ ମୋଦି, ହଠାତ୍‌ ଟାୱାର୍‌ରେ ଚଢ଼ି ଏମିତି କଛି କଲେ ଯୁବତୀ

ତାଙ୍କ ସମସ୍ୟା କଥା କେହି ବି ଶୁଣୁ ନଥିବାରୁ ଯୁବତୀ ଜଣଙ୍କ ଏପରି କାଣ୍ଡ ଘଟାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଦୁଃଖ କଥା କହିଛନ୍ତି। ଯୁବତୀ ଜଣଙ୍କ ଲାଇଟ ଟାୱାର ଉପରେ ଚଢ଼ି ଥିବା ମୋଦି ଦେଖିବା ମାତ୍ରେ ତାଙ୍କୁ ତୁରନ୍ତ ତଳକୁ ଓହ୍ଲାଇ ଆସିବାକୁ ମଧ୍ୟ ଅନୁରୋଧ କରିଥିଲେ।

author-image
Hemant Lenka
PM Modi

PM Modi

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତେଲେଙ୍ଗାନା ସଭାରେ ଗୋଟିଏ ଚର୍ଚ୍ଚିତ ଘଟଣା ଘଟିଛି। ମୋଦି ଜନସଭାକୁ ସମ୍ବୋଧନ କରୁଥିବା ବେଳେ ହଠାତ୍‌ ଜଣେ ଯୁବତୀ ଷ୍ଟେଜ ସାମ୍ନାରେ ଥିବା ଗୋଟିଏ ବିଜୁଳି ଟାୱାର ଉପରେ ଚଢ଼ି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛନ୍ତି।

Advertisment

ତାଙ୍କ ସମସ୍ୟା କଥା କେହି ବି ଶୁଣୁ ନଥିବାରୁ ଯୁବତୀ ଜଣଙ୍କ ଏପରି କାଣ୍ଡ ଘଟାଇ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ଦୁଃଖ କଥା କହିଛନ୍ତି। ଯୁବତୀ ଜଣଙ୍କ ଲାଇଟ ଟାୱାର ଉପରେ ଚଢ଼ି ଥିବା ମୋଦି ଦେଖିବା ମାତ୍ରେ ତାଙ୍କୁ ତୁରନ୍ତ ତଳକୁ ଓହ୍ଲାଇ ଆସିବାକୁ ମଧ୍ୟ ଅନୁରୋଧ କରିଥିଲେ।

ନ୍ୟୁଜ ଏଜେନ୍ସି ଏଏନଆଇ ପକ୍ଷରୁ ଜାରି କରାଯାଇଥିବା ଭିଡିଓରେ ପୂରା ଦୃଶ୍ୟ ରହିଛି। ଏଥିରେ ଦେଖିବାକୁ ମିଳୁଛି ଯେ ଯୁବତୀ ଜଣଙ୍କ ଟାୱାର ଉପରେ ଚଢ଼ିଛନ୍ତି। ଏହାକୁ ଦେଖି ମୋଦି ତୁରନ୍ତ କହିଥିଲେ ଯେ “ବେଟା ତଳକୁ ପଳେଇ ଆସ। ଆମେ ତୁମ ସହ ରହିଛୁ। ସେହି ତାରର ସ୍ଥିତି ଆଦୌ ଭଲ ନାହିଁ। ଶର୍ଟ ସର୍କିଟ ହୋଇପାରେ। ଏଥିରେ କାହାର ଲାଭ ହେବନାହିଁ। ମୁଁ ତୁମ ପାଇଁ ଏଠାକୁ ଆସିଛି। ମୁଁ ତୁମ କଥା ନିଶ୍ଚିତ ଶୁଣିବି।”

Advertisment

ମୋଦିଙ୍କ ଠାରୁ ଷ୍ଟେଜ ଉପରେ ଏପରି ପ୍ରତିଶ୍ରୁତି ପାଇବା ପରେ ଯୁବତୀ ଜଣଙ୍କ ତଳକୁ ଓହ୍ଲାଇଥିଲେ। ତାଙ୍କର ଆଶା ମୋଦି ତାଙ୍କ ସମସ୍ୟାର ସମାଧାନ କରିବେ। ତେବେ ତାଙ୍କ ସମସ୍ୟା କ’ଣ ଓ ମୋଦି ତାଙ୍କ ସହ କଥା ହୋଇଛନ୍ତି କି ନାହିଁ, ସେକଥା ଜଣାପଡ଼ିନି।

ପ୍ରଧାନମନ୍ତ୍ରୀ ମୋଦି ସିକନ୍ଦରାବାଦରେ ମାଡିଗା ସଂରକ୍ଷଣ ପୋରାଟା ସମିତ ପକ୍ଷରୁ ଆୟୋଜିତ ରାଲିରେ ଯୋଗ ଦେଇଥିଲେ। ତେଲୁଗୁ ରାଜ୍ୟରେ ମାଡିଗା ସଂପ୍ରଦାୟର ଲୋକଙ୍କ ସଂଖ୍ୟା ବେଶ ଅଧିକ। ଅନୁସୂଚିତ ଜାତି ବର୍ଗରେ ଏମାନେ ସର୍ବବୃହତ୍ତ। ଜନସଭାରେ ଏହି ସଂପ୍ରଦାୟର ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି ଅନେକ ପ୍ରତିଶ୍ରୁତି ଦେଇଛନ୍ତି।

ମୋଦି କହିଛନ୍ତି, ଗତ ୧୦ ବର୍ଷ ହେଲେ ତେଲେଙ୍ଗାନା ସରକାର ମାଡିଗା ସଂପ୍ରଦାୟଙ୍କୁ ଧୋକ୍କା ଦେଇ ଚାଲିଛନ୍ତି। ଅନ୍ୟ ରାଜନୀତିକ ଦଳଗୁଡ଼ିକ ଏହି ସଂପ୍ରଦାୟର ଲୋକଙ୍କୁ ଦେଇଥିବା ମିଥ୍ୟା ପ୍ରତିଶ୍ରୁତି ପାଇଁ ମଧ୍ୟ ମୋଦି କ୍ଷମା ମାଗିଛନ୍ତି। ମାଡିଗା ସଂପ୍ରଦାୟର ଲୋକଙ୍କ ସଶକ୍ତୀକରଣ ପାଇଁ ଗୋଟିଏ କମିଟ ଗଠନ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ନଭେମ୍ବର ୩୦ରେ ତେଲେଙ୍ଗାନା ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଥିପାଇଁ ମୋଦି ଆଜି ବିଜେପିର ପ୍ରଚାର କରିଛନ୍ତି। ଏହାପୂର୍ବରୁ ନଭେମ୍ବର ୭ରେ ମଧ୍ୟ ସେ ଦଳ ପ୍ରଚାର କରିଥିଲେ।

PM Modi Election Telengana